ETV Bharat / bharat

ଦେଶରେ କୋରୋନା ଡାଉନଟ୍ରେଣ୍ଡ, ଦିନକରେ 24,712 ଆକ୍ରାନ୍ତ ଚିହ୍ନଟ

author img

By

Published : Dec 24, 2020, 11:17 AM IST

ଗୋଟିଏ ଦିନରେ ଦେଶରେ 24 ହଜାର 712 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 1 ଲକ୍ଷ 23 ହଜାର 778 ପାର । ଅଧିକ ପଢନ୍ତୁ...

ଦେଶରେ କୋରୋନା ଡାଉନଟ୍ରେଣ୍ଡ, ଦିନକରେ 24,712 ଆକ୍ରାନ୍ତ ଚିହ୍ନଟ
ଦେଶରେ କୋରୋନା ଡାଉନଟ୍ରେଣ୍ଡ, ଦିନକରେ 24,712 ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁଛି କୋରୋନା ମହାମାରୀ ସଂକ୍ରମଣ । ମୃତ୍ୟୁ ସଂଖ୍ୟା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଛି । ଏହି କ୍ରମରେ ଗତ 24 ଘଣ୍ଟାରେ ଦେଶରେ 24 ହଜାର 712 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 1 ଲକ୍ଷ 23 ହଜାର 778ରେ ପହଞ୍ଚିଛି।

ସେହିପରି ଗୋଟିଏ ଦିନରେ 29 ହଜାର 791 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସଦ୍ୟତମ ରିପୋର୍ଟକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା 96 ଲକ୍ଷ 93 ହଜାର 173କୁ ବୃଦ୍ଧି ପାଉଛି। ସେହିପରି 24 ଘଣ୍ଟାରେ 312 ଜଣ ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଯାହାକୁ ନେଇ ମୋଟ ମୃତକଙ୍କ ସଂଖ୍ୟା 1 ଲକ୍ଷ 46 ହଜାର 756କୁ ବୃଦ୍ଧି ପାଉଛି ।

ତେବେ ବର୍ତ୍ତମାନ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ 2 ଲକ୍ଷ 83 ହଜାର 849ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.