ETV Bharat / bharat

ଦେଶର ସର୍ବକନିଷ୍ଠ ମେୟର ହେଲେ ଆର୍ଯ୍ୟା ରାଜେନ୍ଦ୍ରନ

author img

By

Published : Dec 28, 2020, 2:14 PM IST

କେରଳ ପୌରପାଳିକା ନିର୍ବାଚନରରେ ବିଜୟ ହାସଲ କରିଥିବା 21 ବର୍ଷୀୟ ଆର୍ଯ୍ୟା ରାଜେନ୍ଦ୍ରନ ହେଲେ ଦେଶର ସର୍ବକନିଷ୍ଠ ମେୟର । ଅଧିକ ପଢନ୍ତୁ...

ଦେଶର ସର୍ବକନିଷ୍ଠ ମେୟର
ଦେଶର ସର୍ବକନିଷ୍ଠ ମେୟର

ଥିରୁଅନନ୍ତପୁରମ: ଦେଶର ସର୍ବକନିଷ୍ଠ ମେୟର ହେଲେ 21 ବର୍ଷୀୟ ଆର୍ଯ୍ୟା ରାଜେନ୍ଦ୍ରନ । ଥିରୁଅନନ୍ତପୁରମ ପୌରପାଳିକାର ମେୟର ଭାବରେ ନିର୍ବାଚିତ ହୋଇଛନ୍ତି ଆର୍ଯ୍ୟା । ଦେଶର ସବୁଠୁ ଯୁବ ମେୟର ରୂପେ ରଚିଛନ୍ତି କିର୍ତ୍ତୀମାନ ।

ନିକଟରେ କେରଳ ପୌରପାଳିକା ନିର୍ବାଚନର ଫଳାଫଳ ଆସିଥିଲା । ଆର୍ଯ୍ୟା ପୌରପାଳିକା ନିର୍ବାଚନରେ ମୁଡାବନମୁଗଲ ଆସନରୁ ବିଜୟ ହାସଲ କରିଥିଲେ । ୟୁଡିଏଫ ପ୍ରାର୍ଥୀ ଶ୍ରୀକଳାଙ୍କୁ 2872 ଭୋଟରେ ପରାସ୍ତ କରିଥିଲେ ଆର୍ଯ୍ୟା । 2020 ନିର୍ବାଚନରେ ସେ ଥିଲେ ସବୁଠୁ ଯୁବ ପ୍ରାର୍ଥୀ ।

ଆର୍ଯ୍ୟା କେରଳର ରାଜଧାନୀ ଥିରୁଅନନ୍ତପୁରମର ଅଲ ସେଣ୍ଟ୍‌ସ କଲେଜରେ ଅଧ୍ୟୟନ କରନ୍ତି | ସେ ବିଜ୍ଞାନରେ ସ୍ନାତକ ଗଣିତ ସମ୍ମାନର ଦ୍ବିତୀୟ ବର୍ଷର ଛାତ୍ର । ସେ ଛୋଟବେଳୁ ରାଜନୀତିରେ ବହୁତ ସକ୍ରିୟ ଥିଲେ। ଆର୍ଯ୍ୟା ବର୍ତ୍ତମାନ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ରାଜ୍ୟ କମିଟିର ସଦସ୍ୟ ଅଛନ୍ତି । ଏହା ସହ ସେ କେରଳ ବାଲସଙ୍ଗମର ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ବାଲାସଙ୍ଗମ ହେଉଛି ସିପିଏମର ଶିଶୁ ଶାଖା । ନିର୍ବାଚନ ପୂର୍ବରୁ ଆର୍ଯ୍ୟା କହିଥିଲେ ଯେ ଯଦି ସେ ନିର୍ବାଚନରେ ​​ଜିତନ୍ତି ତେବେ ଚାଲିଥିବା ବିକାଶ କାର୍ଯ୍ୟ ସହ ନିମ୍ନ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଉନ୍ନତି ପାଇଁ କାର୍ଯ୍ୟ କରିବେ । ତେବେ ଦେଶର ସର୍ବକନିଷ୍ଠ ମେୟର ଭାବରେ ଇତିହାସ ରଚିଛନ୍ତି ।

ଆର୍ଯ୍ୟାଙ୍କୁ ମେୟର ପଦରେ ଛିଡା କରିବାର ନିଷ୍ପତ୍ତି ନେଇଥିଲା ସିପିଏମ ଜିଲ୍ଲା ସଚ୍ଚିବାଳୟର ଏକ ପ୍ୟାନାଲ । ରାଜ୍ୟରେ ପୂର୍ବରୁ ହିଁ ପୌରପାଳିକାରେ ବାମଦଳ କ୍ଷମତାରେ ରହିଛି । ଏହି ନିର୍ବାଚନରେ ମଧ୍ୟ ଏଲଡିଏଫ ବିଜୟ ହାସଲ କରିଥିବା ବେଳେ ଏକ ଝଟକାର ସାମ୍ନା କରିଛି, କାରଣ ଦଳର ଦୁଇ ମେୟର ପ୍ରାର୍ଥୀ ଓ ବର୍ତ୍ତମାନର ମେୟରଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହାପରେ ଜଣେ ଯୁବ ମେୟରଙ୍କୁ ଚୟନ କରିବାକୁ ଦଳରେ ଦାବି ଜୋର ଧରିଥିଲା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.