ETV Bharat / bharat

ଆଜି ନୁହେଁ, କାଲି ମଣିପୁର ରାଜ୍ୟପାଳଙ୍କୁ ଭେଟିବେ INDIA ପ୍ରତିନିଧି - ମଣିପୁର ଗସ୍ତ

୨ ଦିନିଆ ମଣିପୁର ଗସ୍ତରେ ଥିବା 'ଇଣ୍ଡିଆ' ପ୍ରତିନିଧି ମଣ୍ଡଳୀ ଆଜି ନୁହେଁ ରବିବାର ରାଜ୍ୟପାଳଙ୍କୁ ଭେଟିବେ ବୋଲି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 29, 2023, 4:16 PM IST

ଇମ୍ଫାଲ: ମଣିପୁରରେ ଗତ ୩ ମାସ ଧରି ଜାରି ଥିବା ଜାତିଆଣ ହିଂସାକାଣ୍ଡକୁ ନେଇ ରାଜ୍ୟ ଗସ୍ତରେ ଅଛନ୍ତି ବିରୋଧୀ ମହାମେଣ୍ଟ ଇ-ଣ୍ଡି-ଆ । ବିଜେପି ଶାସିତ ମଣିପୁରରେ ରାଜ୍ୟବାସୀଙ୍କ ଏପରି ସ୍ଥିତିକୁ ନେଇ କ୍ରମାଗତ ଭାବେ ବିରୋଧୀ କେନ୍ଦ୍ର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଆସୁଛନ୍ତି । ତେବେ ରାଜ୍ୟର ସ୍ଥିତି ନେଇ ଆଜି 'ଇଣ୍ଡିଆ'ର ୨୧ ଜଣିଆ ପ୍ରତିନିଧି ମଣିପୁର ରାଜ୍ୟପାଳ ଅନସୂୟା ୟୁକେଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା ବେଳେ ଏହାକୁ ଆସନ୍ତାକାଲିକୁ ଘୁଞ୍ଚାଯାଇଛି । ବିରୋଧୀ ମହାମେଣ୍ଟର ପ୍ରତିନିଧିମାନେ ଆଜିଠୁ ୨ ଦିନିଆ ରାଜ୍ୟ ଗସ୍ତରେ ଅଛନ୍ତି ।

ରାଜ୍ୟରେ ପାଦ ଥାପିବା ପରେ ପ୍ରତିକ୍ରିୟା ରଖିଛନ୍ତି ଏହି 'ଇଣ୍ଡିଆ' ପ୍ରତିନିଧି । ରାଜ୍ୟବାସୀଙ୍କ ଦାବି ଜାଣିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେମାନେ କହିଛନ୍ତି । ଆଜି ଇଣ୍ଡିଆର ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ମଣିପୁର ରାଜଭବନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତାକାଲି (ରବିବାର) ସକାଳ ୧୦ଟାରେ ସେମାନେ ରାଜ୍ୟପାଳଙ୍କୁ ଭେଟିବେ । ରାଜ୍ୟପାଳ ଅନସୂୟା ଚପର୍‌ ଯୋଗେ ଚୁରଚନ୍ଦ୍ରପୁରକୁ ଗସ୍ତ କରିଛନ୍ତି । ସେଠାରେ ସେ କ୍ୟାମ୍ପରେ ଆଶ୍ରୟ ନେଇଥିବା ହିଂସା ପ୍ରଭାବିତଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ- Manipur Violence: ଆଜିଠୁ ଦୁଇ ଦିନିଆ ମଣିପୁର ଗସ୍ତରେ ‘ଇଣ୍ଡିଆ’ ଟିମ୍‌

ଅନ୍ୟପଟେ ବିରୋଧୀ ପ୍ରତିନିଧି ମଣ୍ଡଳୀ ଆଜି ଅପରାହ୍ନରେ ହିଂସା ପ୍ରଭାବିତ ଅଞ୍ଚଳରେ ଥିବା ବିଭିନ୍ନ କ୍ୟାମ୍ପରେ ଆଶ୍ରୟକାରୀଙ୍କୁ ଭେଟିବେ । ସେମାନଙ୍କ ପ୍ରକୃତ ଦାବି କଣ ? କେଉଁଠି ସମସ୍ୟା ରହିଛି ? ଏଭଳି ବିଭିନ୍ନ ଦିଗରେ ସେମାନଙ୍କ ସହିତ ଆଲୋଚନା ପରେ ପ୍ରଭାବିତଙ୍କ ଦାବିକୁ ସଂସଦରେ ପହଞ୍ଚାଇବା ବୋଲି ଏହି ଗସ୍ତରେ ଥିବା କଂଗ୍ରେସ ସାଂସଦ ଗୌରବ ଗୋଗେଇ କହିଛନ୍ତି । ମହାମେଣ୍ଟ ଗଠନ ହେବା ପରେ ସମସ୍ତ ଦଳର ନେତାମାନେ ମିଳିତ ଭାବେ ହିଂସା ପ୍ରଭାବିତ ମଣିପୁରକୁ ଗସ୍ତ କରିଛନ୍ତି । ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତ କରି ପ୍ରଭାବିତ ଲୋକଙ୍କ ସହିତ ଆଲୋଚନା କରିଥିବା ବେଳେ ରାଜ୍ୟପାଳ ଅନସୂୟାଙ୍କୁ ମଧ୍ୟ ଭେଟିଥିଲେ ।

ଏହା ବି ପଢନ୍ତୁ- Manipur Violence: ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ପୂର୍ବରୁ...

ସୂଚନା ଥାଉ କି ଗତ ୮୭ ଦିନ ଧରି ଜଳୁଛି ମଣିପୁର । କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଲାଗି ରହିଥିବା ଜାତିଆଣ ବିବାଦ ସାରା ରାଜ୍ୟବାସୀଙ୍କୁ ପ୍ରଭାବିତ କରିଛି । ମୈତେଇ ସମ୍ପ୍ରଦାୟର ଲୋକେ ଅନୁସୂଚିତ ଜନଜାତି ମାନ୍ୟତା ଲାଗି ଦାବି କରୁଥିବା ବେଳେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ପାହାଡି ଅଧିବାସୀ । ମଣିପୁରର ମୋଟ ଜନସଂଖ୍ୟା ମଧ୍ୟରୁ ୫୩ ପ୍ରତିଶତ ମୈତେଇ ସମ୍ପ୍ରଦାୟର ଥିବା ବେଳେ ୪୦ ପ୍ରତିଶତ କୁକି ସମ୍ପ୍ରଦାୟର । ମୈତେଇ ସମ୍ପ୍ରଦାୟ ଇମ୍ଫାଲ ଭ୍ୟାଲିରେ ରହୁଥିବା ବେଳେ କୁକି ସମ୍ପ୍ରଦାୟ ପାହାଡି ଜିଲ୍ଲାଗୁଡ଼ିକରେ ବାସ କରୁଛନ୍ତି । ସ୍ଥିତି ଏପରି ସଙ୍ଗୀନ ହୋଇଛି ଯେ ଚନ୍ଦଲ ଜିଲ୍ଲାର ଚୁରଚନ୍ଦ୍ରପୁରରେ କଲେଜ ଛାତ୍ରଛାତ୍ରୀ ହାତରେ ମାରଣାସ୍ତ୍ର ଧରି ଧମକ ଚମକ ଦେଉଛନ୍ତି । ହେଲେ ସେମାନଙ୍କୁ ଏଭଳି ମାରଣାସ୍ତ୍ର କିଏ ଦେଉଛି ସେ ନେଇ ଜଣାପଡ଼ିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.