ETV Bharat / bharat

Operation Ganga: ୟୁକ୍ରେନରୁ ୨୨୯ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଇଣ୍ଡିଗୋ

ୟୁକ୍ରେନରେ ଫସିରଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅପରେସନ ଗଙ୍ଗା । ୨୨୯ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଇଣ୍ଡିଗୋ ବିମାନ । ଅଧିକ ପଢନ୍ତୁ

Operation Ganga: ୟୁକ୍ରେନରୁ ୨୨୯ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଇଣ୍ଡିଗୋ ବିମାନ

author img

By

Published : Mar 5, 2022, 9:04 AM IST

ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଛି ଯୁଦ୍ଧ । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅପରେସନ ଗଙ୍ଗା । ଅପରେସନ ଗଙ୍ଗା ଜରିଆରେ ଆଉ ୨୨୯ ଭାରତୀୟ ସ୍ବଦେଶ ଫେରିଛନ୍ତି । ୨୨୯ ଭାରତୀୟଙ୍କୁ ନେଇ ୟୁକ୍ରେନରୁ ଉଡାଣ ଆରମ୍ଭ କରିଥିବା ଏକ ଇଣ୍ଡିଗୋ ବିମାନ ଆଜି ସକାଳ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି ।

କେନ୍ଦ୍ର ମନ୍ତ୍ରୀ ଏଲ୍ ମୁରୁଗାନ୍ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ସ୍ବଗାତ କରିଥିଲେ । ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଭି ମୁରଲୀଧରନ ସୂଚନା ଦେଇ କହିଛନ୍ତି ଯେ ଏପର୍ଯ୍ୟନ୍ତ 11,000 ରୁ ଅଧିକ ଭାରତୀୟଙ୍କୁ ୟୁକ୍ରେନରୁ ସ୍ଥାନାନ୍ତର କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଏକ ବୈଠକର ଅଧ୍ୟକ୍ଷତା କରି ୟୁକ୍ରେନ ସଙ୍କଟ ଓ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ୟୁକ୍ରେନରେ ଯୁଦ୍ଧ ଜାରି ରହିଥିବା ବେଳେ ସେଠାରେ ଅନେକ ଭାରତୀୟ ଫସି ରହିଛନ୍ତି । ସେମାନଙ୍କ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି 'ଅପରେସନ ଗଙ୍ଗା' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.