ETV Bharat / bharat

1990 IAF personnel killings case: ଆତଙ୍କବାଦୀ ୟାସୀନ ମଲ୍ଲିକ ବିରୋଧରେ ଜାରି ହେଲା ନୂଆ ଓ୍ବାରେଣ୍ଟ - ଆତଙ୍କବାଦୀ ୟାସୀନ ମଲ୍ଲିକ

1990ରେ 4ଭାରତୀୟ ବାୟୁସେନା ଅଧିକାରୀଙ୍କୁ ହତ୍ୟା ମାମଲାରେ (1990 IAF personnel killings case) ଆତଙ୍କବାଦୀ ୟାସୀନ ମଲ୍ଲିକ ବିରୋଧରେ ଜାରି ହେଲା ଓ୍ବାରେଣ୍ଟ । ଆତଙ୍କବାଦୀ ପାଣ୍ଠି ସଂଗ୍ରହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛି ମଲ୍ଲିକ । ଏବେ ଏହି ମାମଲାରେ ପୁଣି ଥରେ କୋର୍ଟରେ ହେବ ହାଜର । ଅଧିକ ପଢନ୍ତୁ

1990 IAF personnel killings case: ଆତଙ୍କବାଦୀ ୟାସୀନ ମଲ୍ଲିକ ବିରୋଧରେ ଜାରି ହେଲା ଓ୍ବାରେଣ୍ଟ

author img

By

Published : Nov 23, 2022, 7:19 PM IST

ଶ୍ରୀନଗର: କାଶ୍ମୀରରେ 1990 ମସିହାରେ ଭାରତୀୟ ବାୟୁସେନାର 4 ଅଧିକାରୀଙ୍କୁ ହତ୍ୟା ମାମଲାରେ ଜେଲରେ ଥିବା ଆତଙ୍କବାଦୀ ୟାସୀନ ମଲ୍ଲିକ ନାମରେ ଜାରି ହେଲା ନୂଆ ଓ୍ବାରେଣ୍ଟ । ଏହି ମାମଲାରେ କାଶ୍ମୀରର ସ୍ପେସାଲ ଟେରରିଷ୍ଟ ଆଣ୍ଡ ଡିସରପଟିଭ ଆକ୍ଟିଭିଟି (special Terrorist and Disruptive Activity (TADA) କୋର୍ଟ ୟାସୀନ ମଲ୍ଲିକ ନାମରେ ଆଜି ନୂଆ ଓ୍ବାରେଣ୍ଟ ଜାରି କରିଛନ୍ତି (warrant against Yasin Malik) । ଆତଙ୍କୀ ପାଣ୍ଠି ଯୋଗାଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏବେ ତିହାର ଜେଲରେ ଆଜୀବନ ସଜ୍ଜା କାଟୁଛି ଆତଙ୍କବାଦୀ ୟାସୀନ ମଲ୍ଲିକ । ଏହି ଗଣହତ୍ୟା ମାମଲାରେ ମଧ୍ୟ ଆତଙ୍କବାଦୀ ମଲ୍ଲିକ ମୁଖ୍ୟ ଅଭିଯୁକ୍ତ ରହିଛି ।

1990 ଜାନୁଆରୀ 25 ତାରିଖରେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଥିବା ସ୍କ୍ବାର୍ଡନ ଲିଡର ରବି ଶର୍ମାଙ୍କ ସମେତ 4 ବାୟୂସେନା ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ସିଧାସଳଖ କାଶ୍ମୀର ମୁକ୍ତି ସଂଗଠନ (JKLF) ଚଳାଉଥିବା ୟାସୀନ ମଲ୍ଲିକ ହିଁ କରିଥିବା ତଦନ୍ତରୁ ଜଣାପଡିଥିଲା । ସେହିବର୍ଷ ତାକୁ ଗିରଫ କରିଥିଲା ପୋଲିସ । ତେବେ ଏହି ଘଟଣାରେ ତାକୁ ଉପଯୁକ୍ତ ପ୍ରମାଣ ଅଭାବରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଦୋଷୀ ସାବ୍ଯସ୍ତ କରାଯାଇ ପାରିନାହିଁ (warrant against Yasin Malik )।

ମାମଲା ଦୀର୍ଘ ଦଶନ୍ଧି ଧରି ଜାରି ରହିଛି । ମୁଖ୍ୟ ଅଭିଯୁକ୍ତ ୟାସୀନ ମଲ୍ଲିକ ନାମରେ ଏକାଧିକ ହିଂସା ଓ ହତ୍ୟା ମାମଲା ମଧ୍ୟ ରହିଛି (separatist leader yasin malik arrest news) । ସିବିଆଇ ଓକିଲ କହିଛନ୍ତି, ଏହି ମାମଲାରେ ଆତଙ୍କବାଦୀ ମଲ୍ଲିକକୁ TADA କୋର୍ଟରେ ହାଜର କରାଯିବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର 22 ତାରିଖରେ ରହିଛି । ଚଳିତ ବର୍ଷ ମେ’ 19 ରେ ଆତଙ୍କବାଦୀ ପାଣ୍ଠି ସଂଗ୍ରହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ ଦଣ୍ଡାଦେଶ ପାଇଛି ୟାସୀନ ମଲ୍ଲିକ । ଏବେ ମଲ୍ଲିକ ଦିଲ୍ଲୀର ତିହାର ଜେଲରେ ଥିବା ବେଳେ ହତ୍ୟାକାଣ୍ଡ ମାମଲାରେ ପୁଣି ତାକୁ କୋର୍ଟରେ ହାଜର କରିବ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.