ETV Bharat / bharat

2022 Assembly polls: ଦଳୀୟ ନେତାଙ୍କ ସହ ଆଜି ବୈଠକ କରିବେ ସୋନିଆ

author img

By

Published : Oct 26, 2021, 12:23 PM IST

ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମୁଖ୍ୟ ଦଳର ନେତାଙ୍କ ସହ ଏଆଇସିସି ମୁଖ୍ୟାଳୟରେ ଏକ ବୈଠକ କରିବେ । ଅଧିକ ପଢନ୍ତୁ...

ଦଳୀୟ ନେତାଙ୍କ ସହ ବୈଠକ କରିବେ ସୋନିଆ ଗାନ୍ଧୀ
ଦଳୀୟ ନେତାଙ୍କ ସହ ବୈଠକ କରିବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଆଗକୁ ଆସୁଛି ବିଧାନସଭା ନିର୍ବାଚନ। ଏ ନେଇ ଘନ ଘନ ବୈଠକ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମୁଖ୍ୟ ଦଳର ନେତାଙ୍କ ସହ ଏଆଇସିସି ମୁଖ୍ୟାଳୟରେ ଏକ ବୈଠକ କରିବେ।

ଆଜି(ମଙ୍ଗଳବାର) ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ମୁଖ୍ୟାଳୟରେ କଂଗ୍ରେସର ସାଧାରଣ ସଚିବ ତଥା ରାଜ୍ୟ ଦାୟିତ୍ବରେ ଥିବା ନେତାଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହେବ । ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ । ସଦସ୍ୟତା, ତାଲିମ ଓ ନିର୍ବାଚନ ପାଇଁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ନେଇ ରଣନୀତି ଉପରେ ଆଲୋଚନା ହେବ। ଗଣମାଧ୍ୟମକୁ ସୂଚନା ଦେଇ ସୋନିଆ ଗାନ୍ଧୀ କହିଛନ୍ତି ପ୍ରଦେଶ କଂଗ୍ରେସ କମିଟିର ସଭାପତିମାନେ ମଧ୍ୟ ଏହି ବୈଠକରେ ଯୋଗଦେବେ ।

ପୂର୍ବରୁ ଅକ୍ଟୋବର ୧୬ରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏକ ବୈଠକ କରିଥିଲା । ଆସନ୍ତା ବର୍ଷ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ନଭେମ୍ବର ୧ରୁ ସଦ୍ୟସଙ୍କ ନାମ ଘୋଷଣା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ସୁତ୍ର ଅନୁସାରେ ୨୦୨୨ ସେପ୍ଟେମ୍ବର ୬ରେ ସାଙ୍ଗଠନିକ ନିର୍ବାଚନ ହୋଇପାରେ । ଭାରତୀୟ ଯୁବ କଂଗ୍ରେସ, ଏନଏସୟୁଆଇ, ମହିଳା କଂଗ୍ରେସ ଏବଂ ଦଳର ସୋସିଆଲ ମିଡିଆ ବିଭାଗ ଭଳି ସାମ୍ମୁଖ୍ୟ ସଂଗଠନ ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି କରିବା ପାଇଁ ଏକ ସଂକଳ୍ପ ପାରିତ କରିଥିଲେ । ଆଜି ବୈଠକରେ ଫଳାଫଳ ଆସିପାରେ ବୋଲି ଆଶା କରାଯାଉଛି ।

ଏହା ପୂର୍ବରୁ ରାଜସ୍ଥାନ, ପଞ୍ଜାବ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଏବଂ ଦଳର ଅନ୍ୟ ନେତାମାନେ ସଭାପତି ଭାବରେ ଦଳର ଦାୟିତ୍ବ ନେବାକୁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଥିଲେ । ଏହା ଉପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ନିଶ୍ଚିତ କରିଛନ୍ତି ଯେ ରାହୁଲ ଗାନ୍ଧୀ ସେମାନଙ୍କ ଅନୁରୋଧ ଉପରେ ବିଚାର କରିବେ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.