ETV Bharat / bharat

ମାଓପ୍ରବଣ ରାଜ୍ୟରେ ବଢିବ CRPF ଶକ୍ତି, ପ୍ରତିଷ୍ଠା ହେବ 25 ନୂଆ 'Forward Operating Bases' - ସିଆରପିଏଫ

ମାଓ ପ୍ରବଣ ରାଜ୍ୟ ଗୁଡିକରେ ନକ୍ସଲ ବିରୋଧୀ ଅଭିଯାନକୁ ବ୍ୟାପକ କରିବ CRPF । ପ୍ରତିଷ୍ଠା ହେବ ୨୫ ନୂଆ 'Forward Operating Bases' । ଅଧିକ ପଢନ୍ତୁ...

ମାଓପ୍ରବଣ ରାଜ୍ୟରେ ପ୍ରତିଷ୍ଠା ହେବ 25 ନୂଆ CRPF 'Forward Operating Bases'

author img

By

Published : Nov 10, 2021, 9:13 PM IST

ନୂଆଦିଲ୍ଲୀ: ମାଓପ୍ରବଣ ରାଜ୍ୟଗୁଡିକରେ ନକ୍ସଲ ବିରୋଧୀ ଅଭିଯାନକୁ ବ୍ୟାପକ କରିବା ପାଇଁ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ର 25ଟି ନୂଆ 'ଫରୱାର୍ଡ ଅପରେଟିଂ ବେସ' ସ୍ଥାପନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । 2022 ସୁଦ୍ଧା ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକରେ ଏହାର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା CRPF ପକ୍ଷରୁ ସୂଚନା ମିଳଛି ।

ଏହି ନୂତନ ବେସଗୁଡିକ CRPF କୁ ଲେଫ୍ଟ ୱିଙ୍ଗ ଏକ୍ସଟ୍ରିଜିମ୍ (LWE) କିମ୍ବା ମାଓ , ତଥା ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବଳର କମ୍ବିଂ ଅଭିଯାନକୁ ସଫଳ କରିବାରେ ସାହାଯ୍ୟ କରିବା ନେଇ ଆଶା କରାଯାଉଛି । ବିଶେଷ ଭାବେ ଦେଶରେ ମାଓ ପ୍ରଭାବିତ ରାଜ୍ୟ ତାଲିକାରେ ଥିବା ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ,ମହାରାଷ୍ଟ୍ର, ଓଡିଶା, ଉତ୍ତରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟର ପ୍ରାୟ ୧୨ରୁ ଉର୍ଦ୍ଧ୍ବ ଜିଲ୍ଲାରେ ଏହି ଅତ୍ୟାଧୁନିକ ବେସ ପ୍ରତିଷ୍ଠା କରିବ ଗୃହ ମନ୍ତ୍ରଣାଳୟ ।

ଏହି ରାଜ୍ୟମାନଙ୍କରେ ବିଗତ କିଛି ଦଶନ୍ଧି ଧରି ଲାଗି ରହିଥିବା ମାଓ ସମସ୍ୟାର ମୂଳୋତ୍ପାଟନ ଅଭିଯାନକୁ ସୁଗମ କରିବ ଏହି ‘ଫରୱାର୍ଡ ଅପରେଟିଂ ବେସ୍’ ସ୍ଥାପନ ପଦକ୍ଷେପ। ମୋଟ ପ୍ରତିଷ୍ଠା ହେବାକୁ ଥିବା 25 ଟି ବେସ୍ ମଧ୍ୟରୁ ଛତିଶଗଡରେ ସର୍ବାଧିକ 10ଟି, ମହାରାଷ୍ଟ୍ରରେ 7ଟି, ଝାଡଖଣ୍ଡରେ ୬ଟି, ଓଡିଶା ଏବଂ ତେଲେଙ୍ଗାନାରେ ଗୋଟିଏ ଲେଖାଏଁ ବେସ କ୍ୟାମ୍ପ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯୋଜନା କରୁଛି ।

ଏହିପରି ସମ୍ବେଦନଶୀଳ ରାଜ୍ୟ ମାନଙ୍କରେ ପୂର୍ବରୁ ୩୧ ଏହିପରି ‘ଫରୱାର୍ଡ ଅପରେଟିଂ ବେସ୍’ ପ୍ରତିଷ୍ଠା ହୋଇଥିବାବେଳେ ୨୦୨୨ ସୁଦ୍ଧା ଆଉ ୨୫ ନୂଆ ବେସ ପ୍ରତିଷ୍ଠା କରାଯିବ । ଏହି ଫରଓ୍ବାର୍ଡ କ୍ୟାମ୍ପ ପ୍ରତିଷ୍ଠା ପରେ ସଶକ୍ତ ହୋଇଥିଲା ମାଓ ବିରୋଧୀ ଅଭିଯାନ । ବର୍ତ୍ତମାନ ସୁଦ୍ଧା ଏକାଧିକ ମାଓ ପ୍ରବଣ ରାଜ୍ୟରେ 603 ମାଓବାଦୀ ଗିରଫ ହୋଇଥିଲେ ସେହିପରି ଚଳିତବର୍ଷ ଜାନୁୟାରୀ ପହିଲାରୁ 486 ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଥିବା ସୂଚନା ଦେଇଛି ସିଆରପିଏଫ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.