ମୁମ୍ବାଇ: ମୁମ୍ବାଇ-ନାସିକ ହାଇଓ୍ବେରେ ଦୁର୍ଘଟଣା। ଏକ ପିକଅପ ଭ୍ୟାନ ଓ ଯାତ୍ରୀବାହୀ ବସ ସହ ମୁହାଁମୁହିଁ ଧକ୍କା ହେବା ଯୋଗୁଁ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 8 ଜଣ ଆହତ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ମୁମ୍ବାଇ ହାଇଓ୍ବେ ଗୋନ୍ଦେ ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଛି। ତେବେ ଏଥିରେ ପିକଅପ ଭ୍ୟାନ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସମସ୍ତ ଆହତଙ୍କୁ ଡାକ୍ତରଖାନା ପଠାଇଛି। ଅନ୍ୟପଟେ ମୃତକଙ୍କୁ ବ୍ୟବଚ୍ଛେଦ ପାଇ ପଠାଇ ତଦନ୍ତ ଆରମ୍ଭ କିରିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ