ETV Bharat / bharat

ବେଥଲେହେମ୍ ଫସିଥିବା ମେଘାଳୟର ୨୩ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଇଜିପ୍ଟକୁ ସ୍ଥାନାନ୍ତର

ଇଜିପ୍ଟ ଚାଲିଗଲେ ପାଲେଷ୍ଟାଇନରେ ଫସିଥିବା ମେଘାଳୟର ୨୭ ତୀର୍ଥଯାତ୍ରୀ । ଉଭୟ ଇସ୍ରାଏଲ ଓ ଗାଜାରେ କେହି ଭାରତୀୟ ମୃତାହତ ହୋଇନଥିବା ଦୂତାବାସର ସୂଚନା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 8, 2023, 10:14 PM IST

Israel-Gaza safe: ବେଥଲେହେମ୍ ଫସିଥିବା ମେଘାଳୟର ୨୩ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଇଜିପ୍ଟକୁ ସ୍ଥାନାନ୍ତର, ଅନ୍ୟ ଭାରତୀୟ ସୁରକ୍ଷିତ ଥିବା ସୂଚନା

ନୂଆଦିଲ୍ଲୀ: ଇସ୍ରାଏଲ-ଗାଜା ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନ ସହର ବେଥଲେହେମରେ ଫସିଥିବା ୨୩ ଜଣ ମେଘାଳୟ ତୀର୍ଥଯାତ୍ରୀ ସୁରକ୍ଷିତ ଭାବେ ପଡୋଶୀ ମିଶର (ଇଜିପ୍ଟ)କୁୁ ସ୍ଥାନାନ୍ତରିତ ହୋଇଛନ୍ତି । ବିଦେଶ ମନ୍ତ୍ରଣାଳୟ ଓ ସେଠାରେ ଥିବା ଭାରତୀୟ ଦୂତାବାସର ସମ୍ବନ୍ବିତ ପ୍ରୟାସରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ପଡୋଶୀ ଇଜିପ୍ଟରେ ସୁରକ୍ଷିତ ପହଞ୍ଚାଯାଇଥିବା ସୂଚନା ଦେଇଛନ୍ତି ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା । ଏକ୍ସରେ ଟ୍ବିଟ କରି ସାଙ୍ଗମା କହିଛନ୍ତି,‘‘ ଯୁଦ୍ଧ ଜୋନରେ ଏହି ୨୭ ପର୍ଯ୍ୟଟକ ଫସି ରହିଥିଲେ । ବିଦେଶ ମନ୍ତ୍ରଣାଳୟ ଓ ଭାରତୀୟ ଦୂତାବାସ ସହଯୋଗରେ ସେମାନଙ୍କୁ ସୁରକ୍ଷିତ ଭାବେ ଇଜିପ୍ଟକୁ ନିଆଯାଇଛି ।’’

  • As per the latest information and through the efforts of MEA and our Indian mission, our 27 citizens from Meghalaya, who were stuck in the war conflict zone of Israel and Palestine have safely crossed the border into Egypt@DrSJaishankar @MEAIndia

    — Conrad K Sangma (@SangmaConrad) October 8, 2023 " class="align-text-top noRightClick twitterSection" data=" ">

ପୂର୍ବରୁ ସୋସିଆଲ ସାଇଟ ଏକ୍ସରେ ମୁଖ୍ୟମନ୍ତ୍ରୀ ସାଙ୍ଗମା କହିଥିଲେ, ଜେରୁଜେଲମକୁ ତୀର୍ଥଯାତ୍ରାରେ ଯାଇଥିବା ମେଘାଳୟର ଏହି ୨୭ ପର୍ଯ୍ୟଟକ ପାଲେଷ୍ଟାଇନ ସହର ବେଥଲେହେମରେ ଫସି ରହିଛନ୍ତି । ତେବେ ଇସ୍ରାଏଲର ଟେଲ-ଆଭିଭରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ମିଳିଥିବା ଉଭୟ ଇସ୍ରାଏଲ ଓ ଗାଜାରେ ଥିବା ଭାରତୀୟ ନାଗରିକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ । କିଛି ସ୍ଥାନରୁ ସେମାନେ ସୁରକ୍ଷିତ ପ୍ରସ୍ଥାନ କରିବା ପାଇଁ ଦୂତାବାସ ସହ ସମ୍ପର୍କରେ ରହିଛନ୍ତି । ସ୍ଥାନାନ୍ତରଣ ପାଇଁ ଏକାଧିକ ଅନୁରୋଧ ମଧ୍ୟ ଦୂତାବାସ ନିକଟକୁ ଆସିବା ପରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ତେବେ ଉଭୟ ସ୍ଥାନରେ ଥିବା ପ୍ରବାସୀ ଭାରତୀୟ, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ସହ ବାହାରକୁ ନବାହାରିବା ପାଇଁ ଦୂତାବାସ ପକ୍ଷରୁ କୁହାଯାଇଛି । ଗତକାଲି ଆକ୍ରମଣ ଆରମ୍ଭ ହେବା ପରେ ଇସ୍ରାଏଲରେ ଥିବା ଦୂତାବାସ ଜରୁରୀକାଳୀନ ନମ୍ବର ସହ ନିଜ ନାଗରିକଙ୍କ ପାଇଁ ଗାଇଡଲାଇନ ଜାରି କରିଥିଲା ।

ଏହା ମଧ୍ୟ ପଢନ୍ତୁ:- Israel-Gaza War: ଦୁଇ ଦିନରେ ଗଲାଣି ୧ ହଜାରରୁ ଅଧିକ ଜୀବନ !

ଗତକାଲି ସକାଳୁ ପ୍ରଥମେ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ ପରେ ଗାଜା ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା । ଦୁଇଦିନ ଧରି ଲାଗି ରହିଥିବା ଆକ୍ରମଣରେ ପ୍ରାୟ ୧ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ସୂତ୍ର ଆଶଙ୍କା ପ୍ରକାଶ ପାଇଛି । ଇସ୍ରାଏଲରେ ସର୍ବାଧିକ ୬ଶହ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ପାଲେଷ୍ଟାଇନ ଅଧିକୃତ ଗାଜା ଷ୍ଟ୍ରିପରେ ପ୍ରାୟ ୪ଶହ ନାଗରିକଙ୍କ ପ୍ରାଣହାନୀ ହୋଇସାରିଥିବା ସୂଚନା ସାମ୍ନାକୁ ଆସିଛି । ଉଭୟ ଇସ୍ରାଏଲ ଓ ଗାଜାରେ ବିଭିନ୍ନ ଦେଶର ନାଗରିକ ମଧ୍ୟ ରହିଛନ୍ତି । ତେଣୁ ଭାରତ ସମେତ ଅନ୍ୟ ଦେଶମାନେ ମଧ୍ୟ ନିଜ ନାଗରିକଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି କରିବା ସହ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ପ୍ରୟାସ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.