ETV Bharat / bharat

କ୍ରିପ୍ଟୋକରେନ୍ସି ନାରେ 200 କୋଟି ଠକେଇ - କ୍ରିପ୍ଟୋକରେନ୍ସି

କ୍ରିପ୍ଟୋକରେନ୍ସିରେ ଟଙ୍କା ନିବେଶ ନାରେ ଠକେଇ । 200 କୋଟି ଠକି ନେଲେ ଠକ । ଅଧିକ ପଢନ୍ତୁ

cryptocurrency
cryptocurrency
author img

By

Published : Jan 3, 2023, 8:12 PM IST

ହାଇଦ୍ରାବାଦ: କ୍ରିପ୍ଟୋକରେନ୍ସିରେ ନିବେଶ କରିବାକୁ ମନବଳାଉଥିଲେ ସାବଧାନ । କ୍ରିପ୍ଟୋକରେନ୍ସି (cryptocurrency ) ନାଁରେ ଠକାମିର ଜାଲ ବିଛାଇଛନ୍ତି ଠକ । ଆପଣ ହୋଇପାରିନ୍ତି ଠକାମିର ଶିକାର । କ୍ରିପ୍ଟୋକେରନ୍ସିରେ ଟଙ୍କା ନିବେଶ କଲେ ଆପଣଙ୍କୁ ଅଧିକ ଟଙ୍କା ପାଇବାର ଲୋଭ ଦେଖାଇ ଟଙ୍କା ଠକି ନେଉଛନ୍ତି ଠକ । ହାଇଦ୍ରବାଦରୁ ସାମ୍ନାକୁ ଆସିଛି ଏପରି ଘଟଣା । କ୍ରିପ୍ଟୋକରେନ୍ସିରେ ନିବେଶ କରିବା ନାରେ ୨୦୦ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି ।

ଘଟଣାଟି ଥିଲା ଏମିତି -ବେଙ୍ଗାଲୁରୁର କିଛି ଲୋକ ହାଇଦ୍ରାବାଦରେ 'ମ୍ୟାକ୍ସ କ୍ରିପ୍ଟୋ ଟ୍ରେଡିଂ କମ୍ପାନୀ' ନାମରେ କାର୍ଯ୍ୟାଳୟ ଖୋଲିଛନ୍ତି। ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ କ୍ରିପ୍ଟୋ କରେନ୍ସିରେ ନିବେଶ କରିବାକୁ ସମସ୍ତଙ୍କୁ କହିଥିଲେ । ଏଥିରେ ଟଙ୍କା ନିବେଶ କଲେ ଲାଭବାନ ହୋଇ ପାରିବେ ବୋଲି ସମସ୍ତଙ୍କୁ ବୁଝାଇଥିଲେ । ଏଥି ସହ ଲୋକଙ୍କ ବିଶ୍ବାସ ଜିତିବା ପାଇଁ ସେମାନଙ୍କ ମୁଖ୍ୟ କାର୍ଯ୍ୟାଳୟ ଦୁବାଇରେ ଅଛି ଏବଂ ଆନ୍ତର୍ଜାତୀୟ ସ୍ତରରେ କ୍ରିପ୍ଟୋ ଫାର୍ମଗୁଡ଼ିକ ସହିତ ସହଭାଗିତା ଅଛି ବୋଲି କହିଥିଲେ ।

ଏଥିରେ ବିଶ୍ବାସ କରି ଅନେକ ଛୋଟ ବ୍ୟବସାୟୀ ଓ ମଧ୍ୟବିତ ପରିବାରର ମହିଳା ମାନେ କ୍ରିପ୍ଟୋ କରେନ୍ସିରେ ନିବେଶ କରିବାକୁ ମନବଳାଇ ଏହାର ସଦସ୍ୟ ହୋଇଥିଲେ । ଏହାପରେ ମ୍ୟାକ୍ସ ଆପରେ ସଦସ୍ୟମାନଙ୍କୁ ID ପାସୱାର୍ଡ ଦେଇଥିଲେ । କିନ୍ତୁ ଟଙ୍କା ନିବେଶର 50 ଦିନ ପରେ ଅଫିସ ବନ୍ଦ କରି ଦୁବାଇକୁ ପଳାଇଲେ ଠକ । ଶେଷରେ ଛକାମିର ଶିକାରଲ ହୋଇଥିଲେ ଲୋକେ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଅଭିଯୋଗରେ ଦର୍ଶାଯାଇଛି ଯେ 200 କୋଟି ଟଙ୍କାର ଠକେଇ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.