ETV Bharat / bharat

ଆର୍ଯ୍ୟନଙ୍କୁ ଛାଡିବା ପାଇଁ 25 କୋଟିର ଡିଲ୍ ମାମଲା, ସାମ୍ ଡିସୋଜାଙ୍କୁ ସମନ - Sam D'Souza

ଆର୍ଯ୍ୟନଙ୍କୁ ଛାଡିବା ପାଇଁ 25 କୋଟିର ଡିଲ୍ ମାମଲା । ସାମ୍ ଡିସୋଜାଙ୍କୁ ସମନ୍ ପଠାଇଲା ଏନସିବି ଭିଜିଲାନ୍ସ । ଅଧିକ ପଢନ୍ତୁ...

ଆର୍ଯ୍ୟନଙ୍କୁ ଛାଡିବା ପାଇଁ 25 କୋଟିର ଡିଲ୍ ମାମଲା, ସାମ୍ ଡିସୋଜାଙ୍କୁ ସମନ

author img

By

Published : Oct 29, 2021, 12:06 PM IST

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ ଖାନଙ୍କ ଜାମିନ ପରେ ଏନସିବି ଭିଜିଲାନ୍ସ ଟିମର ଲାଞ୍ଚ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ । ଆର୍ଯ୍ୟନ ଖାନଙ୍କୁ ଛାଡିବା ନେଇ ହୋଇଥିବା ଲାଞ୍ଚ ଅଭିଯୋଗ କ୍ରମେ ଆଜି ସାମ ଡିସୋଜାଙ୍କୁ ସମନ୍ ପଠାଇଛି ଏନସିବି ଭିଜିଲାନ୍ସ ।

ଗତକାଲି ଏନସିବି ସାକ୍ଷୀ କିରଣ ଗୋସାଭିଙ୍କୁ ଗିରଫ କରାଯାଇ ଥିବାବେଳେ ଆଜି ସାମ ଡିସୋଜାଙ୍କୁ ଜେରା ପାଇଁ ସମନ ପଠାଯାଇଛି । ତେବେ ଗୋସାଭି ଲାଞ୍ଚ ଅଭିଯୋଗରେ ଗିରଫ ହୋଇନାହାନ୍ତି । 2018ର ଏକ ମାମଲା ନେଇ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସେପଟେ ଗତକାଲି ଏନସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଜେରା କରିଛି ଏନସିବି ଭିଜିଲାନ୍ସ । କାରଣ ତାଙ୍କ ନାମରେ ମଧ୍ୟ ଲାଞ୍ଚ ଅଭିଯୋଗ ହୋଇଥିଲା ।

ସୂଚନା ଅନୁଯାୟୀ ଏନସିବିର ଜଣେ ସାକ୍ଷୀଙ୍କ ଅଙ୍ଗରକ୍ଷୀ ଅଭିଯୋଗ କରିଥିଲେ ଯେ, କିରଣ ଗୋସାଭିଙ୍କ ସମେତ କେତେକ ଏନସିବି କର୍ମଚାରୀ ଶାହାରୁଖ ଖାନଙ୍କ ମ୍ୟାନେଜରଙ୍କ ସହ ଆର୍ଯ୍ୟନଙ୍କୁ ଛାଡିଦେବା ପାଇଁ 25 କୋଟିର ଡିଲ୍ କରିଥିଲେ । ଏଥିରେ ସେମାନେ 8 କୋଟି ସମୀର ୱାଙ୍ଖଡେଙ୍କୁ ଦେବେ ବୋଲି କଥା ହେଉଥିବା ଅଭିଯୋଗ ହୋଇଥିଲା । ମାମଲାରେ ୱାଙ୍ଖଡେଙ୍କୁ ଜେରା ସରି ଥିବାବେଳେ ଆଜି ସାମ ଡିସୋଜାଙ୍କୁ ସମନ୍ ପଠାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.