ହାଇଦ୍ରାବାଦ: ଡିସେମ୍ବର 13, 2001 । ସାରା ଭାରତୀୟଙ୍କ ପାଇଁ ଏକ କଳାଦିନ । ଏହି ଦିନ ଦେଶର ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ସଂସଦ ଉପରେ ହୋଇଥିଲା ଆତଙ୍କୀ ହମଲା । ଯେଉଁଥିରେ 9ଜଣ ଶହୀଦ ହୋଇଥିଲେ । ଦେଶର ସବୁଠୁ ସୁରକ୍ଷିତ ସ୍ଥାନ ଅର୍ଥାତ ସୁରକ୍ଷା କବତ ଘେରରେ ଥିବା ପାର୍ଲିଆମେଣ୍ଟ ପରିସରରେ ପଶି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ଆତଙ୍କବାଦୀ । ହେଲେ ନିଜ ଜୀବନକୁ ବାଜି ଲଗାଇ ଅନେକ ଜୀବନ ବଞ୍ଚାଇଥିଲେ ସୁରକ୍ଷାକର୍ମୀ । ତେବେ ଏହି କଳାଦିନକୁ ଏହାମଧ୍ୟରେ 22 ବର୍ଷ ପୁରି ସାରିଛି । ହେଲେ ଆଜି ବି ମନରୁ ଲିଭିନି ସେହି କଳାଦିନର କାହାଣୀ ।
-
On this day, 22 years ago, the nefarious plan of terrorists to eliminate the top line of political leadership of the country and damage our Temple of Democracy was foiled by the brave security personnel, including the nine who laid down their lives for the motherland. The nation…
— President of India (@rashtrapatibhvn) December 13, 2023 " class="align-text-top noRightClick twitterSection" data="
">On this day, 22 years ago, the nefarious plan of terrorists to eliminate the top line of political leadership of the country and damage our Temple of Democracy was foiled by the brave security personnel, including the nine who laid down their lives for the motherland. The nation…
— President of India (@rashtrapatibhvn) December 13, 2023On this day, 22 years ago, the nefarious plan of terrorists to eliminate the top line of political leadership of the country and damage our Temple of Democracy was foiled by the brave security personnel, including the nine who laid down their lives for the motherland. The nation…
— President of India (@rashtrapatibhvn) December 13, 2023
ସଂସଦ ଉପରେ ଆକ୍ରମଣ ଘଟଣାକୁ ଆଜି 22 ବର୍ଷ ପୁରି ଥିବା ବେଳେ ଏହି ଆକ୍ରମଣରେ ଶହୀଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ମନେ ପକାଉଛି ପୁରା ଦେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୋନିଆ ଗାନ୍ଧୀ ସମେତ ଅନେକ ନେତା ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ସମୟରେ ଶହୀଦମାନଙ୍କ ପରିବାର ତଥା ସମ୍ପର୍କୀୟମାନେ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ଶଦୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସେମାନଙ୍କ ସମ୍ପର୍କୀୟମାନଙ୍କ ସହ ସାକ୍ଷାତ କରିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଲୋକସଭା ବାଚସ୍ପଚି ଓମ ବିର୍ଲା, କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ଯକ୍ଷ ଜେ.ପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରମୁଖ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିର ଦିନକୁ ମନେ ପକାଇବା ସହ ଟ୍ବିଟ୍ କରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଲେଖିଛନ୍ତି, "ରାଷ୍ଟ୍ର ସବୁବେଳେ ସେହି ବୀରମାନଙ୍କ ପାଖରେ ଋଣୀ ରହିବ । ଯେଉଁମାନେ 2001ରେ ସଂସଦ ଉପରେ ହୋଇଥିବା ଆତଙ୍କୀ ହାମଲାରେ ନିଜ ପ୍ରାଣବଳୀ ଦେଇଛନ୍ତି ।"
ରାଷ୍ଟ୍ରପତି ଟ୍ବିଟ୍ କରି ଲେଖିଛନ୍ତି,"22 ବର୍ଷ ପୂର୍ବେ ଏହି ଦିନ, ଦେଶର ମୁଖ୍ୟ ରାଜନୈତିକ ନେତୃତ୍ବମାନଙ୍କୁ ହତ୍ୟା କରିବା ପାଇଁ ଓ ଆମ ଗଣତନ୍ତ୍ରର ମନ୍ଦିରକୁ କ୍ଷତି ପହଞ୍ଚାଇବା ପାଇଁ ଆତଙ୍କବାଦୀମାନଙ୍କ ଯୋଜନା ଆମ ବୀର ସୁରକ୍ଷାକର୍ମୀମାନେ ପଣ୍ଡ କରିଦେଇଥିଲେ । ଯେଉଁଥିରେ ମାତୃଭୂମି ପାଇଁ 9ଜଣ ପ୍ରାଣବଳୀ ଦେଇଥିଲେ । ଦେଶ ସବୁବେଳେ ସେମାନଙ୍କ ନିକଟରେ ଋଣୀ ହୋଇ ରହିବ । "
ରାଷ୍ଟ୍ରପତି ଆଉ ମଧ୍ୟ ଲେଖିଛନ୍ତି, "ସେମାନଙ୍କ ବଳିଦାନ ବ୍ୟର୍ଥ ଯିବାକୁ ଦିଆଯିବ ନାହିଁ । ସାରା ବିଶ୍ବରେ ମାନବ ଜାତି ପାଇଁ ବିପଦ ସାଜିଥିବା ଆତଙ୍କବାଦୀମାନଙ୍କୁ ଶେଷ କରିବା ପାଇଁ ପଣ ନେବା ।"
ପ୍ରତ୍ୟେକ ଭାରତୀୟଙ୍କ ମନରେ ଡିସେମ୍ବର 13 ତାରିଖ ଏର ଅଭୁଲା ଦିନ ହୋଇ ରହିବ । କାରଣ ଏହି ଦିନ ସଂସଦ ମଧ୍ୟରେ ପଶି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ଆତଙ୍କବାଦୀ । ପାକିସ୍ତାନ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ଓ ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ । ସକାଳ 11.30ରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ପାଖାପାଖି 5ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଯବାନ ଓ ଆତଙ୍କୀମାନଙ୍କ ମଧ୍ୟରେ ଚାଲିଥିଲା ଗୁଳିବର୍ଷଣ ।
ଏହାମଧ୍ୟ ପଢନ୍ତୁ.. ଭାରତକୁ ପନ୍ନୁର ପୁଣି ଧମକ; '୧୩ରେ ସଂସଦ ଉପରେ ଆକ୍ରମଣ କରିବି'
ସଂସଦରେ ସେଦିନ ଚାଲିଥିଲା ଶୀତକାଳୀନ ଅଧିବେଶନ । ଏହି ଆକ୍ରମଣ ଦିନ ମହିଳା ସଂରକ୍ଷଣ ବିଧେୟକ ଉପରେ ଚର୍ଚ୍ଚା ମଧ୍ୟରେ ହଙ୍ଗାମା ଜୋରଦାର ହେବାରୁ ଗୃହ ମୁଲତବୀ ରଖାଯାଇଥିଲା । ଏହା ମଧ୍ୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ବିରୋଧି ଦଳ ନେତା ସୋନିଆ ଗାନ୍ଧୀ ସଦନ ବାହାରକୁ ଆସିଯାଇଥିଲେ । କିନ୍ତୁ ଆକ୍ରମଣ ସମୟରେ ସଦନ ଭିତରେ ଏନେକ ନେତା ମନ୍ତ୍ରୀ ଉପସ୍ଥିତ ଥିଲେ । ଦିନ 11.30ରୁ ଅପରାହ୍ନ 4ଟା ଯାଏଁ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଆଟାକ ହୋଇଥିଲା । ଏହି ସମୟରେ ସମସ୍ତ 5 ଆତଙ୍କବାଦୀଙ୍କୁ ମଧ୍ୟ ନିପାତ କରିଥିଲେ ସୁରକ୍ଷାକର୍ମୀ । ଅନ୍ୟପଟେ ଏହି ଆକ୍ରମଣରେ 6ଜଣ ଯବାନ, 2 ଜଣ ସଂସଦର ସୁରକ୍ଷାକର୍ମୀଙ୍କ ସମେତ ଜଣେ ମାଳିଙ୍କର ଜୀବନ ଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ