ETV Bharat / bharat

ପୁଣି ମୋଦିଙ୍କ ୨୦୨୪ ମନ୍ତବ୍ୟକୁ କିଶୋରଙ୍କ କଟାକ୍ଷ, କହିଲେ ଲିଗ ମ୍ୟାଚ ଜିତିଛ ଜରୁରୀ ନୁହେଁ ଫାଇନାଲ ବି ଜିତିବ - ପୁଣି ମୋଦିଙ୍କ ୨୦୨୪ ମନ୍ତବ୍ୟକୁ କିଶୋରଙ୍କ କଟାକ୍ଷ

ସଫଳତା ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ସଙ୍କେତ ବୋଲି ମୋଦି ଦେଇଥିବା ମନ୍ତବ୍ୟକୁ ପୁଣି ଟାର୍ଗେଟ କରିଛନ୍ତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ମନ୍ତବ୍ୟକୁ କଟାକ୍ଷ କରି କିଶୋର କହିଛନ୍ତି ଲିଗ ମ୍ୟାଚ ଜିତିଛନ୍ତି ତା ମାନେ ନୁହେଁ ଫାଇନାଲ ବି ଜିତିବ । ରାଜ୍ୟସଭା ନିର୍ବାଚନରେ ଲୋକସଭା ନିର୍ବାଚନର ଫଳାଫଳ ସ୍ଥିର ହୋଇପାରିବ ନାହିଁ ବୋଲି ତାଙ୍କ ଆଭିମୁଖ୍ୟ ଦୋହରାଇଛନ୍ତି ପ୍ରଶାନ୍ତ । ଅଧିକ ପଢନ୍ତୁ

ପୁଣି ମୋଦିଙ୍କ ୨୦୨୪ ମନ୍ତବ୍ୟକୁ କିଶୋରଙ୍କ କଟାକ୍ଷ

author img

By

Published : Mar 16, 2022, 9:33 AM IST

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାପଳରେ ବିଜେପି ବିରାଟ ବିଜୟ ହାସଲ କରିଛି । ୪ ରାଜ୍ୟ ୟୁପି, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ଦଳର ବମ୍ଫର ବିଜୟ ହୋଇଛି । ବିଜୟ ପାଇଁ ମୋଦିଙ୍କୁ କିଏ ଶୁଭେଚ୍ଛା ଦେଉଛି ତ କିଏ ସମାଲୋଚନା କରୁଛି । ସଫଳତା ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ସଙ୍କେତ ବୋଲି ମୋଦି ଦେଇଥିବା ମନ୍ତବ୍ୟକୁ ପୁଣି ଟାର୍ଗେଟ କରିଛନ୍ତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ମନ୍ତବ୍ୟକୁ କଟାକ୍ଷ କରି କିଶୋର କହିଛନ୍ତି ଲିଗ ମ୍ୟାଚ ଜିତିଛନ୍ତି ତା ମାନେ ନୁହେଁ ଫାଇନାଲ ବି ଜିତିବ । ରାଜ୍ୟସଭା ନିର୍ବାଚନରେ ଲୋକସଭା ନିର୍ବାଚନର ଫଳାଫଳ ସ୍ଥିର ହୋଇପାରିବ ନାହିଁ ବୋଲି ତାଙ୍କ ଆଭିମୁଖ୍ୟ ଦୋହରାଇଛନ୍ତି ପ୍ରଶାନ୍ତ ।

ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଏକ ସାକ୍ଷାତକାରରେ କହିଛନ୍ତି, ରାଜ୍ୟଗୁଡିକର ନିର୍ବାଚନ ଫଳାଫଳ ଲୋକସଭା ନିର୍ବାଚନ ଫଳାଫଳ ସ୍ଥିର କରେ ନାହିଁ। ଏହି କଥା ନରେନ୍ଦ୍ର ମୋଦିଙ୍କ ଠୁ ଅଧିକ ଆଉ କେହି ବୁଝି ପାରିବେ ନାହିଁ ଯେ, ବିଧାନସଭା ନିର୍ବାଚନ ସାଧାରଣ ନିର୍ବାଚନର ପରିଣାମ ସ୍ଥିର କରେ ନାହିଁ।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଉଦାହରଣ ଦେଇ ପ୍ରଶାନ୍ତ କିଶୋର କହିଛନ୍ତି, ଯଦି ଆମେ ୟୁପି ଉପରେ ନଜର ପକାଇବା ତେବେ ଆପଣ ଜାଣି ପାରିବେ ଯେ, ୨୦୧୨ରେ କଣ ଘଟିଥିଲା ? ସପା ୟୁପିରେ ବଡ ବିଜୟ ହାସଲ କରିଥିଲା ଏବଂ ବିଜେପି ଚତୁର୍ଥ ନମ୍ବରରେ ଥିଲା। ମାତ୍ର ଦୁଇ ବର୍ଷ ପରେ ୨୦୧୪ରେ କଣ ଘଟିଥିଲା ଏହା ସମସ୍ତେ ଜାଣନ୍ତି। ବିଜେପି ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଆସିଥିଲା।

ଏହା ବି ପଢନ୍ତୁ...ଆଜିଠୁ ଆପ୍‌ର ହେଲା ପଞ୍ଜାବ, ଶପଥ ନେବେ ଭଗୱନ୍ତ ମାନ

ସେ ଆହୁରି କହିଛନ୍ତି, ନିର୍ବାଚନ ଏକ ଟୁର୍ଣ୍ଣାମେଣ୍ଟ ପରି ଯେଉଁଠି ଆପଣଙ୍କୁ ଲିଗ୍‌ ମ୍ୟାଚ୍‌ରେ ବିଜୟ ମିଳିଛି। ମାତ୍ର ଏହା ଜରୁରୀ ନୁହେଁ ଯେ, ଫାଇନାଲ୍ ମଧ୍ୟ ଜିତିବ। ଆପଣ ବିଜୟର ଉତ୍ସାହ ଅନୁଭବ କରି ପାରିବେ। ଆପଣଙ୍କ ପାଇଁ ଏହା ଫାଇଦା ବୋଲି କହିପାରିବେ । ଆପଣ ଲିଗ୍‌ରେ ମ୍ୟାଚ ଜିତିଛନ୍ତି ଏହାର କଣ ଗ୍ୟାରେଣ୍ଟି ଆପଣ ଫାଇନାଲ୍‌ ଜିତିବେ ।

ପ୍ରକାଶ ଥାଉ କି ନିକଟରେ କିଛିଦିନ ତଳେ ମୋଦିଙ୍କ ୨୦୨୪ ମନ୍ତବ୍ୟକୁ ପ୍ରଶାନ୍ତ କଟାକ୍ଷ କରି ସାହେବ ଚତୁର ପ୍ରୟାସ ବୋଲି କହିଥିଲେ । ଲଢ଼େଇ ୨୦୨୪ରେ ଲଢ଼ାଯିବ ଓ ନିଷ୍ପତ୍ତି ହେବ। ସାହେବ ଭଲ ଭାବେ ଏହା ଜାଣିଛନ୍ତି! ତଥାପି ସେ ବେଶ ଚତୁରତାର ସହ ରାଜ୍ୟ ନିର୍ବାଚନ ଫଳାଫଳ କଥା କହି ବିରୋଧୀଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଦୟା କରି ଏପରି ମିଥ୍ୟା ପ୍ରଚାରରେ ଫସନ୍ତୁ ନାହିଁ ବୋଲି କହିଥିଲେ ପ୍ରଶାନ୍ତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.