ETV Bharat / bharat

ସାନଭାଇ ଗେମ ଖେଳିବାକୁ ଦେଲାନି ମୋବାଇଲ, ଆତ୍ମହତ୍ୟା କଲା ବଡ ଭଉଣୀ

ସ୍ମାର୍ଟଫୋନ ନେଲା ଜୀବନ । ସାନ ଭାଇ ଗେମ ଖେଳିବାକୁ ମୋବାଇଲ ନ ଦେବାରୁ ମହାରାଷ୍ଟ୍ରରେ ଆତ୍ମହତ୍ୟା କରିଛି ୧୬ ବର୍ଷର ନାବାଳିକା । ଅଧିକ ପଢନ୍ତୁ...

author img

By

Published : Sep 13, 2021, 4:28 PM IST

Updated : Sep 13, 2021, 4:33 PM IST

ସାନଭାଇ ଗେମ ଖେଳିବାକୁ ଦେଲାନି ମୋବାଇଲ, ଆତ୍ମହତ୍ୟା କଲା ବଡ ଭଉଣୀ
ସାନଭାଇ ଗେମ ଖେଳିବାକୁ ଦେଲାନି ମୋବାଇଲ, ଆତ୍ମହତ୍ୟା କଲା ବଡ ଭଉଣୀ

ମୁମ୍ବାଇ: ଆଜିର ଯୁବପିଢିଙ୍କୁ ମୋବାଇଲ କରିଛି ବାୟା । ସାନ ଭାଇ ମୋବାଇଲରେ ଖେଳିବାକୁ ନ ଦେବାରୁ ଆତ୍ମହତ୍ୟା କରିଛି ୧୬ ବର୍ଷର ଭଉଣୀ । ମହାରାଷ୍ଟ୍ରର ପୂର୍ବ କାଣ୍ଡିଭାଲି ନିକଟସ୍ଥ ଜାନୁପଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ନାବାଳିକା ଜଣକ ବିଷାକ୍ତ ଦ୍ରବ୍ୟକୁ ନିଜ ଉପରେ ସ୍ପ୍ରେ କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନାନୁସାରେ ମୋବାଇଲରେ ଖେଳିବା ପାଇଁ ଭାଇ ଭଉଣୀଙ୍କ ମଧ୍ୟରେ ଝଗଡା ଲାଗିଥିଲା । ସାନ ଭାଇ ଖେଳିବା ପାଇଁ ମୋବାଇଲ ଦେଇନଥିବାରୁ ଏଥିରେ ରାଗିଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା ନାବାଳିକା । ସେ ଏକପ୍ରକାର ବିଷାକ୍ତ ଗ୍ୟାସକୁ ନିଜ ଉପରେ ସ୍ପ୍ରେ କରି ଆତ୍ମହତ୍ୟା କରିଛି । ଗୁରୁତର ଅବସ୍ଥାରେ ନାବାଳିକାକୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛି । ନାବାଳିକା ଜଣକ ଗରିବ ଶ୍ରେଣୀର ବୋଲି ଜଣାପଡ଼ିଛି । ନାବାଳିକାର ବାପା ଜଣେ ଅଟୋ ଡ୍ରାଇଭର ହୋଇଥିବାବେଳେ ସେମାନେ ୪ ଭଉଣୀ ଓ ଗୋଟିଏ ଭାଇ ଥିଲେ ଏବଂ ସେମାନଙ୍କ ପାଖରେ ମାତ୍ର ଗୋଟିଏ ସ୍ମାର୍ଟଫୋନ ଥିବା ଜଣାପଡ଼ିଛି ।

ଗତ ଶୁକ୍ରବାର ରାତିରେ ନାବାଳିକାର ସାନଭାଇ ସହିତ ଝଗଡ଼ା ହୋଇଥିଲା । ତେବେ ସେହି ଦିନ ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ ନାବାଳିକା ଜଣକ ପାଖ ଦୋକାନରୁ ଏକ ବିଷାକ୍ତ ଔଷଧକୁ କ୍ରୟ କରିଥିଲା । ଏହାପରେ ସାନଭାଇ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଘଟଣାଟି ଘଟିବା ପରେ ନାବାଳିକା ସାନଭାଇ ପରିବାର ବର୍ଗଙ୍କୁ ସୂଚନା ଦେଇଥିଲା । ଏହାପରେ ପରିବାର ନାବାଳିକାକୁ ଶତାବ୍ଦୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ ଘଟିଛି ।

ମୋବାଇଲରେ ଖେଳିବାକୁ ନମିଳିବାରୁ ଆତ୍ମହତ୍ୟା କଲା ନାବାଳିକା

ସେପଟେ ଘଟଣା ସମ୍ପର୍କରେ ଖବର ପାଇବା ପରେ ସମତା ନଗର ପୋଲିସ ଷ୍ଟେସନର ପୋଲିସ ସବ-ଇନ୍ସପେକ୍ଟର(PSI) ସନ୍ତୋଷ ଖର୍ଡେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ତେବେ ବ୍ୟବଚ୍ଛେଦ ପରେ ନାବାଳିକାର ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 13, 2021, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.