ETV Bharat / bharat

India-China Commander level talks: ଆସନ୍ତା ୧୧ରେ ୧୫ତମ ରାଉଣ୍ଡ ଆଲୋଚନା - ଭାରତ ଚୀନ କମାଣ୍ଡରସ୍ତରୀ ଆଲୋଚନା

ମାର୍ଚ୍ଚ ୧୧ ତାରିଖରେ ଭାରତ ଓ ଚୀନ ମଧ୍ୟରେ ୧୫ତମ ରାଉଣ୍ଡ କମାଣ୍ଡରସ୍ତରୀୟ ଆଲୋଚନା । ସୀମାରେ ଉତ୍ତେଜନା ହ୍ରାସ ପାଇଁ ଜାରି ରହିଛି ଆଲୋଚନା ସରିଜି । ଅଧିକ ପଢନ୍ତୁ

India China Commander level talks: ୧୧ ରେ ୧୫ତମ ରାଉଣ୍ଡ ଆଲୋଚନା

author img

By

Published : Mar 8, 2022, 8:21 PM IST

ନୂଆଦିଲ୍ଲୀ: ମାର୍ଚ୍ଚ ୧୧ ରେ ଭାରତ ଏବଂ ଚୀନ୍ ମଧ୍ୟରେ 15 ତମ ରାଉଣ୍ଡର କମାଣ୍ଡରସ୍ତରୀୟ ଆଲୋଚନା ହେବ । ସୀମାରେ ଲାଗି ରହିଥିବା ଉତ୍ତେଜନା ହ୍ରାସ କରିବା ପାଇଁ ଏହି ଆଲୋଚନା ଶୃଙ୍ଖଳା ଦୁଇ ଦେଶର ସେନା ମଧ୍ୟରେ ଜାରି ରହିଛି । ପୂର୍ବରୁ ୧୪ତମ ରାଉଣ୍ଡର ଆଲୋଚନା ଶେଷ ହୋଇଥିବାବେଳେ ୧୧ ତାରିଖରେ ୧୫ତମ ରାଉଣ୍ଡର ଆଲୋଚନା ଟେବୁଲରେ ଏକାଠି ହେବେ ଉଭୟ ସେନାର ପ୍ରମୁଖ କମାଣ୍ଡର ।

ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା 14 ରାଉଣ୍ଡ ଆଲୋଚନାରେ ଉତ୍ତର ଏବଂ ଦକ୍ଷିଣ ଲଦାଖରେ ଥିବା ପୋଙ୍ଗୟାଙ୍ଗ , ଗାଲୱାନ୍ ଏବଂ ଗୋଗ୍ରା ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳରେ ଦୁଇ ସେନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ହ୍ରାସ ପାଇଁ ଆଲୋଚନା ହୋଇଥିଲା । ତେବେ ଗତ ପର୍ଯ୍ୟାୟ ଆଲୋଚନାରେ ସେପରି ଆଖିଦୃଶିଆ ସଫଳତା ମିଳି ପାରିନାହିଁ । କିଛି ପ୍ରସ୍ତାବ କ୍ଷେତ୍ରରେ ଚୀନ ସନା କର୍ତ୍ତୃପକ୍ଷ ସହଯୋଗ କରୁନଥିବା ମଧ୍ୟ ସୂଚନା ମିଳିଥିଲା ।

ଗଲଓ୍ବାନ ଘାଟିରେ ସଂଘର୍ଷ ପରେ ଦୀର୍ଘ ସମୟ ଧରି ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉଭୟ ଦେଶ ନିଜର ସାମରିକ ଶକ୍ତି ବଢାଇବାରେ ଲାଗିଥିଲେ । ସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତେଜନା ହ୍ରାସ ପାଇଁ ଆଲୋଚନାକୁ ବାଛିଥିଲେ ଉଭୟ ପକ୍ଷର ସେନା । ବର୍ତ୍ତମାନ ସୁଦ୍ଧା ୧୪ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଥିବା ବେଳେ ୧୫ତମ ରାଉଣ୍ଡ ୧୧ ତାରିଖରେ ହେବା ନେଇ ସ୍ଥିର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.