ETV Bharat / bharat

ମଧ୍ୟ ପ୍ରଦେଶ ଏନକାଉଣ୍ଟରରେ ଦୁଇ ନକ୍ସଲ ମୃତ: ଅପରେସନ ଜାରି

author img

By

Published : Nov 30, 2022, 4:54 PM IST

ଏନକାଉଣ୍ଟରରେ ଦୁଇ ନକ୍ସଲ ମୃତ । ମଧ୍ୟ ପ୍ରଦେଶରେ ନକ୍ସଲ ବିରୋଧୀ ଅଭିଯାନରେ ଦୁଇ ନକ୍ସଲଙ୍କୁ ନିପାତ କଲା ସୁରକ୍ଷାବଳ । ଏବେ ମଧ୍ୟ ଅପରେସନ ଜାରି ରହିଥିବା ସ୍ଥାନୀୟ ଏସପିଙ୍କ ସୂଚନା । ଅଧିକ ପଢନ୍ତୁ

ମଧ୍ୟ ପ୍ରଦେଶରେ ଏନକାଉଣ୍ଟରରେ ଦୁଇ ନକ୍ସଲ ମୃତ: ଅପରେସନ ଜାରି

ଭୋପାଲ: ମଧ୍ୟ ପ୍ରଦେଶ ମାଣ୍ଡଲା ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବଳକୁ ସଫଳତା ମିଳିଛି । ଏନକାଉଣ୍ଟରରେ ଦୁଇ ନକ୍ସଲ ମୃତ । ମାଣ୍ଡଲା ଓ ବାଲାଘାଟ ଜିଲ୍ଲାର ସୀମାବର୍ତ୍ତୀ ଜଙ୍ଗଲରେ ଜାରି ରହିଥିବା ଏନକାଉଣ୍ଟରରେ ଦୁଇ ନକ୍ସଲ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ପୋଲିସ ସହ ହକ ଫୋର୍ସର ଯବାନମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ ।

ମାଣ୍ଡଲା ପୋଲିସ ଅଧୀକ୍ଷକ ଗଜେନ୍ଦ୍ର ସିଂଙ୍କ ସୂଚନା ଅନୁସାରେ, ସ୍ଥାନୀୟ ଜଙ୍ଗଲରେ ନକ୍ସଲ ଗିତିବିଧି ନେଇ ସୂଚନା ମିଳିବା ପରେ ଦୁଇ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଏଥିରେ ନକ୍ସଲଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଅନ୍ୟକିଛି ନକ୍ସଲ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ମଧ୍ୟ ଠାବ କରିବା ପାଇଁ ଅପରେସନ ଜାରି ରହିଛି । ଗତକାଲି ଛତିଶଗଡ ସୁକମାରେ ନକ୍ସଲ ଅପରେସନ ବେଳେ ଜଣେ ଯବାନ ଶହୀଦ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.