ETV Bharat / bharat

ଆସାମରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା, ନ୍ୟାୟ ପ୍ରତିଶୃତି ଦେଲେ ବିଶ୍ବଶର୍ମା - ନ୍ୟାୟ ପ୍ରତିଶୃତି ଦେଲେ ବିଶ୍ବ ଶର୍ମା

ଆସାମରେ କୋଭିଡ କେୟାର ସେଣ୍ଟରରେ ଜୁନିଅର ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାରେ 24 ଗିରଫ । ଘଟଣାରେ ଡାକ୍ତରଙ୍କୁ ନ୍ୟାୟ ଦିଆଯିବ ବୋଲି ସ୍ପଷ୍ଟୋକ୍ତି ରଖିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଅଧିକ ପଢ଼ନ୍ତୁ...

24 arrested for attack on doctor, hojai district in Assam, chief minister Himanta Biswa Sharama, Assam Cm assures justice,  attack on doctor, ଆସାମରେ ଡାକ୍ତରଙ୍କୁ ଆକ୍ରମଣ, ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ 24 ଗିରଫ, ନ୍ୟାୟ ପ୍ରତିଶୃତି ଦେଲେ ବିଶ୍ବ ଶର୍ମା,  ଉଦାଲି କୋଭିଡ କେୟାର ସେଣ୍ଟର
ଆସାମରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା, ନ୍ୟାୟ ପ୍ରତିଶୃତି ଦେଲେ ବିଶ୍ବ ଶର୍ମା
author img

By

Published : Jun 2, 2021, 4:23 PM IST

ଦିସପୁର: ଆସାମ ହୋଜାଇ ଜିଲ୍ଲାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ 24 ଜଣଙ୍କୁ ଗିରଫ କରାଯାଇଛି । ଏହାକୁ ଏକ ଅମାନବୀୟ କାଣ୍ଡ କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ଘଟଣାରେ ନିଶ୍ଚୟ ନ୍ୟାୟ ମିଳିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

ହିମନ୍ତ ଟ୍ବିଟ କରି କହିଛନ୍ତି ଯେ, ‘‘ଏହି ବର୍ବର କାଣ୍ଡରେ ସମ୍ପୃକ୍ତ 24 ଜଣଙ୍କୁ ଗିରଫ କରାଯାଇଛି, ଯଥାଶୀଘ୍ର ଚାର୍ଜସିଟ ମଧ୍ୟ ଫାଇଲ କରାଯିବ । ମୁଁ ଘଟଣାର ତଦନ୍ତକୁ ବ୍ୟକ୍ତିଗତ ଭାବେ ନିରୀକ୍ଷଣ କରୁଛି ଓ ପ୍ରତିଶୃତି ଦେଉଛି ଯେ ଯଥାଶୀଘ୍ର ନ୍ୟାୟ ପ୍ରଦାନ କରାଯିବ ।’’

ଗିରଫ ହୋଇଥିବା 24 ଜଣଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ସହ ଷଡଯନ୍ତ୍ରକାରୀ ରହିଥିବା ନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଆସାମ ପୋଲିସର ସ୍ବତନ୍ତ୍ର ଡିଜିପି ଜିପି ସିଂହ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ଡାକ୍ତରଙ୍କୁ ମାଡ ମରାଯାଉଥିବା ଭିଡ଼ିଓରେ ଉକ୍ତ ମହିଳାଙ୍କୁ ଦେଖିବାକୁ ମିଳିଥିଲା ।

  • 24 culprits involved in this barbaric attack have been arrested and the chargesheet will be filed at the earliest.

    I am personally monitoring this investigation and I promise that justice will be served. https://t.co/CVgRaEW0di

    — Himanta Biswa Sarma (@himantabiswa) June 2, 2021 " class="align-text-top noRightClick twitterSection" data=" ">

ମଙ୍ଗଳବାର ଘଟଣାର ଭିଡ଼ିଓକୁ ଟ୍ବିଟରରେ ସେୟାର କରି ହିମନ୍ତ ଲେଖିଛନ୍ତି ଯେ ରାଜ୍ୟରେ ସମ୍ମୁଖ ଯୋଦ୍ଧାଙ୍କ ଉପରେ ଏପରି ବର୍ବର ଆକ୍ରମଣକୁ ଗ୍ରହଣ କରାଯିବ ନାହିଁ ।

ସ୍ବତନ୍ତ୍ର ଡି଼ଜିପି ଜିପି ସିଂହଙ୍କ ସୂଚନା ଅନୁସାରେ, ପୀଡିତ ଡାକ୍ତର ହେଉଛନ୍ତି ସେଉଜ କୁମାର ସେନାପତି ଯିଏକି ହୋଜାଇ ସ୍ଥିତ ଉଦାଲି କୋଭିଡ କେୟାର ସେଣ୍ଟରରେ ଅବସ୍ଥାପିତ ଥିଲେ । ଜଣେ କୋଭିଡ ରୋଗୀଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା ।

ଏହି ଘଟଣା ନେଇ ମଙ୍ଗଳବାର ଭାରତୀୟ ମେଡ଼ିକାଲ ସଙ୍ଘ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ସ୍ବାସ୍ଥ୍ୟସେବା କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ବିରୋଧୀ କଡ଼ା ଆଇନ ଲାଗୁ କରିବାକୁ କରିଛି ଅନୁରୋଧ ।

ଚିଠିରେ ଆଇଏମଏ ଆସାମର ଏହି ଘଟଣା କଥା ଲେଖି ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ତୁରନ୍ତ ଶକ୍ତ ଓ ପ୍ରଭାବଶାଳୀ ପଦକ୍ଷେପ ନେବାକୁ କରିଛି ଅନୁରୋଧ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.