ETV Bharat / bharat

ମିଥୁନଙ୍କ ବଡ ବୟାନ, କହିଲେ ମୋ ସହ ସମ୍ପର୍କରେ ଅଛନ୍ତି ୨୧ TMC ବିଧାୟକ

author img

By

Published : Sep 25, 2022, 11:55 AM IST

ବିଜେପି ସହ ଯୋଗାଯୋଗରେ ଅଛନ୍ତି ୩୮ ଟିଏମସି ବିଧାୟକ । ସେଥି ମଧ୍ୟରେ ୨୧ ଜଣ ମୋ ସହ ସମ୍ପର୍କରେ ଥିବା କହିଲେ ମିଥୁନ ଚକ୍ରବର୍ତ୍ତୀ । ଅଧିକ ପଢନ୍ତୁ

ମିଥୁନଙ୍କ ବଡ ବୟାନ,  ମୋ ସହ ସମ୍ପର୍କରେ ଅଛନ୍ତି ୨୧ TMC ବିଧାୟକ

କୋଲକାତା: ସାମ୍ବାଦିକ ସମ୍ମିଳନୀରେ ଅଭିନେତାରୁ ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ(Actor and BJP leader Mithun Chakraborty)ଙ୍କ ବଡ ବୟାନ । ଟିଏମସିର ୨୧ ଜଣ ବିଧାୟକ ତାଙ୍କ ଯୋଗାଯୋଗରେ ଥିବା ସେ ଦାବି କରିଛନ୍ତି । ଶନିବାର ପଶ୍ଚିମବଙ୍ଗରେ ଏକ ସାମ୍ବାଦିକରେ ଏପରି କହିଛନ୍ତି ମିଥୁନ ଚକ୍ରବର୍ତ୍ତୀ ।

ସେ କହିଛନ୍ତି ଯେ,''ପଶ୍ଚିମବଙ୍ଗର ଶାସକ ଦଳ ୩୮ଜଣ ବିଧାୟକ ବର୍ତ୍ତମାନ ବିଜେପି ସହ ଯୋଗାଯୋଗରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ୨୧ ଜଣ ସିଧାସଳଖ ମୋ ସହ ଯୋଗାଯୋଗରେ ଅଛନ୍ତି । ଏହା ମୁଁ ପୂର୍ବରୁ କହିଥିଲି, ଆଜି ମଧ୍ୟ କହୁଛି, କିଛି ସମୟ ଅପେକ୍ଷା କରନ୍ତୁ, ଆପଣ ଦେଖିବେ କଣ ଆଗକୁ ହେଉଛି । ଟିଏମସି ନେତାମାନଙ୍କୁ ଗ୍ରହଣ କରିବାରକୁ ଦଳ ମଧ୍ୟରେ ଆପତ୍ତି ରହିଛି । ଅନେକ ନେତା କହିଛନ୍ତି ଯେ ଆମେ ପଚା ଆଳୁ ନେବୁ ନାହିଁ ''। ଗତ ଜୁଲାଇ ମାସରେ ବିଜେପି ନେତା ମିଥୁନ୍‌ ଚକ୍ରବର୍ତ୍ତୀ ମମତାଙ୍କ ୩୮ ବିଧାୟକ ବିଜେପି ସହ ସମ୍ପର୍କରେ ଥିବା ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ-RSS କୁ PFI ସହ ତୁଳନା କଲେ ଦିଗବିଜୟ

ଏହା ପୂର୍ବରୁ ପଶ୍ଚିମବଙ୍ଗରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ, ‘‘ ଟିଏମସିର ଶାସନ ଛଅ ମାସ ପର୍ଯ୍ୟନ୍ତ ବି ଚାଲିପାରିବ ନାହିଁ । ଆସନ୍ତା ୬ ମାସ ମଧ୍ୟରେ ଶାସକ ଦଳ "new and reformed TMC'' ପୋଷ୍ଟର ଲଗାଇବା ପରେ ଏମିତି କହିଥିଲେ ଶୁଭେନ୍ଦୁ ଅଧିକାରୀ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏବଂ ସେଣ୍ଟ୍ରାଲ ଇନଭେଷ୍ଟିଗେସନ୍ ବ୍ୟୁରୋ (CBI) ସେମାନଙ୍କର କାର୍ଯ୍ୟ କରୁଛନ୍ତି । ଏହି ପାର୍ଟି (ଟିଏମସି)ର ଶାସନ ଆଉ ଛଅ ମାସ ପର୍ଯ୍ୟନ୍ତ ମଧ୍ୟ ଚାଲିବ ନାହିଁ, ଡିସେମ୍ବର ହେଉଛି ସେମାନଙ୍କର ସମୟସୀମା ବୋଲି କହିଥିଲେ ଶୁଭେନ୍ଦୁ ।

୨୦୨୧ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ସମସ୍ତ ଶକ୍ତି ଲଗାଇ ମଧ୍ୟ ମମତା ବାନାର୍ଜୀଙ୍କୁ କ୍ଷମତାକୁ ଦୂରେଇ ରଖିବାରେ ସଫଳ ହୋଇ ପାରିନଥିଲା । ଟିଏମସିରୁ ଅଲଗା ହୋଇ ଦିଦିଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଥିବା ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ମମତା ପରାଜିତ ହୋଇଥିଲେ ସୁଦ୍ଧା ବହୁମତ କାରଣରୁ ସରକାର ଗଠନ କରିବା ସହ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ବିଜେପିକୁ ବିରୋଧୀ ଦଳ ଭୂମିକାରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ବିଜେପି କ୍ଷମତାକୁ ଆସିଲେ ଶୁଭନ୍ଦୁ ମୁଖ୍ୟମନ୍ତ୍ରୀ ହେବା ଚର୍ଚ୍ଚା ଜୋର ଧରିଥିବା ବେଳେ ଫଳାଫଳ ପରେ ଶୁଭେନ୍ଦୁ ବିରୋଧୀ ଦଳ ନେତା ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.