ETV Bharat / bharat

2023 Palamedu Jallikattu: ୨୩ ଷଣ୍ଢ ସହ ଲଢେଇ, ଯୁବକ ଜିତିଲେ କାର ଓ ୭ଲକ୍ଷ ଟଙ୍କା - ଜାଲିକାଟୁ ପ୍ରତିଯୋଗିତା

ତାମିଲନାଡୁରେ ଆରମ୍ଭ ହୋଇଛି ପାରମ୍ପରିକ ପ୍ରତିଯୋଗିତା ଜାଲିକାଟୁ । ଏଥିରେ ୨୩ ଷଣ୍ଢ ସହ ଜଣେ ଯୁବକ ଲଢି ଜିତିଛନ୍ତି ୭ ଲକ୍ଷ ଟଙ୍କା ସହିତ ଏକ କାର । ଅଧିକ ପଢନ୍ତୁ

2023 Palamedu Jallikattu
2023 Palamedu Jallikattu
author img

By

Published : Jan 17, 2023, 6:56 AM IST

ଚେନ୍ନାଇ: ତାମିଲନାଡୁରେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ପର୍ବ ନାଁରେ ପାଳନ କରାଯାଏ । ଏହି ପର୍ବ ଅବସରରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ଜାଲିକାଟୁ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଜଣେ ଯୁବକ ୨୩ଟି ଷଣ୍ଢ ସହ ଲଢେଇ କରି ଏକ କାର ସହ ୭ଲକ୍ଷ ଟଙ୍କା ପୁରସ୍କାର ପାଇଛନ୍ତି । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ପୁରସ୍କାର ରାଶି ପ୍ରଦାନ କରିଥିବା ଜଣାପଡ଼ିଛି । ମଦୁରାଇ ଜିଲ୍ଲା ପାଲାମେଦୁଠାରେ ଏହି ପ୍ରତିଯୋଗିତାରେ ଯୁବକ ଜଣକ ବୀରତା ପ୍ରଦର୍ଶନ କରି ଏହି ପୁରସ୍କାର ଜିତିବାରେ ସକ୍ଷମ ହୋଇଛନ୍ତି ।

ଜାଲିକାଟୁ ପ୍ରତିଯୋଗିତା
ଜାଲିକାଟୁ ପ୍ରତିଯୋଗିତା

ସୋମବାର ସକାଳ ପ୍ରାୟ ୮ଟାରେ ଏହି ପର୍ବର ଆୟୋଜନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ସମେତ ମଦୁରାଇ ଜିଲ୍ଲାପାଳ ଅନିସ ଶେଖର, ଚୋରାବନ୍ଥନ ବିଧାୟକ ଭେଙ୍କଟେସନ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ପ୍ରତିଯୋଗିତା ଆରମ୍ଭ କରିଥିଲେ । ଚିନ୍ନାପତି ଗ୍ରାମର ତାମିଲାରସନ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେ ପ୍ରାୟ ୨୩ଟି ଲଢୁଆ ଷଣ୍ଢ ସହିତ ବୀରତାର ସହ ଲଢେଇ କରିଥିଲେ । ଏହି ପ୍ରତିଯୋଗିତାରେ ସେ ପ୍ରଥମ ହୋଇଥିବା ବେଳେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଦ୍ବିତୀୟରେ ପାଲାମେଦୁ ଅଞ୍ଚଳର ମଣି ରହିଛନ୍ତି । ଯିଏକି ୧୯ଟି ଷଣ୍ଢ ସହ ଲଢେଇ କରି ଏକ ବାଇକ ଜିତିଛନ୍ତି ।

ଜାଲିକାଟୁ ପ୍ରତିଯୋଗିତା
ଜାଲିକାଟୁ ପ୍ରତିଯୋଗିତା

ଏହା ବି ପଢନ୍ତୁ- 10-Seater Motorbike: ସୌରଚାଳିତ ୧୦ସିଟର୍ ବାଇକ, ଥରେ ଚାର୍ଜ ହେଲେ ଗଡିବ 100KM

ଏହି ପ୍ରତିଯୋଗିତାରେ ମନ୍ଦିରରେ ଥିବା କିଛି ଷଣ୍ଢ ମଧ୍ୟ ଅଂଶଗ୍ରହଣ କରିଥାନ୍ତି । ତେବେ ମଦୁରାଇ ଜିଲ୍ଲାର ରଙ୍ଗରାଜପୁରମ କୃପାସ୍ବାମୀ ମନ୍ଦିରର ଷଣ୍ଢ ପ୍ରଥମ ହୋଇଛି । ଏହି ଷଣ୍ଢ ସହ ଲଢେଇ ହୋଇଥିବା ବେଳେ କୌଣସି ଯୁବକଙ୍କ କ୍ଷତି ଘଟିନାହିଁ । ଏହି ଷଣ୍ଢର ମାଲିକ କାର୍ତ୍ତିକେୟନଙ୍କୁ ପୁରସ୍କାର ଭାବେ ଏକ ବାଇକ ପୁରସ୍କାର ରୂପେ ଦିଆଯାଇଛି । ଏହି ପ୍ରତିଯୋଗିତାରେ ମୋଟ ୮୭୭ଟି ଷଣ୍ଢ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ୩୧ ଜଣ ଆହତ ହୋଇଥିବା ବେଳେ ବାଲମେଟ ଅଞ୍ଚଳର ଅରବିନ୍ଦ ରାଜଙ୍କ ମୃତ୍ୟୁ ଘଟିଛି ।

ତାମିଲନାଡୁରେ ଜାଲିକାଟୁ ପ୍ରତିଯୋଗିତା ବେଶ ଲୋକପ୍ରିୟ । ଏଥିରେ ପ୍ରତି ବର୍ଷ ଅନେକ ଆହତ ହେଉଥିବା ସହ ମୃତ୍ୟୁ ଘଟୁଥିଲେ ମଧ୍ୟ ପ୍ରତ୍ୟେକ ବର୍ଷ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଏନେଇ ଜଣେ ଦର୍ଶକ କହିଛନ୍ତି, "ମୁଁ ଆଜି ସକାଳେ ଏହି ପ୍ରତିଯୋଗିତା ଦେଖିବାକୁ ଆସିଥିଲି । ମୁଁ ବହୁତ ଖୁସି ଅଛି । ଏହି ପାରମ୍ପରିକ ପର୍ବକୁ ମୁଁ ସମ୍ମାନ ଜଣାଉଛି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.