ETV Bharat / bharat

ରାମୱା ଷ୍ଟେସନରେ ମାଲବାହୀ ଲାଇନଚ୍ୟୁତ, ଟ୍ରେନ ଚଳାଚଳ ପ୍ରଭାବିତ - ରେଳ ଧରଣାରୁ ଖସିଲା ଟ୍ରେନ

ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାର ରାମୱା ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। 29ଟି କୋଚ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା(29 goods train coaches derailed UP Ramwa station)। ଅଧିକ ପଢନ୍ତୁ

ରାମୱା ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
ରାମୱା ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
author img

By

Published : Oct 23, 2022, 11:06 PM IST

ଲକ୍ଷ୍ନୌ: ରେଳ ଧରଣାରୁ ଖସିଲା ଟ୍ରେନ । ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାର ରାମୱା ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ରବିବାର ସକାଳ 10.30ରେ ଏହି ଘଟଣା ଘଟିଛି । ମାଲବାହୀ ଟ୍ରେନର 29ଟି ବଗି ଲାଇନଚ୍ୟୁତ ହେବାପରେ କାନପୁର-ପ୍ରୟାଗରାଜ ରୁଟ୍‌ରେ ରେଳ ଚଳାଚଳ ପ୍ରଭାବିତ(Rail traffic affected Kanpur Prayagraj section UP ହୋଇଥିବା ନେଇ ଅଧିକାରୀମାନେ କହିଛନ୍ତି । ସୂଚନା ଅନୁସାରେ 20ଟି ଟ୍ରେନର ଗତିପଥକୁ ପରିବର୍ତ୍ତନ କରାଯାଇଛି ।

  • UP | 29 wagons of a goods train derail at Ramwa station near Fatehpur (Kanpur-Prayagraj section). The movement of 20 trains is affected due to train derailment; restoration work underway pic.twitter.com/ZBbFH9ZTNJ

    — ANI UP/Uttarakhand (@ANINewsUP) October 23, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: CYCLONE UPDATE: ବାତ୍ୟାର ରୂପ ନେଲା ଗଭୀର ଅବପାତ, ସବୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ

ଏନେଇ ଉତ୍ତର କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି, "ଏହି ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ। ଖାଲି ବଗିନେଇ ଟ୍ରେନଟି ଦିନ ଦୟାଲ ଷ୍ଟେସନ ଦେଇ ଯାଉଥିବା ବେଳେ ରାମୱା ଷ୍ଟେସନରେ ଲାଇନଚ୍ୟୁତ ହୋଇଥିଲା । ଫଳରେ 20ଟି ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଥିଲା । ନୂଆଦିଲ୍ଲୀରୁ ବାରାଣାସୀ ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସର ରୁଟକୁ ପରିବର୍ତ୍ତନ କରାଯାଇଥିବା ବେଳେ ରୁମା ଏବଂ ସୁଜତପୁର ମଧ୍ୟରେ ଥିବା DFC ମାର୍ଗରେ ଅମୃତସର-ପାଟନା (04076) ଏକ୍ସପ୍ରେସ ଚଳାଚଳ କରୁଛି।"

ତେବେ କାନପୁର-ପ୍ରୟାଗରାଜ ରୁଟରେ ଚଳାଚଳ କରୁଥିବା ମହାନନ୍ଦ ଏକ୍ସପ୍ରେସ, ସମ୍ବଲପୁର-ଜାମ୍ମୁ ତାୱି, ହାଓରା-କାଲକା ନେତାଜୀ ଏକ୍ସପ୍ରେସ, ଭୁବନେଶ୍ୱର-ଆନନ୍ଦ ବିହାର ଟର୍ମିନାଲ, ଜଗବାନୀ-ଆନନ୍ଦ ବିହାର ଏବଂ ଉତ୍ତର ପୂର୍ବ ଏକ୍ସପ୍ରେସର ରୁଟ ପରିବର୍ତ୍ତନ କରଯାଇଛି । ତେବେ ମାଲବାହୀ ଟ୍ରେନର ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.