ETV Bharat / bharat

2022 Assembly polls: ପଞ୍ଜାବରେ ୬୩.୪୪ ପ୍ରତିଶତ ମତଦାନ, ଉତ୍ତର ପ୍ରଦେଶରେ କମିଲା ଭୋଟିଂ - ଉତ୍ତର ପ୍ରଦେଶ ଭୋଟିଂ ଅପଡେଟ

ସରିଲା ଦୁଇ ରାଜ୍ୟରେ ମତଦାନ । ପଞ୍ଜାବରେ ୬୩.୪୪ ପ୍ରତିଶତ ଉତ୍ତର ପ୍ରଦେଶରେ ୫୭.୪୩ ପ୍ରତିଶତ ଭୋଟିଂ । ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ସରିଥିବାବେଳେ ହୋଇନାହିଁ ବଡ ଧରଣର ହିଂସା । ଅଧିକ ପଢନ୍ତୁ

2022 Assembly polls: ସରିଲା ଦୁଇ ରାଜ୍ୟରେ ମତଦାନ, ପଞ୍ଜାବରେ ୬୩.୪୪ ପ୍ରତିଶତ ଉତ୍ତର ପ୍ରଦେଶରେ ୫୭.୪୩ ପ୍ରତିଶତ

author img

By

Published : Feb 20, 2022, 9:02 PM IST

ଚଣ୍ଡିଗଡ/ଲକ୍ଷ୍ନୌ: ପଞ୍ଜାବ ଓ ଉତ୍ତର ପ୍ରଦେଶରେ ଶେଷ ହେଲା ମତଦାନ । ପଞ୍ଜାବରେ ମୋଟ ୧୧୭ ଆସନ ପାଇଁ ମତଗ୍ରହଣ କରାଯାଇଥିବା ବେଳେ 63.44 ଭୋଟିଂ ରେକର୍ଡ ହୋଇଛି । ସେହପରି ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟରେ 57.43 ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ସରିଲା ଦୁଇ ରାଜ୍ୟରେ ମତଦାନ, ପଞ୍ଜାବରେ ୬୩.୪୪ ପ୍ରତିଶତ ଉତ୍ତର ପ୍ରଦେଶରେ ୫୭.୪୩ ପ୍ରତିଶତ

ଆଜି ସକାଳ ୭ଟାରୁ ଉଭୟ ରାଜ୍ୟରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ଶେଷ ହୋଇଛି । କାଁଭାଁ ଉତ୍ତେଜନାକୁ ଛାଡିଦେଲେ ଦୁଇ ରାଜ୍ୟରେ ପ୍ରାୟତଃ ବଡ ଧରଣର ହିଂସା ଘଟଣା ସାମ୍ନାକୁ ଆସିନାହିଁ ।

ପଞ୍ଜାବରେ ଗୋଟିଏ ପର୍ଯ୍ୟାୟରେ ମୋଟ ୨୩ ଜିଲ୍ଲାରେ ୧୧୭ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ଶେଷ ହୋଇଥିବା ବେଳେ ମୈଦାନରେ ରହିଥିଲେ 1,304 ପ୍ରାର୍ଥୀ । ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୨ କୋଟି ୧୪ ଲକ୍ଷ ଭୋଟର । ପ୍ରାର୍ଥୀଙ୍କ ମଧ୍ୟରୁ 1,209 ପୁରୁଷ, ମାତ୍ର 93 ଜଣ ମହିଳା ପ୍ରାର୍ଥୀ ଓ ୨ ଜଣ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ ଭାବେ ରହିଥିଲେ ।

ପଞ୍ଜାବରେ କ୍ଷେତ୍ରଓ୍ବାରୀ ଭୋଟିଂକୁ ହିସାବକୁ ନେଲେ ମନସା ବିଧାନସଭା କ୍ଷେତ୍ରରେ 73.45 ପ୍ରତିଶତ ସହ ସର୍ବାଧିକ ଭୋଟିଂ ହୋଇଛି । ସହିପରି ମାଲେରକୋଟଲା ଓ ସରି ମୁକ୍ତାର ସାହିବ ବିଧାନସଭା କ୍ଷେତ୍ରରେ ଯାଥାକ୍ରମେ 72.84 ପ୍ରତିଶତ ଓ 72.01 ଭୋଟିଂ ସହ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସର୍ବନିମ୍ନ ଭୋଟିଂ କ୍ଷେତ୍ର ଭାବେ 53.10 ପ୍ରତିଶତ ସହ ସାହିବଜାଦା ଅଜିତ ସିଂ ନଗର ଆସନ ସର୍ବନିମ୍ନ ସ୍ଥାନରେ ରହିଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଆଜି ତୃତୀୟ ପର୍ଯ୍ଯାୟ ଭୋଟ ଦେଇଛନ୍ତି ଉତ୍ତରପ୍ରଦେଶବାସୀ । ଆଜି ରାଜ୍ୟରେ ୫୯ ଆସନରେ ଭୋଟ ଗ୍ରହଣ ହୋଇଥିବା ବେଳେ ସାମଗ୍ରିକ ଭୋଟିଂ ପ୍ରତିଶତ 50.88 ପ୍ରତିଶତ ରହିଥିଲା । ମୋଟ 627 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ କରିଛନ୍ତି 2.16 କୋଟି ଭୋଟର । ଲଲିତପୁରରେ 67.37 ପ୍ରତିଶତ ସହ ସର୍ବାଧିକ ଭୋଟିଂ ରେକର୍ଡ ହୋଇଛି । ସେହିପରି ତା ପଛକୁ ଯଥାକ୍ରମେ ଇଟୱାରେ 63.55 ପ୍ରତିଶତ ଭୋଟିଂ ଓ ମାହନାରେ 62.01 ରେକର୍ଡ କରାଯାଇଛି । ସର୍ବନିମ୍ନ ଭୋଟିଂ ପ୍ରତିଶତ ଭାବେ କାନପୁର ନଗର 50.88 ରେ ରହିଛି । ଆଜିର ପର୍ଯ୍ୟାୟରେ ପ୍ରମୁଖ ଚେହେରା ଭାବେ ସପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଖିଳେଶଙ୍କ ସମେତ ଅନ୍ୟ କିଛି ବଳିଷ୍ଠ ଚେହେରା ମଧ୍ୟ ରହିଛନ୍ତି ।

ଉଭୟ ରାଜ୍ୟରେ ଭୋଟ ଗ୍ରହଣ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । କିଛି ସ୍ଥାନରେ ସାମାନ୍ୟ ଉତ୍ତେଜନାକୁ ବାଦ ଦେଲା କୌଣସି ବଡ ଧରଣର ହିଂସାକାଣ୍ଡ ଘଟି ନଥିବା ସୂଚନା ରହିଛି । ଭୋଟିଂ ପ୍ରକ୍ରିୟା ଶେଷ ହେବା ପରେ ସମସ୍ତ ଇଭିଏମକୁ ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କରାଯାଇଛି । ଉତ୍ତର ପ୍ରଦେଶରେ ଆଉ ୪ ପର୍ଯ୍ୟାୟରେ ଭୋଟିଂ ହେବାକୁ ଥିବା ବେଳେ ପଞ୍ଜାବରେ ଭୋଟିଂ ଶେଷ ହୋଇଛି । ସମସ୍ତ ୫ ରାଜ୍ୟରେ ମତଦାନ ଶେଷ ହେବା ସହ ୧୦ ମାର୍ଚ୍ଚରେ ଭୋଟ ଗଣତି ସହ ଜନାଦେଶ ପ୍ରକାଶ ପାଇବ ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.