ETV Bharat / bharat

Minor raped: ରାଜଧାନୀରେ ଲଜ୍ଜା, ଚୋରି କରିବାକୁ ଆସି ବଡ ଭଉଣୀ ସାମ୍ନାରେ ସାନ ଭଉଣୀକୁ ଦୁଷ୍କର୍ମ - ଜାତୀୟ ରାଜଧାନୀରେ ଲଜ୍ଜା

ଦିଲ୍ଲୀର ଅଶୋକ ବିହାର ଅଞ୍ଚଳରେ ଚାଞ୍ଚଲ୍ୟ । ଚୋରି କରିବାକୁ ଆସି ବଡ ଭଉଣୀ ସାମ୍ନାରେ ସାନ ଭଉଣୀକୁ ଦୁଷ୍କର୍ମ ଅଭିଯୋଗ । ଅଧିକ ପଢନ୍ତୁ

Minor raped
Minor raped
author img

By

Published : Apr 5, 2023, 2:25 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଲଜ୍ଜା । ସୀମା ଟପିଲା ବର୍ବରତା । ଡକାୟତି କରିବା ପାଇଁ ଆସି ବଡ ଭଉଣୀ ସାମ୍ନାରେ ସାନ ଭଉଣୀକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀ ଅଶୋକ ବିହାର ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଅଭିଯୋଗ ଅନୁସାରେ, ଦୁର୍ବତ୍ତ ଡକାୟତି ପାଇଁ ଘରେ ପଶିଥିଲା । ଘରେ ହଙ୍ଗାମା ମଚାଇବା ପରେ ବଡ ଭଉଣୀ ସାମ୍ନାରେ ସାନ ଭଉଣୀକୁ ଦୁଷ୍କର୍ମ କରିଥିଲା । ତେବେ ମୁହଁ ଖୋଲିଲେ ଜୀବନରୁ ମାରିଦେବେ ବୋଲି ବଡ ଭଉଣୀକୁ ଧମକ ଦେଇଥିଲା ଦୁର୍ବତ୍ତ । ଏନେଇ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସରକାରୀ ସ୍କୁଲରେ ରହୁଥିଲେ ପୀଡିତା ପରିବାର: ମିଳିଥିବା ସୂଚନା ଅନୁସାରେ, ଅଶୋକ ବିହାର ଅଞ୍ଚଳର ଏକ ସ୍କୁଲରେ ନବୀକରଣ କାର୍ଯ୍ୟ ଚାଲୁଥିଲା । ଦୁଇ ଝିଅ ସେଠାରେ କାମ କରିବା ସହ ନିଜ ବାପାମାଆଙ୍କ ସହିତ ସ୍କୁଲ ଘରେ ରହୁଥିଲେ । ତେବେ ଗତ କିଛିଦିନ ହେବ କାମ ବନ୍ଦ ରହିବା କାରଣକୁ ଅନ୍ୟତ୍ର କାମ ଖୋଜିବା ପାଇଁ ସେମାନଙ୍କ ବାପାମାଆ ବାହାରକୁ ଯାଇଥିଲେ । ପତି ପତ୍ନୀ ଉଭୟେ କାମ କରିବାକୁ ଯାଇଥିବା ବେଳେ ଘରେ ୧୬ ଏବଂ ୧୮ ବର୍ଷୀୟ ଝିଅ ଥିଲେ ।

ଚାକୁ ଦେଖାଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ: ତେବେ ଦୁଇଜଣ ଝିଅ ଘରେ ଏକାକୀ ରହିଥିବା ଜାଣି ଦୁର୍ବୃତ୍ତ ଜଣକ ଲୁଟ କରିବା ପାଇଁ ଆସିଥିଲା । ପ୍ରଥମେ ଦୁର୍ବୃତ୍ତ ଜୋର ଜବରଦସ୍ତ ଘରେ ପଶିବା ସହ ଛୁରି ଦେଖାଇ ମୋବାଇଲ ଲୁଟ କରିଥିଲା । ଏହାପରେ ବି ଦୁର୍ବୃତ୍ତର ମନ ଶାନ୍ତି ହୋଇନଥିଲା । ବଡ ଭଉଣୀ ସାମ୍ନାରେ ସାନ ଭଉଣୀକୁ ଦୁଷ୍କର୍ମ କରିଥିଲା । ରୋଷେଇ ଘରେ ପଡିଥିବା ଏକ ଛୁରି ଆଣି ବଡ ଭଉଣୀକୁ ଡରାଇଥିଲା । ବଡ ଭଉଣୀ ଭୟଭୀତ ହେବା ପରେ ତାର ଆଖି ସାମ୍ନାରେ ସାନ ଭଉଣୀକୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏହାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଏହାପରେ ବଡ ଭଉଣୀ ବାପାମାଆଙ୍କୁ ଫୋନ ଯୋଗେ ସବୁ ଜଣାଇଥିଲେ । ଖବର ପାଇ ବାପା ମାଆ ଘରେ ପହଞ୍ଚି ଥାନାରେ ଅଭିଯୋଗ କରିଥଲେ । ଅଭିଯୋଗ ଆଧାରରେ ପୋଲିସ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.