ETV Bharat / bharat

ଗୋଟିଏ ଦିନରେ ରେକର୍ଡ ହେଲା 16,432 ନୂଆ ସଂକ୍ରମଣ, 252 ମୃତ

author img

By

Published : Dec 29, 2020, 10:34 AM IST

ଦେଶରେ କମୁଛି ସଂକ୍ରମଣ । ହେଲେ କମିନି ବିପଦ। ଏବେ ବି ଆସୁଛି 20 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ରିପୋର୍ଟ। ଅଧିକ ପଢନ୍ତୁ...

ଗୋଟି ଦିନରେ ରେକର୍ଡ ହେଲା 16,432 ନୂଆ ସଂକ୍ରମଣ, 252 ମୃତ

ନୂଆଦିଲ୍ଲୀ: କୋରୋନା ପ୍ରକୋପ ଏବେ ସୁଦ୍ଧା ଦେଶରେ ଥମିନି। ଏବେ ବ୍ରିଟେନରେ ଆରମ୍ଭ ହୋଇଥିବା କୋରୋନା ଷ୍ଟ୍ରେନ ସମସ୍ତଙ୍କ ପାଇଁ ଚିନ୍ତାରେ ପକାଇଛି। ତେବେ ଭାରତରେ 6 ଜଣଙ୍କ ନିକଟରେ ଏହି କୋରୋନା ଷ୍ଟ୍ରେନ ମିଳିଛି, ଯେଉଁମାନେ କି ବ୍ରିଟେନରୁ ଭାରତ ଆସିଛନ୍ତି।

ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଅନେକ ଦିନ ପରେ ସବୁଠୁ କମ 16 ହଜାର 432ଟି ନୂଆ ପଜିଟିଭ ରିପୋର୍ଟ ରେକର୍ଡ ହୋଇଛି। ଯେଉଁଥିରେ 252 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଅପଡେଟ ରିପୋର୍ଟକୁ ମିଶାଇ ଦେଶରେ ଏବେ 1 କୋଟି 02 ଲକ୍ଷ 24 ହଜାର 303କୁ ଛୁଇଁଛି ସଂକ୍ରମଣ ସଂଖ୍ୟା। ସେହିପରି ମୃତ୍ୟୁ ସଂଖ୍ୟା 1 ଲକ୍ଷ 48 ହଜାର 153 ପାର କରିଛି।

ସେହିପରି ମୋଟ ସଂକ୍ରମଣ ସଂଖ୍ୟାରୁ ସୋମବାର ଗୋଟିଏ ଦିନରେ ସୁସ୍ଥ ହୋଇଥିବା 24 ହଜାର 900 ଜଣଙ୍କୁ ମିଶାଇ 98 ଲକ୍ଷ 07 ହଜାର 569 ଛୁଇଁଛି। ବର୍ତ୍ତମାନ 2 ଲକ୍ଷ 68 ହଜାର 581 ଜଣ ଚିକିତ୍ସାଧୀନ ଅଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.