ନୂଆଦିଲ୍ଲୀ: ଭାରତରେ ପୂର୍ବ ଅପେକ୍ଷା ସଂକ୍ରମଣ ସଂଖ୍ୟା ଦୃତ ଗତିରେ ହ୍ରାସ ପାଇବାରେ ଲାଗିଛି, ଯାହା ଦେଶବାସୀଙ୍କ ପାଇଁ ଆଶ୍ବସ୍ତିକର ଅଟେ ।
ତେବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବା କଲ୍ୟାଣ ମନ୍ତ୍ରାଳୟର ଦୈନିକ ରିପୋର୍ଟ ଅନୁସାରେ, ଗତ 24 ଘଣ୍ଟାରେ ଦେଶରେ 18 ହଜାର 645 ଟି ପଜିଟିଭ ମାମଲା ରିପୋର୍ଟ ହୋଇଛି । ସେଥିରୁ 201 ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସଂକ୍ରମଣ ସଂଖ୍ୟା 1 କୋଟି 4 ଲକ୍ଷ 50 ହଜାର 284 ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 50 ହଜାର 999 ରେ ପହଞ୍ଚିଛି ।
ସେହିପରି ଶନିବାର 19 ହଜାର 299 ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ମୋଟ ଦେଶରେ ସୁସ୍ଥ ସଂଖ୍ୟା 1 କୋଟି 75 ହଜାର 950ରେ ପହଞ୍ଚିଛି । ତେବେ ବର୍ତ୍ତମାନ 2 ଲକ୍ଷ 23 ହଜାର 335 ଜଣ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସମ୍ପ୍ରତି ଦେଶରେ ସୁସ୍ଥତାହାର ୯୬.୪୨% ବୋଲି କେନ୍ଦ୍ର ସରକାର କହିଛନ୍ତି।
@ANI