ETV Bharat / bharat

ପୁଲୱାମା ଏନକାଉଣ୍ଟର; 2 ଆତଙ୍କୀ ସଫା - security forces

ଜମ୍ମୁ କଶ୍ମୀରର ପୁଲୱାମାର ପୁଚାଲା ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିଛି କାଶ୍ମୀର ପୋଲିସ । ଅଧିକ ପଢନ୍ତୁ...

ପୁଲୱାମା ଏନକାଉଣ୍ଟର
ପୁଲୱାମା ଏନକାଉଣ୍ଟର
author img

By

Published : Jul 8, 2021, 9:22 AM IST

ଶ୍ରୀନଗର: ଲଗାତାର ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି କାଶ୍ମୀର ପୋଲିସ । ଜାମ୍ମୁ କଶ୍ମୀରର ପୁଲୱାମାର ପୁଚାଲା ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିଛି କାଶ୍ମୀର ପୋଲିସ ।

ପୁଲୱାମା ଏନକାଉଣ୍ଟର

ନିହତ ଦୁଇ ଆତଙ୍କୀ ପୁଚାଲା ଅଞ୍ଚଳରେ ଲୁଚି ରହିଥିବା ଖବର ପାଇଥିଲା କାଶ୍ମୀର ପୋଲିସ । ଏହା ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବାହିନୀ । କୁଲଗାମ ପୋଲିସ ଓ ଜୋଦାର ଅଞ୍ଚଳର 1 ଆରଆରଙ୍କ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ନିହତ ଦୁଇ ଆତଙ୍କୀବାଦ ଲସ୍କର- ଇ- ତୌଏବା ସଂଘଠନର ବୋଲି ଜଣାପଡିଛି । ସର୍ଚ୍ଚ ଅପରେସନ ଜାରି ରହିଛି ।

ଏ ପର୍ଯ୍ୟନ୍ତ ଦୁଇ ଆତଙ୍କୀଙ୍କ ପରିଚୟ ମିଳି ପାରିନଥିବା କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି । ଗତ 24 ଘଣ୍ଟା ଭିତରେ 5ଜଣ ଆତଙ୍କୀଙ୍କୁ ନିପାତ କରାଯାଇଥିବା ସୂଚନା ଦେଇଛନ୍ତି କାଶ୍ମୀର ଆଜିପି ବିଜୟ କୁମାର । ଏ ନେଇ ସେ ପୋଲିସ ଓ ସୁରକ୍ଷାବାହିନୀଙ୍କୁ ଶୁଭେଚ୍ଛା ଦେଇଛନ୍ତି ।

ପ୍ରକାଶ ଥାଉ କି, ଗତକାଲି ଆତଙ୍କବାଦ ବିରୋଧରେ ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ହଣ୍ଡୱାରା ଜିଲ୍ଲାରେ ପୁଲିସକର୍ମୀଙ୍କ ସହ ଏନକାଉଣ୍ଟରରେ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଦୁଇ ଆତଙ୍କୀଙ୍କୁ ନିପାତ ହୋଇଛନ୍ତି । ଦୁଇ ଆତଙ୍କୀ ଅନେକ ଆକ୍ରମଣରେ ସଂପୃକ୍ତି ଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.