ETV Bharat / bharat

Omicron Update: ରାଜସ୍ଥାନରୁ ପୁଣି ୨୧ ଓମିକ୍ରନ ଚିହ୍ନଟ - ରାଜସ୍ଥାନ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା

ପୁଣି ରାଜସ୍ଥାନରୁ ୨୧ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ((21 New Cases of Omicron Found in Rajasthan) । ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩ ରେ ପହଞ୍ଚିଲା । ଅଧିକ ପଢନ୍ତୁ

Omicron Update: ରାଜସ୍ଥାନରୁ ପୁଣି ୨୧ ଓମିକ୍ରନ ଚିହ୍ନଟ

author img

By

Published : Dec 25, 2021, 5:47 PM IST

ଜୟପୁର: ମାଡି ଚାଲିଛି ଓମିକ୍ରନ । ପୁଣି ରାଜସ୍ଥାନରୁ ୨୧ ନୂଆ ମାମଲା ଚିହ୍ନଟ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଜି(ଶନିବାର) ୨୧ ନୂଆ ମାମଲା ଚିହ୍ନଟ ହୋଇଛି(21 New Cases of Omicron Found in Rajasthan) ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଶନିବାର NIB ପୁଣେରୁ ଆସିଥିବା ରିପୋର୍ଟ ଅନୁସାରେ ରାଜ୍ଯରେ ୨୧ ନୂଆ ଓମିକ୍ରନ ମାମଲା ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ରାଜଧାନୀ ଜୟପୁରରୁ ୧୧, ଅଜମେରରୁ ୬, ଉଦୟପୁରରୁ ୩ ଏବଂ ରାଜସ୍ଥାନରେ ବାସ କରୁଥିବା ଜଣେ ମହାରାଷ୍ଟ୍ର ନାଗରିକ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି । ସେହପିରି ୨୧ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ ବିଦେଶରୁ ଆସିଥିଲେ । ଅନ୍ୟବ୍ଯକ୍ତି ମାନେ ଏମାନଙ୍କ କଣ୍ଟାକ୍ଟରେ ଆସିବା ପରେ ସଂକ୍ରମିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଦିଲ୍ଲୀରେ ପୁଣି ୧୨ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ

ବର୍ତ୍ତମାନ, ଏହି ସମସ୍ତ ରୋଗୀଙ୍କୁ ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ଓମିକ୍ରନ୍ ୱାର୍ଡରେ ଭର୍ତ୍ତି କରାଯାଇଛି । ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଯାଞ୍ଚ ଚାଲିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ରାଜ୍ୟରେ ଏପର୍ଯ୍ୟନ୍ତ 43 ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.