ETV Bharat / bharat

ହିନ୍ଦୁ ମହିଳାଙ୍କ ସହ ମୁସଲିମ ପୁରୁଷଙ୍କ ଦ୍ବିତୀୟ ବିବାହ ଅବୈଧ: ଗୌହାଟୀ ହାଇକୋର୍ଟ - ହିନ୍ଦୁ ମହିଳା ଦୀପାମଣି କଳିତା

ଗୌହାଟୀ ହାଇକୋର୍ଟ ଗତକାଲି(ମଙ୍ଗଳବାର) ବିବାହକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଦେଇଛନ୍ତି । କୋର୍ଟ କହିଛନ୍ତି ବିବାହ ଅଧିନିୟମ ୧୯୫୪ ଅନୁସାରେ କୌଣସି ମୁସଲିମ ପୁରୁଷ ହିନ୍ଦୁ ମହିଳାଙ୍କୁ ଦ୍ବିତୀୟ ବିବାହ ଅସିଦ୍ଧ । ଏପରି କୌଣସି ବିବାହ ହୋଇଥିଲେ ତାହା ଅମାନ୍ୟ । ଅଧିକ ପଢନ୍ତୁ...

Gauhati HC
Gauhati HC
author img

By

Published : Sep 15, 2021, 1:00 PM IST

ଗୌହାଟୀ : ଗୌହାଟୀ ହାଇକୋର୍ଟ ଗତକାଲି(ମଙ୍ଗଳବାର) ବିବାହକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଦେଇଛନ୍ତି । କୋର୍ଟ କହିଛନ୍ତି ବିବାହ ଅଧିନିୟମ ୧୯୫୪ ଅନୁସାରେ କୌଣସି ମୁସଲିମ ପୁରୁଷ ହିନ୍ଦୁ ମହିଳାଙ୍କୁ ଦ୍ବିତୀୟ ବିବାହ ଅସିଦ୍ଧ । ଏପରି କୌଣସି ବିବାହ ହୋଇଥିଲେ ତାହା ଅବୈଧ ।

ମଙ୍ଗଳବାର ଜୈନିକ ହିନ୍ଦୁ ମହିଳା ଦୀପାମଣି କଳିତାଙ୍କ ପକ୍ଷରୁ ଦାୟର ଏକ ମାମଲାର ଶୁଣାଣି କରି କୋର୍ଟ ଏହା କହିଛନ୍ତି । ବିଚାରପତି କଲ୍ୟାଣ ରାୟ ନିଜ ରାୟରେ କହିଛନ୍ତି, ଯେତେବେଳେ ହିନ୍ଦୁ ମହିଳା ଜଣଙ୍କ ମୁସଲିମ ପୁରଷ ସାହାବୁଦ୍ଦିନ ଅହମ୍ମଦଙ୍କୁ ବିବାହ କଲେ ସେତବେଳେ ତାଙ୍କର ପ୍ରଥମ ପତ୍ନୀ ଜୀବିତ ଥିବା କୌଣସି ପ୍ରମାଣ ନାହିଁ । କୋର୍ଟ ଏହା ବି କହିଛନ୍ତି ଆବେଦନକାରୀ ଯେଉଁ ବ୍ୟକ୍ତିଙ୍କୁ ବିବାହ କରିଥିଲେ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା ମଧ୍ୟ କୌଣସି ପ୍ରମାଣ ନାହିଁ । ସୁପ୍ରିମକୋର୍ଟଙ୍କ ଏକ ରାୟକୁ ଉଦ୍ଧୃତ କରି ବିଚାରପତି କଲ୍ୟାଣ ରାୟ କହିଛନ୍ତି, ଇସଲାମିକ ଆଇନ ଅନୁସାରେ ସ୍ପଷ୍ଟ ଭାବେ ଅଛି କି କୌଣସି ମୁସଲିମ ପୁରୁଷ କୌଣସି ହିନ୍ଦୁ ମହିଳାଙ୍କୁ ବିବାହ କରିବା ବେଆଇନ । ଇସଲାମ ବିରୋଧୀ । ଯଦି ମଧ୍ୟ କୌଣସି ବିବାହ ହୋଇଥାଏ, ତାହା ଆଇନସିଦ୍ଧ ନୁହେଁ ।

ଏହାସହ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି, ବିଶେଷ ବିବାହ ଅଧିନିୟମ ଅନୁସାରେ କୌଣସି ମୁସଲିମ ବ୍ୟକ୍ତି ଦ୍ବାରା ହିନ୍ଦୁ ମହିଳାଙ୍କୁ ବିବାହ ଆଇନଯୁକ୍ତ ନୁହେଁ । ବିଶେଷ ବିବାହ ଅଧିନିୟମ ୪ ଅନୁସାରେ ଏପରି ବିବାହ କୌଣସି ପକ୍ଷର ଜୀବନସାଥୀ ଜୀବିତ ନଥିବା ଜରୁରୀ । ତେବେ ଯାଇ ବିବାହକୁ ନେଇ କୌଣସି ନିର୍ଯ୍ୟାସ ବାହାରିବ ।

ସୂଚନାଯୋଗ୍ୟଯେ, ହିନ୍ଦୁ ମହିଳା ଦୀପାମଣି କଳିତା (ଯିଏ ୧୨ ବର୍ଷ ) ନାବାଳକଙ୍କ ମା’ ମୁସଲିମ ଯୁବକ ସାହାବୁଦ୍ଦିନ ଅହମ୍ମଦଙ୍କୁ ଦ୍ବିତୀୟ ବିବାହ କରିଥିଲେ । କିନ୍ତୁ ୨୦୧୭ ଜୁଲାଇରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ବାମୀଙ୍କ ମୃତ୍ୟୁ ପରେ ପେନସନ ପ୍ରାପ୍ୟକୁ ନେଇ ଆବେଦନକାରୀ ଦୀପାମଣି କଳିତା ହାଇକୋର୍ଟ ଯାଇଥିଲେ । କାରଣ ସରକାରୀ ଅଧିକାରୀ ତାଙ୍କର ଆବେଦନକୁ ଖାରଜ କରିଥିଲେ । ଏହାରି ବିରୋଧରେ ଅନୁଚ୍ଛେଦ ୨୨୬ ଅଧିକାର ବଳରେ ୨୦୧୯ ରେ ହାଇକୋର୍ଟରେ ଯାଚିକ ଦାଖଲ କରିଥିଲେ ମହିଳା ଜଣଙ୍କ । ତେବେ କୋର୍ଟ ଏହାର ଶୁଣାଣି କରି ଆବେଦନକୁ ଖାରଜ କରିବା ସହ ସରକାରୀ ଅଧିକାରୀଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି । ତେବେ ସାହାବୁଦ୍ଦିନ ଅହମ୍ମଦ ଜଣେ ସରକାରୀ କର୍ମଚାରୀ ଥିଲେ । ମୃତ୍ୟୁ ବେଳକୁ ସେ କାମଋପ(ଗ୍ରାମୀଣ) ଜିଲ୍ଲାରେ ଉଚ୍ଚାୟୁକ୍ତ ଭାବେ କାର୍ଯ୍ୟରତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.