ETV Bharat / bharat

ଇକ୍ବୋଟୋରିଆଲ ଗିିନିରେ 16 ଭାରତୀୟ ନାବିକ ଅଟକ, ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଚାହିଁଲା କେରଳ - ଗୁନିଆରେ ଭାରତୀୟ ନାଗରିକ ଅଟକ

ପଶ୍ଚିମ ଅଫ୍ରିକୀୟ ଦେଶ ଇକ୍ବୋଟୋରିଆଲ ଗିିନି (Equatorial Guinea)ରେ 16 ଭାରତୀୟ ନାବିକ ଅଟକ । ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଚାହିଁଲା କେରଳ ସରକାର । ମୋଦିଙ୍କୁଋ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ବିଜୟନ । ଅଧିକ ପଢନ୍ତୁ

ଇକ୍ବୋଟୋରିଆଲ ଗିିନିରେ 16 ଭାରତୀୟ ନାବିକ ଅଟକ, ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଚାହିଁଲା କେରଳ

author img

By

Published : Nov 8, 2022, 11:10 PM IST

ଥିରୁଅନନ୍ତପୁରମ: ପଶ୍ଚିମ ଅଫ୍ରିକୀୟ ଦେଶ ଇକ୍ବୋଟୋରିଆଲ ଗିିନି (Equatorial Guinea) ରେ 16 ଭାରତୀୟ ନାବିକଙ୍କୁ ଅଟକ ରଖାଯାଇଛି । ଏହି ନାବିକମାନେ ନରଓ୍ବେର ଏକ ତୈଳବାହୀ ଜାହାଜରେ କାର୍ଯ୍ୟରତ ଥିବା ବେଳେ ସେମାନଙ୍କୁ ଗିିନି ଉପକୂଳରୁ ସ୍ଥାନୀୟ ନୌସେନା ଦ୍ବାରା ଅଟକ ରଖିଛି । ସେମାନଙ୍କ ମୁକ୍ତି ପାଇଁ ସେମାନେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି । ଘଟଣା ସମ୍ପର୍କରେ ଜଣାପଡିବା ପରେ କେରଳ ସରକାର କେନ୍ଦ୍ରକୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଘଟଣାରେ ହସ୍ତକ୍ଷେପ କରିବା ସହ ଅଟକ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଲାଗି ପ୍ରକ୍ରିୟା ଆରମ୍ଭ କରନ୍ତୁ ବୋଲି ନିବେଦନ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ନରଓ୍ବେର ଏହି ତୈଳବାହୀ ଟ୍ୟାଙ୍କର ଯାହାଜଟି ନାଇଜେରିଆରେ ଅଗଷ୍ଟ ୮ ତାରିଖରେ ତେଲ ଭରିବା ପାଇଁ ଆସିଥିଲା । ତେବେ ଏହା ଫେରିବା ବାଟରେ ଗିନି ନୈସେନା ଦ୍ବାରା ଜବତ କରାଯିବା ସହ ସମସ୍ତ କ୍ର୍ୟୁ ସଦସ୍ୟ ଓ ଅନ୍ୟ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ଉକ୍ତ ଜାହାଜରେ ୧୬ ଭାରତୀୟଙ୍କ ସମେତ ମୋଟ ୨୬ ଜଣ ନାବିକ ଓ ଅନ୍ୟ କର୍ମଚାରୀ କାର୍ଯ୍ୟରତ ଥିଲେ ।

ତେବେ କେରଳ ମୁଖ୍ୟମନ୍ତ୍ରୀ ବିଜୟନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ସେମାନେ କୌଣସି ବେଆଇନ କିମ୍ବା ଆଇନ ଉଲଙ୍ଘନ କରିବା ପରି କାର୍ଯ୍ୟକଳାପରେ ସମ୍ପୃକ୍ତ ନଥିଲେ । ତେବେ ସେମାନଙ୍କୁ ଗିରଫ ପରେ ସମ୍ପୃକ୍ତ ଜାହାଜ କମ୍ପାନୀ ଜୋରିମାନା ମଧ୍ୟ ଦେବାକୁ ପ୍ରସ୍ତୁତ ଅଛି । ତଥାପି ସ୍ଥାନୀୟ ନୌସେନା ଓ ପୋଲିସ ତାଙ୍କୁ ସେଠାରେ ଗିରଫ କରି ରଖିଛନ୍ତି । ତେଣୁ ଭାରତୀୟଙ୍କ ମୁକ୍ତି ପାଇଁ ଏହି ପ୍ରସଙ୍ଗରେ ଯଥାସମ୍ଭବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରନ୍ତୁ ।

ଗିରଫ ହୋଇଥିବା ଭାରତୀୟ ନାବିକଙ୍କ ମଧ୍ୟରେ ଜଣେ ୨୪ ବର୍ଷୀୟ ମର୍ଚ୍ଚାଣ୍ଟ ନ୍ୟାଭି ଅଧିକାରୀ ରୋହନ ଆରୋରା ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରି ସୂଚନା ଦେବା ସହ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ କରନ୍ତୁ ବୋଲି ଭିଡିଓରେ ଭାରତୀୟ ନାବିକମାନେ ନିବେଦନ କରିବା ସହ ସେମାନଙ୍କର ଭାରତ ସରକାରଙ୍କ ଉପରେ ଭରସା ଥିବା ମଧ୍ୟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.