ETV Bharat / bharat

କର୍ଣ୍ଣାଟକ ଓ ତେଲେଙ୍ଗାନା ନିର୍ବାଚନ, ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେପି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଆମିତ ଶାହା

କର୍ଣ୍ଣାଟକ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ । ରାଜ୍ୟରେ ବହୁମତରେ ବିଜୟ ହେବା ପାଇଁ ଆଞ୍ଚଳିକ ଦଳଠାରୁ ଆରମ୍ଭ କରି ଜାତୀୟ ଦଳ ଅଣ୍ଟା ଭିଡିଛି । ଅଧିକ ପଢ଼ନ୍ତୁ

କର୍ଣ୍ଣାଟକ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ

author img

By

Published : Mar 12, 2023, 9:29 PM IST

ହାଇଦ୍ରାବାଦ: ଆଗକୁ ଆସୁଛି କର୍ଣ୍ଣାଟକ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ । ଦୁଇ ରାଜ୍ୟର ଗାଦି ହାତେଇବାକୁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହେଲେଣି କସରତ । ମେ ମାସରେ କର୍ଣ୍ଣାଟକ ନିର୍ବାଚନ ଥିବା ବେଳେ ଡିସେମ୍ବରରେ ତେଲେଙ୍ଗାନାରେ ଭୋଟ ଦେବେ ଭୋଟର । ତେବେ ଉଭୟ ରାଜ୍ୟରେ ବହୁମତରେ ବିଜୟ ହେବା ପାଇଁ ଆଞ୍ଚଳିକ ଦଳଠାରୁ ଆରମ୍ଭ କରି ଜାତୀୟ ଦଳ ଅଣ୍ଟା ଭିଡିଛନ୍ତି ।

ତେବେ ଏହାରି ମଧ୍ୟରେ ଦକ୍ଷିଣ ଭାରତରେ ପଦ୍ମ ଫୁଟାଇବାକୁ ବିଜେପି ପକ୍ଷରୁ ଚାଲିଛି ମିଶନ ଲୋଟସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଆମିତ ଶାହା ଦୁଇ ରାଜ୍ୟର ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଜନସାଧାରଣଙ୍କ ନିକଟରେ ପାହଞ୍ଚିବା ପାଇଁ ସମସ୍ତ ଶକ୍ତି ଲଗାଇଛି ବିଜେପି । ତେବେ କର୍ଣ୍ଣାଟକରେ ନିଜ ଗାଦିକୁ ସୁରକ୍ଷିତ ରଖିବା ସହ ବହୁମତରେ ନିର୍ବାଚନ ଜିତିବାର ଆଶା ରଖିଛି ବିଜେପି । ଗୁଜରାଟର ଓ ଉତ୍ତରପୂର୍ବ ସଫଳତାକୁ ଦକ୍ଷିଣ ଭାରତରେ ଦୋହରାଇବାକୁ ପ୍ରୟାସ ଆରମ୍ଭ କରିଛି ବିଜେପି । ପୂର୍ବ ବର୍ଷ ଗୁଜରାଟର ବିଧାନସଭା ନିର୍ବାଚନରୁ ପ୍ରେରଣା ନେଇ କର୍ଣ୍ଣାଟକ ଗାଦିକୁ ସୁରକ୍ଷତ କରିବା ପାଇଁ କସରତ ଆରମ୍ଭ କରିଛି ପଦ୍ମ । କାରଣ ବେଳେ ଦାକ୍ଷିଣାତ୍ୟର ବୃହତ ରାଜ୍ୟ କର୍ଣ୍ଣାଟକରେ କେବଳ ବିଜେପି ଶାସନ ରହିଛି । କର୍ଣ୍ଣାଟକ ବ୍ୟତୀତ ଦକ୍ଷିଣ ଭାରତର ଅନ୍ୟ ସମସ୍ତ ରାଜ୍ୟରେ ଭାରତୀୟ ଜନତା ପାର୍ଟି କିମ୍ବା କଂଗ୍ରେସ ପରି ଜାତୀୟ ଦଳର ପ୍ରଭାବ ଶୂନ୍ୟ ।

ତେବେ କର୍ଣ୍ଣାଟକରେ ପୂର୍ବରୁ କଂଗ୍ରେସ ସରକାର ଥିବା ବେଳେ ଏବେ ଭାରତୀୟ ଜନତା ପାର୍ଟି କ୍ଷମତାରେ ରହିଛି । ଚଳିତ ନିର୍ବାଚନରେ ମଧ୍ୟ ଦଳ କ୍ଷମତା ବଜାୟ ରଖିବାକୁ ପ୍ରୟାସ କରୁଛି । ସେହିପରି ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ମଧ୍ୟ ବିଜେପିକୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛି । ଏହାରି ମଧ୍ୟରେ ନିର୍ବାଚନ ପାଖଉଥିବା ବେଳେ ଶାସନରେ ଥିବା ବିଜେପି ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କର୍ଣ୍ଣାଟକ ଗସ୍ତ କରିବାରେ ଲାଗିଛନ୍ତି । ଆଜି ଏହି କ୍ରମରେ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ-ୱକୁ ମଧ୍ୟ ଲୋକାର୍ପିତ କରିଛନ୍ତି ମୋଦି ।

ଅନ୍ୟ ସମସ୍ତ ଦକ୍ଷିଣ ରାଜ୍ୟରେ କ୍ଷେତ୍ରୀୟ ରାଜନୈତିକ ଦଳଗୁଡିକର ଅଖଣ୍ଡ ପ୍ରଭାବ ରହିଥିଛି । ଆନ୍ଧପ୍ରଦେଶରେ ୱାଇଏସଆର୍ କଂଗ୍ରେସ, ତେଲେଙ୍ଗାନାରେ ବିଆରଏସ୍, ତାମିଲନାଡୁରେ ଡିଏମ୍‌କେ ଏବଂ କେରଳରେ ଏଲଡିଏଫ୍ ଦଳର ଶାସନ ଚାଲିଛି । ତେବେ ଦକ୍ଷିଣ ଭାରତରେ ନିଜର ସାମ୍ରାଜ୍ୟ ବିସ୍ତାର କରିବା ପାଇଁ କଂଗ୍ରେସ ଏବଂ ବିଜେପି ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.