ETV Bharat / bharat

T-90 Barrel Burst: ଝାନ୍ସୀରେ ୨ ଯବାନ ଶହୀଦ, ଜଣେ ଗୁରୁତର ଆହତ

author img

By

Published : Oct 7, 2022, 8:53 PM IST

ଉତ୍ତରପ୍ରଦେଶର ଝାନ୍ସୀରେ ଫାୟାରିଂ ଅଭ୍ୟାସ ବେଳେ ଅଘଟଣ । ୨ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

T-90 Barrel Burst: ଝାନ୍ସୀରେ ୨ ଯବାନ ଶହୀଦ, ଜଣେ ଗୁରୁତର ଆହତ
T-90 Barrel Burst: ଝାନ୍ସୀରେ ୨ ଯବାନ ଶହୀଦ, ଜଣେ ଗୁରୁତର ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଝାନ୍ସୀର ବବିନା କଣ୍ଟୋନମେଣ୍ଟ (Babina Cantonment)ରେ ଅଘଟଣ । ଫିଲ୍ଡ ପ୍ରାକ୍ଟିସ ସମୟରେ T-90 ଟ୍ୟାଙ୍କ ବିସ୍ଫୋରଣ (T-90 Tank burst)ର ହେବା ଦ୍ବାରା ୨ ଜଣ ଯବାନ ଶହୀଦ ହୋଇଛନ୍ତି (Two Indian Army personnel Martyred) । ଆଉ ଜଣେ ଯବାନ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏ ନେଇ ଭାରତୀୟ ସେନା ଅଧିକାରୀ ସୂଚନା ଦେଇଛନ୍ତି ।

2 Indian Army personnel killed, 1 injured in T-90 barrel burst near Jhansi

ସେନାଧିକାରୀଙ୍କ କହିବାନୁସାରେ, " ଝାନ୍ସୀରେ ବବିନା କଣ୍ଟୋନମେଣ୍ଟରେ ଟି-୯୦ ଟ୍ୟାଙ୍କରୁ ଫାୟାରିଂ ଅଭ୍ୟାସ ବେଳେ ବିସ୍ଫୋରଣ ଘଟିବାରୁ ୨ ଜଣ ଯବାନ ଶହୀଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଜୁନିଅର କମିଶନ ଅଫିସର (JCO) ମଧ୍ୟ ରହିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ କୋର୍ଟ ଅଫ ଇନକ୍ବାରିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଛି । ମାତ୍ର ଡ୍ରାଇଭରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ଏହି ଅଘଟଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ଭାରତୀୟ ସେନା ଗଭୀର ସମବେଦନା ଜଣାଉଛି ।"

ଏହା ବି ପଢନ୍ତୁ- କେଜ୍ରିୱାଲଙ୍କ ମନ୍ତ୍ରୀ ଗୌତମଙ୍କ ବିରୋଧରେ ଥାନାରେ ଏତଲା

ଶହୀଦ ହୋଇଥିବା ଯବାନ ହେଉଛନ୍ତି ରାଜସ୍ଥାନର ସୁମୀର ସିଂ ଓ ପଶ୍ଚିମବଙ୍ଗର ସୁକାନ୍ତ ମଣ୍ଡଳ । ଗୁରୁତର ଆହତ ହୋଇଥିବା ଯବାନ ହେଉଛନ୍ତି ଉତ୍ତରପ୍ରଦେଶର ପ୍ରଦୀପ ସିଂ ଯାଦବ । ସେ ଉତ୍ତରପ୍ରଦେଶର ଖଲିଲାବାଦ ଅଞ୍ଚଳର ବୋଲି ଜଣାପଡ଼ିଛି । ତାଙ୍କୁ ତୁରନ୍ତ ଅଧିକ ଚିକିତ୍ସା ଲାଗି ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.