ETV Bharat / bharat

କୋରୋନା ଅପଡେଟ:ଦେଶରେ ଗୋଟିଏ ଦିନରେ 21,821 ଆକ୍ରାନ୍ତ ଚିହ୍ନଟ

author img

By

Published : Dec 31, 2020, 11:12 AM IST

ଗତ ବର୍ଷେ ହେବ ଦେଶରେ ବ୍ୟାପିଛି ମହାମାରୀ । ହେଲେ ଏତେ ଦିନ ବିତିଯାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନି । ଅଧିକ ପଢନ୍ତୁ...

କୋରୋନା ଅପଡେଟ: ଦେଶରେ ଗୋଟିଏ ଦିନରେ 21,821 ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ସଂଖ୍ୟାରେ ପ୍ରଥମେ ଆମେରିକା ପରେ ଭାରତ ରହିଛି । ଯେଉଁଠି ଅନ୍ୟ ଦେଶ ଗୁଡିକରେ କୋରୋନାର କୌଣସି ଚିହ୍ନବର୍ଣ୍ଣ ନଥିବାବେଳେ, ଭାରତରେ ଏବେ ସୁଦ୍ଧା 20 ହଜାରରୁ ଅଧିକ ସଂକ୍ରମଣ ସଂଖ୍ୟା ରିପୋର୍ଟ ହେଉଛି। ସେହିପରି ବ୍ରିଟେନ ଫେରନ୍ତାଙ୍କ ଠାରେ କୋରୋନାର ନୂଆ ଷ୍ଟ୍ରେନ ଦେଖାଯିବା ଚିନ୍ତାକୁ ଦ୍ବିଗୁଣିତ କରିଛି।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 21 ହଜାର 821ଟି ପଜିଟିଭ ସଂଖ୍ୟା ରିପୋର୍ଟ ହୋଇଛି। ସେହିପରି 299 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଅପଡେଟ ରିପୋର୍ଟକୁ ମିଶାଇ ବର୍ତ୍ତମାନ 1 କୋଟି 02 ଲକ୍ଷ 66 ହଜାର 674ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା।

ଅନ୍ୟପଟେ 26 ହଜାର 139 ଜଣ ସଦ୍ୟତମ ରିପୋର୍ଟକୁ ମିଶାଇ ବର୍ତ୍ତମାନ ସୁଦ୍ଧା 98 ଲକ୍ଷ 60 ହଜାର 280 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 48 ହଜାର 738ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 2 ଲକ୍ଷ 57 ହଜାର 656 ଜଣ ଚିକିତ୍ସାଧୀନ ଅଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.