ETV Bharat / bharat

ଆନ୍ଧ୍ରପ୍ରଦେଶ ମନ୍ତ୍ରୀମଣ୍ଡଳ ଅଦଳବଦଳ: ସମସ୍ତ 24 ମନ୍ତ୍ରୀ ଦେଲେ ଇସ୍ତଫା

author img

By

Published : Apr 7, 2022, 8:36 PM IST

ଆନ୍ଧ୍ରପ୍ରଦେଶ ମନ୍ତ୍ରୀମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଆରମ୍ଭ । ଆଜି ଏକକାଳୀନ ଇସ୍ତଫା ଦେଲେ ସମସ୍ତ 24ମନ୍ତ୍ରୀ । ଅଧିକ ପଢନ୍ତୁ

ଆନ୍ଧ୍ରପ୍ରଦେଶ ମନ୍ତ୍ରୀମଣ୍ଡଳ ଅଦଳବଦଳ: 24 ମନ୍ତ୍ରୀ ଦେଲେ ଇସ୍ତାଫା

ଅମରାବତି: ଆନ୍ଧ୍ରପ୍ରଦେଶରେ ହେବାକୁ ଯାଉଛି ଜଗନ କ୍ୟାବିନେଟର ନବକଳେବର । ଗତକାଲି ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ ଜଗନ ମୋହନ ରେଡ୍ଡୀ ରାଜ୍ୟପାଳଙ୍କୁୁ ଭେଟି ଆଲୋଚନା କରିଥିବାବେଳେ ଆଜି ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । 2024ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ନିଜ କାର୍ଯ୍ୟକାଳର ପ୍ରଥମାର୍ଦ୍ଧରେ ଜଗନ ସରକାରର ନବକଳେବର ହେବାକୁ ଯାଉଛି ।

ରାଜ୍ୟରେ ବର୍ତ୍ତମାନ ଜିଲ୍ଲା ସଂଖ୍ୟା ବୃଦ୍ଧି ଘଟି 26ରେ ପହଞ୍ଚିଛି । ତେଣୁ ନୂତନ ତଥା ପରିବର୍ତ୍ତିତ କ୍ୟାବିନେଟରେ ନୂତନ ଭାବେ ସାମିଲ ହୋଇଥିବା ଜିଲ୍ଲାକୁ ମଧ୍ୟ ପ୍ରତିନିଧିତ୍ବ ମିଳିବ । କ୍ଷେତ୍ରୀୟ, ସାମ୍ପ୍ରଦାୟିକ ଓ ସାମୁଦାୟିକ ଭାବେ ନୂଆ କ୍ୟାବିନେଟରେ ଭାରସାମ୍ୟ ରକ୍ଷା କରାଯିବାକୁ ଜଗନ ସରକାର ଲକ୍ଷ୍ୟ ରଖିଛନ୍ତି ।

2019ରେ ଜଗନ ମୋହନ ରେଡ୍ଡୀଙ୍କ ଓ୍ବାଇ.ଏସ.ଆର କଂଗ୍ରେସ କ୍ଷମତାକୁ ଆସି ସରକାର ଗଠନ କରିଥିଲା । ଜଗନଙ୍କ କ୍ୟାବିନେଟରେ 5 ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନ ମିଳିଥିଲା । ପ୍ରତ୍ୟେକ ଉପମୁଖ୍ୟମନ୍ତ୍ରୀ ଅନୁସୂଚିତ ଜାତି, ଜନଜାତି, ଦଳିତ ଓ ସଂଖ୍ୟାଲଘୁ ବର୍ଗରୁ ଚୟନ ହୋଇଥିଲେ । ସେହିପରି ଲିଙ୍ଗଗତ ଭାରସାମ୍ୟ ପାଇଁ କ୍ୟାବିନେଟରେ 3 ମହିଳାଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିଥିଲା । ଗୃହମନ୍ତ୍ରୀ ଭାବେ ଦଳିତ ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରୁଥିବା ଏମ,ସୁଚରିତାଙ୍କୁ ମିଳିଥିଲା ବଡ ଦାୟିତ୍ବ । ତେବେ ଦ୍ବିତୀୟାର୍ଦ୍ଧ୍ବରେ ମଧ୍ୟ ସେହିପରି ଭାରସାମ୍ୟ ବଜାୟ ରଖାଯିବା ନେଇ ଆକଳନ କରାଯାଉଛି ।

2019ରେ କ୍ଷମତା ହାତେଇବା ପରେ ପ୍ରଶାସନିକ ସୁବିଧା କାରଣରୁ ମୁଖ୍ୟମନ୍ତ୍ରୀ ଜଗନ ଏକାଧିକ ନୂଆ ଜିଲ୍ଲା ଗଠନ ହେବା ସହ ସମସ୍ତ ଜିଲ୍ଲାକୁ ସଂସଦୀୟ କ୍ଷେତ୍ର ମାନ୍ୟତା ମିଳିବା ନେଇ ଘୋଷଣା କରିଥିଲେ । ଗତ ଦୁଇ ଦିନ ତଳେ ରାଜ୍ୟ ମାନଚିତ୍ରରେ ନୂଆ 13ଜିଲ୍ଲା ମିଶିବା ସହ ମୋଟ ଜିଲ୍ଲା ସଂଖ୍ୟା 26ରେ ପହଞ୍ଚିଥିଲା । ନୂଆ କ୍ଷେତ୍ରୀୟ ସମୀକରଣ ବଦଳିବା ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା ମଧ୍ୟ ଲାଗି ରହିଥିବା ବେଳେ ଆଜି ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.