ETV Bharat / bharat

ଆସାମରେ ଶାଗୁଣା ମଡ଼କ, ବିଷକ୍ରିୟା ଯୋଗୁଁ ୨୫ ଶାଗୁଣା ମୃତ - ବିଷାକ୍ତ ଖାଦ୍ୟ ଖାଇ ପ୍ରାୟ ୨୫ ଶାଗୁଣାଙ୍କର ମୃତ୍ୟୁ

ଆସାମର ଶିବସାଗର ଜିଲ୍ଲାରେ ବିଷାକ୍ତ ଖାଦ୍ୟ ଖାଇ ପ୍ରାୟ ୨୫ ଶାଗୁଣାଙ୍କର ମୃତ୍ୟୁ । ୪ ବର୍ଷ ପୂର୍ବରୁ ମଧ୍ୟ ଏହି ଜିଲ୍ଲାରେ ଘଟିଥିଲା ସମାନ ଘଟଣା । ସେତେବେଳେ ପ୍ରାୟ ୨୦୦ ଶାଗୁଣାଙ୍କର ମଡ଼କ ମିଳିଥିଲା । ଅଧିକ ପଢ଼ନ୍ତୁ

ଆସାମରେ ବିଷାକ୍ତ ଖାଦ୍ୟ ଖାଇ ୨୫ ଶାଗୁଣାଙ୍କର ମୃତ୍ୟୁ

author img

By

Published : Jan 24, 2023, 6:44 AM IST

ଗୌହାଟି: ଆସାମର ଶିବସାଗର ଜିଲ୍ଲାରେ ବିଷାକ୍ତ ଖାଦ୍ୟ ଖାଇ ପ୍ରାୟ ୨୫ ଶାଗୁଣାଙ୍କର ମୃତ୍ୟୁ ହୋଇଛି । ଏମାଙ୍କ ସହ ୮ ଶାଗୁଣା ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୀଟନାଶକ ମିଶିଥିବା ଗୋରୁଙ୍କ ମୃତଦେହ ଖାଇବା ପରେ ଏହି ଶାଗୁଣାଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଆସାମର ଶିବସାଗର ଜିଲ୍ଲା ନୌଜାନ ଅଞ୍ଚଳରେ ।

୨୫ ଲୁପ୍ତପ୍ରାୟ ଶାଗୁଣାଙ୍କ ଏଭଳି ମୃତ୍ୟୁ ନେଇ ଜଣେ ବନ ଅଧିକାରୀ କହିଛନ୍ତି, "ମୃତ୍ୟୁ ଘଟିଥିବା ଶାଗୁଣାଙ୍କର ମୃତଦେହ ପଡ଼ିଥିବା ସ୍ଥାନରୁ ଗୋରୁର ମୃତଦେହର କିଛି ଅଂଶ ମିଳିଛି । ଏହାକୁ ଖାଇବା ପରେ ୨୫ ଶାଗୁଣାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ତେବେ ଅସୁସ୍ଥ ଥିବା ୮ ଶାଗୁଣାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଛି ।" ତେବେ ଆସାମ ଶିବସାଗର ଜିଲ୍ଲାରେ ଏଭଳି ଘଟଣା ପ୍ରଥମ ନୁହେଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୪ ବର୍ଷ ପୂର୍ବରୁ ଏହି ଜିଲ୍ଲାରେ ଅତି କମରେ ୨୦୦ ଶାଗୁଣାଙ୍କର ମୃତଦେହ ମିଳିଥିଲା । ସେତେବେଳେ ମଧ୍ୟ ବିଷକ୍ରିୟାରୁ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା ।

ପ୍ରକାଶ ଥାଉକି, ଭାରତରେ ୯ ପ୍ରକାର ପ୍ରଜାତିର ଶାଗୁଣା ଦେଖାଯାଆନ୍ତି । ଏମାନଙ୍କ ମଧ୍ୟରୁ ୬ ପ୍ରଜାତିର ଶାଗୁଣା କେବଳ ଆସାମରେ ଦେଖାଯାଆନ୍ତି । ରିପୋର୍ଟ ଅନୁସାରେ ଆସାମରେ ବର୍ତ୍ତମାନ 1500ରୁ 2000 ଲୁପ୍ତପ୍ରାୟ ଶାଗୁଣା ରହିଛନ୍ତି । କିନ୍ତୁ ଏମାନେ ବହୁ ବର୍ଷରୁ ଏଠାରେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ପୂର୍ବବର୍ଷ ଆସାମର କାମରୂପ ଜିଲ୍ଲାରେ ମଧ୍ୟ ଏଭଳି ଘଟଣା ଘଟିଥିଲା । ସେତେବେଳେ ପ୍ରାୟ ୧୦୦ ଶାଗୁଣାଙ୍କର ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.