ETV Bharat / bharat

ମୃତ୍ୟୁ ପରେ ବି ଅମର ରାଜା, ଅଙ୍ଗଦାନ କରି ବଞ୍ଚାଇଲେ ୫ ଜୀବନ

ତାମିଲନାଡୁ ମମ୍ବାଲାମାର ଛାତ୍ର ରାଜା ଅଙ୍ଗଦାନ କରି ମୃତ୍ୟୁ ପରେ ବି ଅମର ହୋଇପାରିଛନ୍ତି । ଅଧିକ ପଢନ୍ତୁ

ମୃତ୍ୟୁ ପରେ ବି ଅମର ରାଜା, ଅଙ୍ଗଦାନ କରି ବଞ୍ଚାଇଲେ ୫ ଜୀବନ
ମୃତ୍ୟୁ ପରେ ବି ଅମର ରାଜା, ଅଙ୍ଗଦାନ କରି ବଞ୍ଚାଇଲେ ୫ ଜୀବନ
author img

By

Published : Jul 22, 2022, 7:22 AM IST

ଚେନ୍ନାଇ: ତାମିଲନାଡୁ ଚେନ୍ନାଇ ନିକଟ ମମ୍ବାଲାମରେ ୧୯ ବର୍ଷର ଛାତ୍ର ରାଜାଙ୍କ ବ୍ରେନ ଡେଡ୍‌ ପରେ ମୃତ୍ୟୁ ଘଟିଥିଲା । ତେବେ ସେ ମୃତ୍ୟୁ ପରେ ମଧ୍ୟ ଅମର ହୋଇ ରହିଛନ୍ତି । ଏହି ଛାତ୍ରଙ୍କ ଅଙ୍ଗ ୫ ଜଣ ଲୋକଙ୍କ ଶରୀରରେ ଲାଗିବା ପରେ ସେମାନେ ଜୀବନ ଦାନ ପାଇଥିବା ଜଣାପଡ଼ିଛି ।

ବ୍ରେନ ଡେଡ୍‌ ଛାତ୍ର ରାଜା
ବ୍ରେନ ଡେଡ୍‌ ଛାତ୍ର ରାଜା

ଗତ ଜୁଲାଇ ୪ ତାରିଖରେ ଦୁର୍ଘଟଣାରେ ରାଜାଙ୍କୁ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସ୍ଥିତି ଅଧିକ ବିଗିଡିବା ପରେ ତାଙ୍କୁ କ୍ରୋମପେଟର ରିଲା ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ବ୍ରେନ ଡେଡ୍‌ ଘୋଷଣା କରିଥିଲେ । ଡାକ୍ତର ତାଙ୍କ ପିତାମାତାଙ୍କୁ ଏ ସମ୍ପର୍କରେ ସୂଚନା ଦେବା ପରେ ରାଜାଙ୍କ ଅଙ୍ଗଦାନ ପାଇଁ କହିଥିଲେ ।

ରାଜାଙ୍କ ପିତାମାତାଙ୍କ ସହମତି କ୍ରମେ ଅଙ୍ଗଦାନ ପରେ ୫ ଜଣ ରୋଗୀଙ୍କ ଜୀବନ ବଞ୍ଚିପାରିଛି । ରାଜାଙ୍କ ହୃତପିଣ୍ଡକୁ ଜଣେ ନର୍ସିଂ ଛାତ୍ରୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ରାଜାଙ୍କ ଅଙ୍ଗ ଅନ୍ୟ ରୋଗୀଙ୍କ ଠାରେ ଲାଗିଥିବାରୁ ଏ ନେଇ ରାଜାଙ୍କ ଭଉଣୀ ଜ୍ୟୋତି ଗର୍ବିତ ଅନୁଭବ କରିଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.