ETV Bharat / bharat

୫୦୦ ମିଟର ତଳକୁ ଖସିଲା ବସ, ୨୨ ମୃତ - ଦୁର୍ଘଟଣାରେ ୨୨ ମୃତ

ପିଓକରେ ୫୦୦ ମିଟର ତଳକୁ ଖସିଲା ଯାତ୍ରୀବାହୀ ବସ । ୨୨ ଜଣଙ୍କ ମୃତ୍ୟୁ ସହ ୮ ଆହତ । ଅଧିକ ପଢନ୍ତୁ...

୫୦୦ ମିଟର ତଳକୁ ଖସିଲା ବସ, ୨୨ ମୃତ
୫୦୦ ମିଟର ତଳକୁ ଖସିଲା ବସ, ୨୨ ମୃତ
author img

By

Published : Nov 4, 2021, 6:51 AM IST

ଇସଲାମବାଦ: ପାକ୍ ଅଧିକୃତ କାଶ୍ମୀର ତଥା ପିଓକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନାଳକୁ ବସ୍ ଖସିପଡିବାରୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୮ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗତକାଲି(ବୁଧବାର) ପିଓକେ ସୁଧନୋତିର ବାଲୋଚରୁ ପଞ୍ଜାବ ରାୱଲପିଣ୍ଡିକୁ ଏକ ଯାତ୍ରୀବାହୀ ବସ୍ ଯାଉଥିଲା । ଏହି ସମୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବସଟି ୫୦୦ ମିଟର ତଳକୁ ଖସି ନାଳରେ ପଡି ଯାଇଥିଲା । ଏଥିରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ବସ୍ ଚାଳକଙ୍କ ଅସବଧାନତା ଏବଂ ରାସ୍ତା ସମସ୍ୟା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଗତ ମାସ ମଧ୍ୟ ପିଓକେର ନୀଲମ ଜିଲ୍ଲାରେ ସଡକ ଦୁର୍ଘଟଣା ଘଟି ୪ ଜଣ ଛାତ୍ରଙ୍କ ସମେତ ୩୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଅଧିକାଂଶ ଲୋକେ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.