ETV Bharat / bharat

ସବୁଠୁ ବଡ ଡ୍ରଗ୍ସ ଜବତ ମାମଲା: ଦୁଇ ଉଗାଣ୍ଡା ନାଗରିକ ଗିରଫ

ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ 68 କୋଟି ଟଙ୍କାର 9.8 କେଜି ହେରୋଇନ ଜବତ । ଦୁଇ ଉଗାଣ୍ଡା ନାଗରିକ ଗିରଫ । ଅଧିକ ପଢନ୍ତୁ...

author img

By

Published : Jan 24, 2021, 8:08 PM IST

ସବୁଠୁ ବଡ ଡ୍ରଗ୍ସ ଜବତ ମାମଲା: ଦୁଇ ଉଗାଣ୍ଡା ନାଗରିକ ଗିରଫ
ସବୁଠୁ ବଡ ଡ୍ରଗ୍ସ ଜବତ ମାମଲା: ଦୁଇ ଉଗାଣ୍ଡା ନାଗରିକ ଗିରଫ

ନୂଆଦିଲ୍ଲୀ: ହେରୋଇନ କାରବାର ମାମଲାରେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରବିବାର ଦୁଇ ଉଗାଣ୍ଡା ନାଗରିକ ଗିରଫ । ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ 9.8 କେଜି ହେରୋଇନ ଜବତ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ 68 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ତେବେ ପୂର୍ବରୁ ଦେଶର ଯେକୌଣସି ବିମାନ ବନ୍ଦରରୁ ଜବତ ନିଶାଦ୍ରବ୍ୟ ତୁଳନାରେ ଏହା ସବୁଠୁ ବଡ ଡ୍ରଗ୍ସ ଚିହ୍ନଟ ମାମଲା ବୋଲି ଦିଲ୍ଲୀ ବିମାନ ବନ୍ଦର କଷ୍ଟମ ବିଭାଗ ପକ୍ଷରୁ ସୂଚନା ମିଳିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ, ଦୁଇ ଅଭିଯୁକ୍ତ ଉଗାଣ୍ଡା ଏଣ୍ଟେବେବେ ସହରରୁ ଦୋହା ଦେଇ ଦିଲ୍ଲୀ ଆସିଥିଲେ । ବିମାନବନ୍ଦରରେ ଦିଲ୍ଲୀ କଷ୍ଟମ ଅଧିକାରୀମାନେ ସେମାନଙ୍କୁ ଅଟକାଇଥିଲେ । ସେମାନଙ୍କ ବ୍ୟାଗ ତଲାସି କରାଯିବାରୁ ସେଥିରୁ ପ୍ରାୟ 51ଟି ହେରୋଇନ ପାଉଚ ମିଳିଥିଲା । ଯାହା 9.8 କେଜି ଅଟେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.