ନୂଆଦିଲ୍ଲୀ: ଦେଶର ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ ହୋଇଥିବା ଆକ୍ରମଣକୁ (20 years parliament attack) ପୂରିଛି ୨୦ ବର୍ଷ । ୨୦୦୧ ମସିହା ଡିସେମ୍ବର ୧୩ରେ ପାର୍ଲାମେଣ୍ଟ ଭବନ ଉପରେ ଆକ୍ରମଣ ହୋଇଥିଲା । ଆତଙ୍କବାଦୀମାନେ ପାର୍ଲାମେଣ୍ଟ ପରିସରରେ ପଶି ଆକ୍ରମଣ କରିଥିଲେ । ଯାହା ଦେଶକୁ ସ୍ତବ୍ଧ କରି ଦେଇଥିଲା । ସେ ଦିନର ଛାତିଥରା ଦୃଶ୍ୟ ଆଜିବି ଦେଶବାସୀଙ୍କ ମନରେ ଉଜ୍ଜୀବିତ ହୋଇ ରହିଛି । ଆକ୍ରମଣରେ ୯ଜଣଙ୍କୁ ହରାଇଥିଲା ଆମ ଦେଶ ।
-
भारतीय लोकतंत्र के मंदिर संसद भवन पर हुए कायरतापूर्ण आतंकी हमले में राष्ट्र के गौरव की रक्षा हेतु अपना सर्वोच्च बलिदान देने वाले सभी बहादुर सुरक्षाबलों के साहस व शौर्य को कोटिशः नमन करता हूँ।
— Amit Shah (@AmitShah) December 13, 2021 " class="align-text-top noRightClick twitterSection" data="
आपका अद्वितीय पराक्रम व अमर बलिदान सदैव हमें राष्ट्रसेवा हेतु प्रेरित करता रहेगा। pic.twitter.com/HyzCyPkxnF
">भारतीय लोकतंत्र के मंदिर संसद भवन पर हुए कायरतापूर्ण आतंकी हमले में राष्ट्र के गौरव की रक्षा हेतु अपना सर्वोच्च बलिदान देने वाले सभी बहादुर सुरक्षाबलों के साहस व शौर्य को कोटिशः नमन करता हूँ।
— Amit Shah (@AmitShah) December 13, 2021
आपका अद्वितीय पराक्रम व अमर बलिदान सदैव हमें राष्ट्रसेवा हेतु प्रेरित करता रहेगा। pic.twitter.com/HyzCyPkxnFभारतीय लोकतंत्र के मंदिर संसद भवन पर हुए कायरतापूर्ण आतंकी हमले में राष्ट्र के गौरव की रक्षा हेतु अपना सर्वोच्च बलिदान देने वाले सभी बहादुर सुरक्षाबलों के साहस व शौर्य को कोटिशः नमन करता हूँ।
— Amit Shah (@AmitShah) December 13, 2021
आपका अद्वितीय पराक्रम व अमर बलिदान सदैव हमें राष्ट्रसेवा हेतु प्रेरित करता रहेगा। pic.twitter.com/HyzCyPkxnF
ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଏବଂ ଜୈସ-ଇ- ମହମ୍ମଦର ୫ ସଦସ୍ୟ ଏକ ଧଳା ଆମ୍ବାସଡର କାରରେ ଆସି ସଂସଦ ଭବନ ପରିସର ମଧ୍ୟକୁ ପ୍ରବେଶ କରିଥିଲେ । ଗୁଳିର ଶଦ୍ଦରେ ସେ ଦିନ ଥରି ଉଠିଥିଲା ସଂସଦ ଭବନ । ଆତଙ୍କୀ ଆସିଥିବା ଉକ୍ତ ଗାଡିରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ପାର୍ଲାମେଣ୍ଟର ଜାଲ ଷ୍ଟିକର ଲାଗିଥିଲା । ଏକେ୪୭,ରାଇଫଲ, ଗ୍ରେନେ଼ଡ ସହ ପ୍ରସ୍ତୁତ ହୋଇ ଆତଙ୍କବାଦୀମାନେ ସୁରକ୍ଷା ବଳୟ ଅତିକ୍ରମ କରି ସଂସଦ ପରିସରେ ଆତଙ୍କ ରଚିଥିଲେ ।
ଏହି ଆକ୍ରମଣରେ ୯ ବୀର ସୁପୁତ୍ରଙ୍କୁ ହରାଇଥିଲା ଦେଶ । ଯିଏକି ନିଜ ଜୀବନକୁ ପାଣି ଝଡାଇ ଆତଙ୍କୀଙ୍କ ସାମ୍ନା କରିଥିଲେ । ଫଳରେ ସଂସଦ ଭିତରକୁ ପ୍ରବେଶ କରିବାକୁ ସକ୍ଷମ ହୋଇନଥିଲେ ଆତଙ୍କୀ । ସେତେବେଳେ ଅଟଳ ବିହାରୀ ବାଚପେୟୀଙ୍କ ସରକାର ଥିଲା ଓ ସଂସଦରେ ଶୀତ ଅଧିବେଶନ ଚାଲିଥିଲା । ଏହି ସମୟରେ କାଣ୍ଡ ଘଟାଇଥିଲେ ଆତଙ୍କୀ । ଶହୀଦ ବୀର ପୁଅ ହେଲେ ପି ଯାଦବ, ମତବର ସିଂ, କମଲେଶ କୁମାରୀ, ନାନାକ ଚନ୍ଦ, ରାମପାଲ, ଓମପ୍ରକାଶ, ଘନଶ୍ୟାମ ବିଜେନ୍ଦ୍ର ସିଂ ଓ ଦେଶରାଜ । ଏହା ଛଡା ଗଣମାଧ୍ୟମରେ ଜଣେ କ୍ୟାମେରାମ୍ୟାନ ବିକ୍ରମ ସିଂଙ୍କ ମୃତ୍ୟୁ ହୋଇଥିଲା ।
ସଂସଦ ଉପରେ ଏହି ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ସମ୍ପର୍କରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଥିଲା । ଘଟଣାର ତଦନ୍ତ କରି ସୁ୍ପ୍ରିମକୋର୍ଟ କାଶ୍ମୀର ଆତଙ୍କୀ ଅଫଜଲ ଗୁରୁକୁ ମାଷ୍ଟରମାଇଣ୍ଡ ଭାବେ ଦୋଷୀ କହିଥିଲେ । ଅଫଜଲକୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ୨୦୧୩ ଫେବ୍ରୁଆରୀ ୯ରେ ଦିଲ୍ଲୀ ତିହାର ଜେଲରେ ଅଫଜଲକୁ ଫାଶୀ ଦିଆଯାଇଥିଲା ।
ଏହି ଆକ୍ରମଣକୁ ୨୦ ବର୍ଷ ପୂରିଛି ହେଲେ ସେ ମୂହୁର୍ତ୍ତ ଆଜି ବି ମନରେ ଭୟ ସୃଷ୍ଟି କରେ । ଆକ୍ରମଣରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଭାରତୀୟ ଗଣତନ୍ତ୍ରର ମନ୍ଦିର ସଂସଦ ଗୃହରେ ଆତଙ୍କବାଦୀ ଆକ୍ରମଣରେ ଦେଶର ସୁରକ୍ଷା ପାଇଁ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ସମସ୍ତ ସାହସୀ ସୁରକ୍ଷା ବାହିନୀର ସାହସ ଏବଂ ବୀରତ୍ୱକୁ ମୁଁ ପ୍ରଣାମ କରୁଛି । ସେମାନଙ୍କ ଅପୂର୍ବ ବୀରତ୍ୱ ଏବଂ ଅମର ବଳିଦାନ ଆମକୁ ସର୍ବଦା ଜାତିର ସେବା କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଗୃହମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ