ETV Bharat / bharat

ସଂସଦ ଭବନ ଉଦଘାଟନକୁ ବର୍ଜନ କରିବେ ୧୯ ବିରୋଧି ଦଳ

author img

By

Published : May 24, 2023, 12:55 PM IST

Updated : May 24, 2023, 2:23 PM IST

ନୂଆ ସଂସଦ ଭବନକୁ ଉଦଘାଟନୀ କାର୍ଯ୍ୟକ୍ରମକୁ ବର୍ଜନ କରିବେ ୧୯ ବିରୋଧି ଦଳ । ଅଧିକ ପଢନ୍ତୁ

ସଂସଦ ଭବନ ଉଦଘାଟନକୁ ବର୍ଜନ କରିବେ ୧୯ ବିରୋଧି ଦଳ
ସଂସଦ ଭବନ ଉଦଘାଟନକୁ ବର୍ଜନ କରିବେ ୧୯ ବିରୋଧି ଦଳ

ନୂଆଦିଲ୍ଲୀ: ଆସନ୍ତା ୨୮ରେ ନୂତନ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ନିୟନ୍ତ୍ରଣ ପତ୍ର ଜାରି ହୋଇଛି । ହେଲେ ସଂସଦ ଭବନର ଉଦଘାଟନକୁ ନେଇ ତେଜିବାରେ ଲାଗଛି ବିବାଦ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସଂସଦ ଭବନ ଉଦଘାଟନକୁ ବିରୋଧି ଦଳଗୁଡିକ ତୀବ୍ର ବିରୋଧ କରୁଛନ୍ତି । ଗତକାଲି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(TMC) ଉଦଘାଟନରେ ସାମିଲ ନହେବାକୁ ଘୋଷଣା କରିଥିବା ବେଳେ ଏହାର ଦିନକ ପରେ ୧୯ ବିରୋଧି ଦଳ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ୧୯ ବିରୋଧି ଦଳ ପକ୍ଷରୁ ମିଳିତ ବିବୃତ୍ତି ଜାରି କରାଯାଇ ସୂଚନା ଦିଆଯାଇଛି ।

ବିବୃତ୍ତିରେ କୁହାଯାଇଛି, ଯେତେବେଳେ ସଂସଦରୁ ଗଣତନ୍ତ୍ରର ଆତ୍ମା ବାହାର କରିଦିଆଯାଇଛି ସେତେବେଳେ ନୂଆ ଭବନର କୌଣସି ମୂଲ୍ୟ ନାହିଁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଦଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନୂତନ ସଂସଦ ଭବନର ଉଦଘାଟନ କରାଯିବା ନିଷ୍ପତ୍ତି କେବଳ ଅପମାନଜନକ ନୁହେଁ, ବରଂ ଆମ ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ । ଏଭଳି ଅଶୋଭନୀୟ କାର୍ଯ୍ୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରତି ଅପମାନ ଏବଂ ସମ୍ବିଧାନର ଉଲ୍ଲଙ୍ଘନ ଅଟେ । ଏହାକୁ ବିରୋଧି କରି ଆମେ ନୂଆ ସଂସଦ ଭବନର ଉଦଘାଟନ କାର୍ଯ୍ୟକ୍ରମ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ବିବୃତ୍ତିରେ ଉଲ୍ଲେଖ କରାଯାଇଛି ।

ଏହି ୧୯ ବିରୋଧି ଦଳଗୁଡିକ ମଧ୍ୟରେ, କଂଗ୍ରେସ, ଆମ୍ ଆଦମୀ ପାର୍ଟି, ତୃଣମୂଳ କଂଗ୍ରେସ, ଡିଏମକେ, ରାଷ୍ଟ୍ରୀୟ ଜନତା ଦଳ(RJD), ଜେଡିୟୁ, ଏନସିପି, ସମାଜବାଦୀ ପାର୍ଟି, ଉଦ୍ଧବ ଠାକରେଙ୍କ ଶିବସେନା ରହିଛି । ଗତକାଲି(ମଙ୍ଗଳବାର) ଟିଏମସି ସଂସଦ ଭବନର ଉଦଘାଟନକୁ ବୟକଟ କରିବାକୁ ଘୋଷଣା କରିବା ପରେ ଆଜି ଅନ୍ୟ ବିରୋଧି ଦଳଗୁଡିକ ଏହା ସହିତ ସ୍ବର ମିଳାଇଛନ୍ତି । ପ୍ରଧାନମନ୍ତ୍ରୀ ନୁହଁନ୍ତି, ରାଷ୍ଟ୍ରପତି ମୁର୍ମୁ ସଂସଦ ଭବନର ଉଦଘାଟନ କରନ୍ତୁ ବୋଲି ବିରୋଧି ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: IAS Topper Untold Story: ସଫଳତା ପଛରେ କଠିନ ପରିଶ୍ରମ, ଜାଣନ୍ତୁ କିଏ କରିଛି କେଉଁ ତ୍ୟାଗ

ଟିଏମସି ନେତା ସୁଦୀପ ବନ୍ଦୋପଧ୍ୟାୟ କହିଛନ୍ତି, ''ସଂସଦ ଭବନର ଉଦଘାଟନ ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ନଚେତ୍ ଗାନ୍ଧୀ ଜୟନ୍ତୀ ଦିନ ହେବା ଉଚିତ୍, ଭିଡି ସାବରକରଙ୍କ ଜନ୍ମ ଜୟନ୍ତୀରେ ନୁହେଁ । ତେଣୁ ଆସନ୍ତା ମେ' ୨୮ରେ ଏହି ଉଦଘାଟନୀ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ । ''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 24, 2023, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.