ETV Bharat / bharat

ହାଇଦ୍ରାବାଦରେ ଜଣେ ବ୍ୟକ୍ତିଙ୍କ କିଡନୀରୁ ବାହାରିଲା ୨୦୬ଟି ଷ୍ଟୋନ, ଡାକ୍ତରୀଟିମ ତାଜୁବ - ବ୍ୟକ୍ତିଙ୍କ କିଡନୀରୁ ବାହାରିଲା ୨୦୬ଟି ଷ୍ଟୋନ

ଜଣେ ୫୬ ବର୍ଷୀୟ ରୋଗୀଙ୍କ କିଡନୀରୁ ବାହାରିଲା ୨୦୬ଟି ଷ୍ଟୋନ୍‌ । ହ୍ରାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ ଜଣେ ବ୍ୟକ୍ତିଙ୍କ କିଡନୀରୁ ଏହି ୨୦୬ଟି ଷ୍ଟୋନ ବାହାର କରିବାରେ ସଫଳ ହୋଇଛନ୍ତି । ଅଧିକ ପଢନ୍ତୁ

୫୬ ବର୍ଷିୟ ବ୍ୟକ୍ତିଙ୍କ କିଡନୀରୁ ବାହାରିଲା ୨୦୬ଟି ଷ୍ଟୋନ

author img

By

Published : May 20, 2022, 11:51 AM IST

ହାଇଦ୍ରାବାଦ: ଜଣେ ୫୬ ବର୍ଷୀୟ ରୋଗୀଙ୍କ କିଡନୀରୁ ବାହାରିଲା ୨୦୬ଟି ଷ୍ଟୋନ୍‌ । ହ୍ରାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ ଜଣେ ବ୍ୟକ୍ତିଙ୍କ କିଡନୀରୁ ଏହି ୨୦୬ଟି ଷ୍ଟୋନ ବାହାର କରିବାରେ ସଫଳ ହୋଇଛନ୍ତି । ଦୀର୍ଘ ୬ ମାସରୁ ଅଧିକ ସମୟ ଧରି ରୋଗୀ ଜଣଙ୍କ ଯନ୍ତ୍ରଣା ପାଇବା ପରେ ହାଇଦ୍ରାବାଦର ଆୱାର ଗ୍ଲେନେଗଲ୍‌ସ ଗ୍ଲୋବାଲ୍ ହସ୍ପିଟାଲରେ ଅପରେସନ କରାଇଥିଲେ । ପରେ ଷ୍ଟୋନ ଗୁଡିକୁ ବାହାର କରିବାରେ ସଫଳ ହୋଇଛନ୍ତି ଏହି ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ । ତେବେ ଏତେ ସଂଖ୍ୟକ ଷ୍ଟୋନ ଦେଖି ଡାକ୍ତରୀ ଦଳ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ରୋଗୀ ଜଣଙ୍କ ହେଉଛନ୍ତି ନାଲଗୋଣ୍ଡା ନିବାସୀ ବୀରମାଳା ରାମଲକ୍ଷ୍ମାଆ । ତାଙ୍କ ପେଟରେ ଦିର୍ଘ ୬ ମାସରୁ ଅଧିକ ସମୟ ଧରି ସେ ଯନ୍ତ୍ରଣା ଅନୁଭବ କରିଥିଲେ । ଗ୍ରୀଷ୍ମ ସମୟରେ ତାପମାତ୍ରା ବୃଦ୍ଧି ହେତୁ ଯନ୍ତ୍ରଣା ଅଧିକ ବୃଦ୍ଧି ପାଇଥିଲା | ଏହା ପରେ ଏପ୍ରିଲ ୨୨ରେ ଆୱାର ଗ୍ଲେନେଗଲ୍‌ସରେ ଗ୍ଲୋବାଲ୍ ହସ୍ପିଟାଲ ଚେକଅପ ପାଇଁ ଆସିଥିଲେ । ହସ୍ପିଟାଲ ସିନିୟର ୟୁରୋଲୋଜିଷ୍ଟ ଡାକ୍ତର ପୁଲୋ ନବୀନ କୁମାର ପ୍ରାଥମିକ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ ପରେ ରୋଗୀଙ୍କ ପେଟର ବାମ ପାର୍ଶ୍ବରେ (Kidney Stones on The Left Side) କିଡନୀରେ ଷ୍ଟୋନ ଥିବା ଜାଣିବାକୁ ପାଇଥିଲେ ।

ଏହାପରେ କ୍ୟୁବ ସ୍କାମ ମଧ୍ୟ କରିଥିଲେ । ଏହାପରେ ଏକ ଘଣ୍ଟା ଧରି ବ୍ୟକ୍ତି ଜଣଙ୍କର କିହୋଲ ସର୍ଜରୀ କରାଯାଇ କିଡନୀରୁ ୨୦୬ଟି ଷ୍ଟୋନ ବାହାର କରିବାରେ ସଫଳ ହୋଇଥିଲା ଡାକ୍ତରୀ ଟିମ । ବର୍ତ୍ତମାନ ରୋଗୀ ଜଣଙ୍କ ସୁସ୍ଥ ଥିବା ବେଳେ ଅପରେସନ ଗୋଟିଏ ଦିନ ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିବା କହିଛନ୍ତି ଡାକ୍ତର ।

ତେବେ ଗ୍ରୀଷ୍ମର ପ୍ରବାହ ଯୋଗୁଁ ଆଧିକାଂଶ ଲୋକ ଡିହାଇଡ୍ରେସନର ସମ୍ମୁଖୀନ ହୁଅନ୍ତି । ଏହି କାରଣରୁ କିଡନୀରେ ଷ୍ଟୋନ ହେବାର ଅଧିକ ସମ୍ଭାବନା ରହିଥାଏ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ତେଣୁ ସମସ୍ତଙ୍କୁ ଅଧିକରୁ ଅଧିକ ପାଣି ପିଇବାକୁ ଓ ପଇଡ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏଥିସହ ଟାଣ ଖରାରେ ଯାତ୍ରା ନ କରିବା ଓ ସୋଢାଯୁକ୍ତ ପାନୀୟ ନ ପିଇବାକୁ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.