ETV Bharat / bharat

Sikkim Road Accident: ଖାଇକୁ ଖସିଲା ସେନା ଗାଡ଼ି, ୧୬ ଯବାନ ଶହୀଦ, ମୋଦିଙ୍କ ଶୋକ ପ୍ରକାଶ - ୧୬ ଯବାନ ଶହୀଦ

ଉତ୍ତର ସିକ୍କିମର ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳ ନିକଟରେ ଦୁର୍ଘଟଣାଗ୍ରସ୍ତ ସେନା ଗାଡ଼ି (Sikkim Road Accident) । ଅଧିକ ପଢନ୍ତୁ

Sikkim Road Accident
Sikkim Road Accident
author img

By

Published : Dec 23, 2022, 3:26 PM IST

Updated : Dec 23, 2022, 6:14 PM IST

ଗାଙ୍ଗଟକ: ଉତ୍ତର ସିକ୍କିମର ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳ ନିକଟରେ ଦୁର୍ଘଟଣାଗ୍ରସ୍ତ ସେନା ଗାଡ଼ି (Sikkim Road Accident) । ଏହି ଦୁର୍ଘଟଣାରେ ୧୬ ଯବାନ ଶହୀଦ (16 jawans martyred) ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ଉତ୍ତର ସିକ୍କିମର ଦୁର୍ଗମାଞ୍ଚଳରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସେନା ଗାଡ଼ି ପ୍ରାୟ ୧୦୦ ଫୁଟ ଖାଇକୁ ଖସିଥିବା ସୂଚନା ଦେଇଛନ୍ତି ଚୁଙ୍ଗଥାଙ୍ଗ ସବଡିଭିଜନାଲ ପୋଲିସ ଅଫିସର (SDPO) ଅରୁଣ ଥାତାଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟ୍ବିଟ କରି ଶହୀଦ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି ।

ଦୁର୍ଘଟଣାଗ୍ରସ୍ତ ସେନା ଗାଡ଼ି
ଦୁର୍ଘଟଣାଗ୍ରସ୍ତ ସେନା ଗାଡ଼ି

୧୦୦ ଫୁଟ ଖାଇ ତଳେ ସେନା ଗାଡ଼ି

ବରିଷ୍ଠ ପୋଲିସ ଅଫିସରଙ୍କ ସୂଚନା ଅନୁସାରେ, ଆହତ ହୋଇଥିବା ଯବାନଙ୍କୁ ଏୟାରଲିଫ୍ଟରେ ଉତ୍ତର ବେଙ୍ଗଲର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ଜେମା ୩ (Zema 3) ଠାରେ ସକାଳ ପ୍ରାୟ ୮ଟା ସମୟରେ ଘଟିଛି । ଏହି ଦୁର୍ଗମ ଅଞ୍ଚଳଟି ଲାକେନଠାରୁ ୧୫କିମି ଓ ରାଜଧାନୀ ଗାଙ୍ଗଟକଠାରୁ ୧୩୦କିମି ଦୂରରେ ଅବସ୍ଥିତ । ଏନେଇ ଚୁଙ୍ଗଥାଙ୍ଗ ସବଡିଭିଜନାଲ ପୋଲିସ ଅଫିସର (SDPO) ଅରୁଣ ଥାତାଲ କହିଛନ୍ତି ଯେ ସେନା ଗାଡ଼ି ୨୦ ଜଣ ଯବାନଙ୍କୁ ନେଇ ବର୍ଡର ପୋଷ୍ଟ ଅଭିମୁଖେ ଯାତ୍ରା କରୁଥିଲା । ଜେମା ୩ ନିକଟରେ ଏକ ଟର୍ଣ୍ଣିଂ ପଏଣ୍ଟରେ ହଠାତ ଗାଡ଼ି ବୁଲିବା ସମୟରେ ଖାଇକୁ ଖସିଥିବା ଅରୁଣ କହିଛନ୍ତି ।

ଦୁର୍ଘଟଣାଗ୍ରସ୍ତ ସେନା ଗାଡ଼ି
ଦୁର୍ଘଟଣାଗ୍ରସ୍ତ ସେନା ଗାଡ଼ି

୧୬ ଯବାନ ଶହୀଦ

ଘଟଣାସ୍ଥଳରେ ୧୬ ଜଣ ଯବାନ ଶହୀଦ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମାତ୍ର ଏହି ଯବାନଙ୍କ ପରିଚୟ ମିଳିପାରିନାହିଁ । ଘଟଣା ସମ୍ପର୍କରେ ଖବର ପାଇବା ପରେ ଏସଡିପିଓ ସଙ୍ଗେ ସଙ୍ଗେ ଲାକେନ ନିକଟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି କହିଛନ୍ତି । ଶହୀଦ ହୋଇଥିବା ଯବାନଙ୍କ ପାର୍ଥିବ ଶରୀରକୁ ଗାଙ୍ଗଟକନ STNM ହସ୍ପିଟାଲକୁ ବ୍ୟବଚ୍ଛେଦ ଲାଗି ନିଆଯାଇଛି । ଏହାପରେ ପାର୍ଥିବ ଶରୀରକୁ ସେନାକୁ ହସ୍ତାନ୍ତର କରାଯିବ । ଗନ୍ତବ୍ୟ ସ୍ଥଳ ଅଭିମୁଖେ ସେନା ଗାଡ଼ି ବାହାରିବା ପରେ ବାଟରୁ ଯବାନଙ୍କୁ ପିକ୍‌ଅପ୍‌ କରିଥିବା ବୋଲି ସୂଚନା ମିଳିଛି ।

  • 16 Army personnel have lost their lives, four injured in a road accident involving an Army truck at Zema, North Sikkim. The accident happened when the vehicle skidded down a steep slope while negotiating a sharp turn: Indian Army pic.twitter.com/qkulDm99Gp

    — ANI (@ANI) December 23, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶୋକ ପ୍ରକାଶ

  • Pained by the loss of lives of our brave army personnel due to a road mishap in Sikkim. Condolences to the bereaved families. May the injured recover soon: PM @narendramodi

    — PMO India (@PMOIndia) December 23, 2022 " class="align-text-top noRightClick twitterSection" data=" ">

ଏହି ଦୁଃଖଦ ଘଟଣା ନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, " ସିକ୍କିମରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଭାରତୀୟ ସେନା ବୀର ଯବାନଙ୍କୁ ହରାଇଛି । ଏଥିଲାଗି ଅତ୍ୟନ୍ତ ଦୁଃଖିତ । ସାହାସୀ ଶୋକସନ୍ତ ପରିବାରକୁ ସମବେଦନା । ଆହତ ଯବାନ ଖୁବଶୀଘ୍ର ଆରୋଗ୍ୟ ହୁଅନ୍ତୁ ।"

  • Deeply pained by the loss of lives of the Indian Army personnel due to a road accident in North Sikkim.

    The nation is deeply grateful for their service and commitment. My condolences to the bereaved families. Praying for the speedy recovery of those who are injured.

    — Rajnath Singh (@rajnathsingh) December 23, 2022 " class="align-text-top noRightClick twitterSection" data=" ">

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଦୁର୍ଘଟଣାରେ ଯବାନ ଶହୀଦ ହେବା ପରେ ଏ ନେଇ ଶୋକ ପ୍ରକାଶ କରିଛନ୍ତି । ଏ ନେଇ ସେ ଟ୍ବିଟ କରି ଲେଖିଛନ୍ତି, " ଉତ୍ତର ସିକ୍କିମ ସଡ଼କ ଦୁର୍ଘଟଣାରେ ଭାରତୀୟ ଯବାନଙ୍କ ଏହି ଦୁଃଖଦ ମୃତ୍ୟୁରେ ଅତ୍ୟନ୍ତ ଦୁଃଖିତ । ସେମାନଙ୍କର ସେବା ଏବଂ ପ୍ରତିବଦ୍ଧତା ପାଇଁ ଦେଶ ସର୍ବଦା କୃତଜ୍ଞ ରହିବ।" ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Last Updated : Dec 23, 2022, 6:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.