ETV Bharat / bharat

ମଝି ଆକାଶରେ ଟଳିଲା ବିପଦ, ଦୁର୍ଘଟଣାରୁ ବର୍ତ୍ତିଲା ୨ ବିମାନ

author img

By

Published : Jan 20, 2022, 9:28 AM IST

ମଝି ଆକାଶରେ ଟଳିଲା ବଡ ବିପତ୍ତି । ଦୁର୍ଘଟଣାରୁ ବର୍ତ୍ତିଗଲା ଦୁଇ ବିମାନ । ବେଙ୍ଗାଲୁରୁ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ୩ ହଜାର ଫୁଟ ଉଚ୍ଚତାରେ ଇଣ୍ଡିଗୋର ଦୁଇଟି ବିମାନ ନିଶ୍ଚିନ୍ତ ଧକ୍କାରୁ ଅଳ୍ପକେ ବର୍ତ୍ତିଯାଇଛି (2 IndiGo planes avert mid-air collision over Bengaluru airport) । ଅଧିକ ପଢନ୍ତୁ

ମଝି ଆକାଶରେ ଟଳିଲା ବିପଦ
ମଝି ଆକାଶରେ ଟଳିଲା ବିପଦ

ନୂଆଦିଲ୍ଲୀ: ମଝି ଆକାଶରେ ଟଳିଲା ବଡ ବିପତ୍ତି । ଦୁର୍ଘଟଣାରୁ ବର୍ତ୍ତିଗଲା ଦୁଇ ବିମାନ । ବେଙ୍ଗାଲୁରୁ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ୩ ହଜାର ଫୁଟ ଉଚ୍ଚତାରେ ଇଣ୍ଡିଗୋର ଦୁଇଟି ବିମାନ ନିଶ୍ଚିନ୍ତ ଧକ୍କାରୁ ଅଳ୍ପକେ ବର୍ତ୍ତିଯାଇଛି (2 IndiGo planes avert mid-air collision over Bengaluru airport)। ଶେଷ ମୁହୂର୍ତ୍ତରେ ସଙ୍କେତ ମିଳିବା ପରେ ପାଇଲଟମାନେ ଦୁର୍ଘଟଣାକୁ ଏଡାଇବାରେ ସଫଳ ହୋଇଥିଲେ । ଜାନୁଆରୀ ୯ରେ ବିମାନଦ୍ବୟ ଉଡାଣ ଭରିଥିବା ବେଳେ ଏହି ଘଟଣା ଘଟିଥିବା ବୁଧବାର ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ।

ଡିଜିସିଏ ଅଧିକାରୀଙ୍କ ସୂଚନା ଅନୁସାରେ ଇଣ୍ଡିଗୋର ଦୁଇ ବିମାନ ୬ଇ୪୫୫ (ବେଙ୍ଗାଲୁରୁ-କୋଲକାତା) ଓ ଇଣ୍ଡିଗୋ ୬ଇ୨୪୬ (ବେଙ୍ଗାଲୁରୁ -ଭୁବନେଶ୍ବର) ବିମାନବନ୍ଦରରେ ଉଡାଉ ବ୍ୟବଧାନ ନିୟମ ଉଲ୍ଲଂଘନ କରିଥିଲେ । ଆକାଶମାର୍ଗରେ ସର୍ବନିମ୍ନ ବାଧ୍ୟତାମୂଳକ ଭୂଲମ୍ବ ଓ ଭୂସମାନ୍ତରାଳ ଦୂରତାକୁ ପାଳନ କରିନଥିଲେ । ଦୁଇ ବିମାନ ମଧ୍ୟରେ ଆବଶ୍ୟକୀୟ ଦୂରତା ନଥିଲା । ଜାନୁଆରୀ ୯ ସକାଳେ ଦୁଇଟି ବିମାନ ୫ ମିନିଟ ବ୍ୟବଧାନରେ ଉଡାଣ ଭରିଥିଲା । ଫଳରେ ଦୁର୍ଘଟଣା ସ୍ଥିତି ଉପୁଜିଥିଲା ।

ଦୁଇଟି ବିମାନଦ୍ବୟ ୩ ହଜାର ଫୁଟ ଉଚ୍ଚତାରେ ପହଞ୍ଚିବା ଯାଏ ସମାନ ଦୂରତା ବଜାୟ ରଖିଥିଲେ । ଯାହା ବିପଦର କାରଣ ପାଲଟିଥିଲା । ବିମାନ ପାଖାପାଖି ଥିବା ନେଇ ପାଇଲଟମାନେ ଆଦୌ ଜାଣି ପାରି ନଥିଲେ । ଯେ କୌଣସି ମୂହୁର୍ତ୍ତରେ ଦୁର୍ଘଟଣା ଘଟି ପାରିଥାନ୍ତା । ବିମାନ ପାଖାପାଖି ଥିବା ଜାଣିବା ପରେ କୋଲକାତା ଯାଉଥିବା ବିମାନ ବାମକୁ ବୁଲିଯାଇଥିଲା ଓ ଭୁବନେଶ୍ବର ଯାଉଥିବା ବିମାନ ଡାହାଣକୁ ବୁଲିଯାଇଥିଲା । ଭାଗ୍ୟବଶତଃ ଏକ ବଡ ଦୁର୍ଘଟଣାକୁ ଏଡାଯାଇ ପାରିଥିଲା ଓ ୪୨୬ ଯାତ୍ରୀଙ୍କୁ ସୁରକ୍ଷିତ କରାଯାଇପାରିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.