ETV Bharat / bharat

International Womens day: 29 ମହିଳାଙ୍କୁ ନାରୀଶକ୍ତି ସମ୍ମାନ, ଓଡିଶାରୁ ଶ୍ରୁତି ମହାପାତ୍ର

author img

By

Published : Mar 8, 2022, 11:37 AM IST

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାରୀ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାରୀଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ଅଧିକ ପଢ଼ନ୍ତୁ

29 womens of the country honored with nari shakti awards
International Women's day: ନାରୀ ଶକ୍ତି ସମ୍ମାନ ପାଇଲେ ଦେଶର 29 ମହିଳା

ନୂଆଦିଲ୍ଲୀ: ନାରୀଶକ୍ତି ସମ୍ମାନ ପାଇଲେ ଦେଶର 29 ମହିଳା । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାରୀ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଦେଶର 29 ମହିଳାଙ୍କୁ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଓଡିଶାର ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ମିଳିଲା ନାରୀଶକ୍ତି ସମ୍ମାନ । 2020-21 ବର୍ଷରେ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ବିଶିଷ୍ଟ ଅବଦାନ ପାଇଁ ସମ୍ମାନିତ କରାଯାଇଛି ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟପତି ରାମନାଥ କୋବିନ୍ଦ ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସୋମବାର ଲୋକ କଲ୍ୟାଣ ମାର୍ଗଠାରେ ଆୟୋଜିତ ଏକ ଆଲୋଚନାରେ ୨୦୨୦-୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହୋଇଛନ୍ତି । ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜ ସହିତ ରାଷ୍ଟ୍ର ନିର୍ମାଣ ପାଇଁ ସେମାନଙ୍କ ଅନନ୍ୟ ଯୋଗଦାନ ରହିଛି । ସେମାନଙ୍କ କାର୍ଯ୍ୟରେ ସେବା ଭାବନା ରହିଛି, ଏଥିସହିତ ସେମାନଙ୍କର କାର୍ଯ୍ୟଧାରାରେ ସୃଜନଶୀଳତାର ସ୍ପଷ୍ଟ ପରିପ୍ରକାଶ ଦେଖିବାକୁ ମିଳୁଛି । ବର୍ତ୍ତମାନ ଏପରି କୌଣସି ଗୋଟିଏ କ୍ଷେତ୍ର ନାହିଁ ଯେଉଁଠି ମହିଳାମାନେ ଯୋଗଦାନ ଦେଇନାହାନ୍ତି । ସମାଜର ବିକାଶରେ ସେମାନଙ୍କ ଯଥେଷ୍ଟ ଭୂମିକା ରହିଛି।

ମହିଳାମାନଙ୍କ ମଧ୍ୟରେ ରହିଥିବା ଆଶାକୁ ସାକାର ରୂପ ଦେବା ପାଇଁ ସରକାର ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି । ପାରିବାରିକସ୍ତରରେ ସବୁ ମହିଳାମାନଙ୍କୁ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ସାମିଲ କରାଯିବା ଗୁରୁତ୍ବପୂର୍ଣ୍ଣ ଅଟେ । ଯାହାଫଳରେ ସେମାନଙ୍କର ଆର୍ଥିକ ସଶକ୍ତିକରଣ ସମ୍ଭବ ହୋଇପାରିବ ବୋଲି ମୋଦି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.