ETV Bharat / bharat

ୟୁପିରେ ବିଷାକ୍ତ ମଦ ନେଲାଣି 35 ଜଣଙ୍କ ଜୀବନ, 15 ଗୁରୁତର

author img

By

Published : May 29, 2021, 10:31 AM IST

Updated : May 29, 2021, 11:20 AM IST

ଉତ୍ତରପ୍ରେଦଶ ଅଲ୍ଲୀଗଡରେ ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା 35 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ଅଧିକ ପଢନ୍ତୁ...

ଅଲ୍ଲୀଗଡରେ ବିଷାକ୍ତ ମଦ ପିଇ ଏଯାବତ୍ 28 ଜଣଙ୍କ ମୃତ୍ୟୁ, 15 ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରେଦଶ ଅଲ୍ଲୀଗଡରେ ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା 35 ଜଣଙ୍କ ମୃତ୍ୟୁ ଘଟିଛି । ସେପଟେ ପ୍ରଶାସନିକ ସ୍ତରରେ 23 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିବାବେଳେ ମାତ୍ର ବାସ୍ତବରେ 35 ଜଣଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ ମଧ୍ୟରେ କିଛି ଗ୍ରାମବାସୀଙ୍କ ସହ ବଟଲିଙ୍ଗ ପ୍ଲାଣ୍ଟ ଡ୍ରାଇଭର ଏବଂ କିଛି କର୍ମଚାରୀ ମଧ୍ୟ ରହିଛନ୍ତି । ଏଥିରେ ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ଅତି ଗୁରୁତର ଥିବାବେଳେ ସେମାନଙ୍କୁ ଜେଏନ ମେଡିକାଲ କଲେଜ ଏବଂ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁରା ଘଟଣାକୁ ଗମ୍ଭୀରତାର ସହ ନେଇ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଏସଏ ଏବଂ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଅଲ୍ଲୀଗଡ ଡିଏମ ଚନ୍ଦ୍ର ଭୂଷଣ ସିଂହଙ୍କ ସୂଚନା ମୁତାବକ ଏଯାବତ୍ 4 ଲାଇସେନ୍ସ ପ୍ରାପ୍ତ ମଦ ଦୋକାନକୁ ସିଲ୍ କରାଯାଇଛି । ଏହି ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଏଡିଏମ ଡିପି ପାଲ ତଦନ୍ତ କରୁଛନ୍ତି ଏବଂ 15 ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଉପସ୍ଥାପନ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ତଦନ୍ତ ପାଇଁ ଜିଲ୍ଲା ଅବକାରୀ ଅଧିକାରୀ, ଏସଡିଏମ, କ୍ଷେତ୍ରାଧିକାରୀ ଏବଂ 3 ଜଣ ଇନ୍ସପେକ୍ଟରକୁ ନୋଟିସ ଜାରି ହୋଇଛି ।

ଏନେଇ ବିଭିନ୍ନ ଥାନାରେ ତିନୋଟି ମକଦ୍ଦମା ରୁଜୁ ହୋଇଛି । 12 ଜଣଙ୍କ ନାଁରେ ଅଲଗା ଅଲଗା ମାମଲା ରହିଛି । ଘଟଣାରେ ଏ ପର୍ଯ୍ୟନ୍ତ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମଦ ବ୍ୟବସାୟୀ ଅନିଲ ଚୌଧୁରୀ, ପରିଚାଳକ ନରେନ୍ଦ୍ର, ସେଲ୍ସମ୍ୟାନ ଅଜୟ ରହିଛନ୍ତି । ସେପଟେ ଘଟଣାର ଅନ୍ୟ ମୁଖ୍ୟ ଅଭିଯୁକ୍ତ ତଥା ମଦ ବ୍ୟବସାୟୀ ବିପିନ ଯାଦବ ଏବଂ ଋଷି ଶର୍ମା ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବାକୁ ତାଙ୍କ ମୁଣ୍ଡ ଉପରେ 50 ହଜାର ଟଙ୍କା ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 29, 2021, 11:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.