ETV Bharat / bharat

H3N2 Variant in Karnataka: ଗାଇଡଲାଇନ ଜାରି କଲେ କର୍ଣ୍ଣାଟକ ସରକାର, ଜାଣନ୍ତୁ କେମିତି ରହିବେ ସତର୍କ

author img

By

Published : Mar 6, 2023, 10:30 PM IST

କର୍ଣ୍ଣାଟକରେ ଚିନ୍ତା ବଢାଇଲାଣି H3N2 ନୂତନ ଭ୍ୟାରିଆଣ୍ଟ । ଚିନ୍ତିତ ନହୋଇ ସତର୍କ ରହିବା ପାଇଁ ପରାମର୍ଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

26 cases of H3N2 variant in Karnataka: ଗାଇଡଲାଇନ ଜାରିକଲେ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଚିହ୍ନଟ ହୋଇଛି ନୂଆ H3N2 ଭାରିଆଣ୍ଟ ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ଏପରି ସମୟରେ ଚିନ୍ତିତ ନହୋଇ ସତର୍କ ରହିବା ପାଇଁ ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କେ.ସୁଧାକର ଆଜି (ସୋମବାର) ଏନେଇ ପ୍ରେସମିଟ କରି ସବିଶେଷ ସୂଚନା ଦେଇଛନ୍ତି ।

ବିଭାଗୀୟ ମନ୍ତ୍ରୀ କହିଛନ୍ତି ରାଜ୍ୟରେ, H3N2 ଭାରିଆଣ୍ଟ ସଂକ୍ରମଣକୁ ନେଇ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । ଭୟଭୀତ ନହୋଇ ରାଜ୍ୟବାସୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ହେବ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖୁବଶୀଘ୍ର ଏକ ନିର୍ଦ୍ଦେଶାବଳୀ ପ୍ରକାଶ ପାଇବ । ଯାହା ରାଜ୍ୟରେ କଡାକଡି ଭାବେ କାର୍ଯ୍ୟକାରୀ ହେବ । ପରିଷ୍କାର ପରିଚ୍ଛନ୍ନତା, ଭିଡକୁ ରୋକିବା ଏବଂ ହାତର ସ୍ୱଚ୍ଛତା ଭଳି ପଦକ୍ଷେପ ମାଧ୍ୟମରେ ସଂକ୍ରମଣର ବିସ୍ତାରକୁ ରୋକାଯାଇପାରିବ । ସରକାର ଖୁବଶୀଘ୍ର ବିଶେଷଜ୍ଞ ଟିମର ସହଯୋଗରେ ଏକ ନିର୍ଦ୍ଦେଶାବଳୀ ଜାରି କରିବାକୁ ଯାଉଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ଡାକ୍ତରଖାନାର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଭାବେ ଫେସ୍ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯିବ । H3N2 ସଂକ୍ରମଣରେ ହଠାତ୍ ବୃଦ୍ଧି ପାଇଥିବା ଦୃଷ୍ଟିରୁ ମନ୍ତ୍ରୀ ଆଜି ବୈଷୟିକ ପରାମର୍ଶଦାତା କମିଟି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସଂକ୍ରମଣର ସ୍ଥିତି ଓ ଏହାର ନିରାକରଣ ଦିଗରେ ବିସ୍ତୃତ ଆଲୋଚନା ହୋଇଛି । ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ, ଏହି ସଂକ୍ରମଣ 15 ବର୍ଷରୁ କମ୍ ପିଲାମାନଙ୍କ ଠାରେ ଦେଖାଯାଏ । ସେହିପରି 65 ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କଠାରେ ଓ ଗର୍ଭବତୀଙ୍କ କ୍ଷେତ୍ରରେ ଏହାର ସଂକ୍ରମଣ ଆଶଙ୍କା ଅନ୍ୟବର୍ଗ ଠାରୁ ଅଧିକ ରହିଛି । ତେଣୁ ଏହି ବର୍ଗକୁ ଅଧିକ ଯତ୍ନଶୀଳ ହେବାକୁ ପଡିବ । ଆଇସିୟୁରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସମେତ ନିର୍ଦ୍ଦିଷ୍ଟ ଡାକ୍ତର ଏବଂ କର୍ମଚାରୀଙ୍କ ପାଇଁ ଟିକା ସରକାର ପ୍ରଦାନ କରିବେ ବୋଲି ସେ କହିଛନ୍ତି ।

ତେବେ ଏପରି ସ୍ଥିତିରେ ଭୟଭୀତ ହେବାର କୌଣସି କାରଣ ନାହିଁ । ସରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ରାଜ୍ୟରେ ସ୍ଥିତି ଉପରେ ନଜର ରଖାଯାଇଛି ଓ ନିୟମିତ ସମୀକ୍ଷା ମଧ୍ୟ କରାଯାଉଛି । ସମସ୍ତ ଆବଶ୍ୟକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି । ତେଣୁ ଭୟଭୀତ ନହୋଇ କେବଳ ସତର୍କତା ଅବଲମ୍ବନ କରିବା ଦ୍ବାରା ଏହ ସଂକ୍ରମଣକୁ ରୋକାଯାଇ ପାରିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.