ETV Bharat / bharat

ଚିନ୍ତା ବଢାଉଛି କୋରୋନା, ମୁମ୍ବାଇରେ ଟୀକାକରଣ ପରେ 23,239 ହେଲେ ପୁନଃ ସଂକ୍ରମିତ - ଟୀକାକରଣ ପରେ ପୁନଃ ସଂକ୍ରମିତ

କୋଭିଡ ଟିକା ନେବା ପରେ ବି ସଂକ୍ରମିତ ହେଉଛନ୍ତି ଲୋକେ । ଏପଟେ ମୁମ୍ବାଇରେ ସମୁଦାୟ 23,239 ଲୋକ କୋଭିଡ ଟିକା ନେବା ପରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କିନ୍ତୁ ଚିନ୍ତାର ବିଷୟ ଯେ, ସେମାନଙ୍କ ମଧ୍ୟରୁ 9000 ଦ୍ବିତୀୟ ଡୋଜ ନେଇ ସାରିବାପରେ ବି କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

ଚିନ୍ତା ବଢାଉଛି କୋରୋନା, ମୁମ୍ବାଇରେ ଟୀକାକରଣ ପରେ 23,239 ହେଲେ ପୁନଃ ସଂକ୍ରମିତ

author img

By

Published : Sep 16, 2021, 3:13 PM IST

ମୁମ୍ବାଇ: କୋଭିଡ ଟିକା ନେବା ପରେ ବି ସଂକ୍ରମିତ ହେଉଛନ୍ତି ଲୋକେ । ଏପଟେ ମୁମ୍ବାଇରେ ସମୁଦାୟ 23,239 ଲୋକ କୋଭିଡ ଟିକା ନେବା ପରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କିନ୍ତୁ ଚିନ୍ତାର ବିଷୟ ଯେ, ସେମାନଙ୍କ ମଧ୍ୟରୁ 9000 ଦ୍ବିତୀୟ ଡୋଜ ନେଇ ସାରିବାପରେ ବି କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ତେବେ କେତେ ନାଗରିକ ପୁନଃ ସଂକ୍ରମିତ ହୋଇଛନ୍ତି ତାହା ଜାଣିବା ପାଇଁ ମ୍ୟୁନିସିପାଲିଟି କର୍ପୋରେସନ ଦ୍ବାରା ଏକ ସର୍ଭେ କରାଯାଇଥିଲା । ମୁମ୍ବାଇରେ ଉଭୟ ଡୋଜ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ପ୍ରାୟ 25.39 ଲକ୍ଷ ଏବଂ ସେମାନଙ୍କ ମଧ୍ୟରେ 23,239 ଜଣ ପୁନଃ ସଂକ୍ରମିତ ହୋଇଥିବାବେଳେ 9,001 ଜଣ ଦ୍ବିତୀୟ ଡୋଜ ଚିକା ନେବା ପରେ ବି ଆକ୍ରାନ୍ତ ହୋଇଛନ୍ତି । ଏପଟେ ପ୍ରଥମ ଡୋଜ ଟିକା ନେବା ପରେ 14,239 ଜଣ ପୁନର୍ବାର ସଂକ୍ରମଣ ହୋଇଥିବା ଜଣାପଡ଼ିଛି ।

ଏହି ସମୟରେ, ଟିକା ଦିଆଯାଇଥିବା ଲୋକଙ୍କ ମଧ୍ୟରେ କୋରୋନାଭାଇରସ୍ ପୁନଃ ସଂକ୍ରମଣର ସର୍ବାଧିକ ଘଟଣା 60 ବର୍ଷରୁ ଅଧିକ ବୟସର ଲୋକଙ୍କ ଠାରେ ଦେଖାଯାଇଛି । ଜାନୁଆରୀ 16 ଠାରୁ ଏବେ ପର୍ଯ୍ୟନ୍ତ ମୁମ୍ବାଇରେ ଏକ କୋଟିରୁ ଊର୍ଦ୍ଧ୍ବ ଟିକା ଦିଆଯାଇଛି, ସେଥିମଧ୍ୟରୁ 74,64,139 ହିତାଧିକାରୀଙ୍କୁ ପ୍ରଥମ ଡୋଜ ଏବଂ 31 ଲକ୍ଷ 32 ହଜାର 274 ହିତାଧିକାରୀଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆସରିଛି । ତେବେ କୋରୋନାକୁ ପରାସ୍ତ କରିବାକୁ ହେଲେ ସାମାଜିକ ଦୂରତାକୁ ଅନୁସରଣ କରିବା, ମୁହଁରେ ମାସ୍କ ପିନ୍ଧିବା ଏବଂ ଭିଡ଼ରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ ବୋଲି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ଅତିରିକ୍ତ କମିଶନର ସୁରେଶ କାକାନି ଅପିଲ କରିଛନ୍ତି ।

ଟୀକାକରଣ ପରେ କୋରୋନା ସଂକ୍ରମଣ ରିପୋର୍ଟ:

18 ରୁ 44 ବର୍ଷ ବୟସ ମଧ୍ୟରେ:

ପ୍ରଥମ ଡୋଜ୍ ପରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା - 4420

ଦ୍ବିତୀୟ ଡୋଜ ପରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା - 1835

45 ରୁ 59 ବର୍ଷ ବୟସ ମଧ୍ୟରେ:

ପ୍ରଥମ ଡୋଜ୍ ପରେ କୋରୋନା ସଂକ୍ରମିତ - 4815

ଦ୍ବିତୀୟ ଡୋଜ ପରେ କୋରୋନା ସଂକ୍ରମିତ - 2687

60 ବର୍ଷରୁ ଅଧିକ ନାଗରିକ :

ପ୍ରଥମ ଡୋଜ ପରେ କୋରୋନା ସଂକ୍ରମିତ - 5004

ଦ୍ବିତୀୟ ଡୋଜ ପରେ କୋରୋନା ସଂକ୍ରମିତ - 4489

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.