ETV Bharat / bharat

15th BRICS Summit: ଅଗଷ୍ଟ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାରେ ହେବ ବ୍ରିକ୍ସ ସମ୍ମିଳନୀ

ଚଳିତ ଅଗଷ୍ଟ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାର ଡରବାନରେ 15 ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

15ତମ ବ୍ରିକ୍ସ ଶିଖର ସମ୍ମିଳନୀ
15th BRICS Summit
author img

By

Published : Jan 28, 2023, 6:02 PM IST

ନୂଆଦିଲ୍ଲୀ: 15ତମ ବ୍ରିକ୍ସ ଶିଖର ସମ୍ମିଳନୀ (BRICS) ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାର ଡରବାନରେ ଅନୁଷ୍ଠିତ ହେବ । ବ୍ରାଜିଲ, ଋଷ, ଭାରତ ଏବଂ ଚୀନ ବୈଦେଶିକ ମନ୍ତ୍ରୀ ପ୍ରଥମ ଥର 2006ରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ବ୍ରିକ୍ସ ସହଯୋଗର ଶୁଭାରମ୍ଭ କରିବା ସହ ଭେଟ ହୋଇଥିଲେ । ଏହାପରେ ଏପ୍ରିଲ 2011ରେ ଦକ୍ଷିଣ ଆଫ୍ରିକା ଚୀନର ସନ୍ୟାରେ ଆଯୋଜିତ ତୃତୀୟ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଥମ ଥର ଭାଗ ନେଇଥିଲେ ।

ଋଷ ବୈଦେଶିକ ମନ୍ତ୍ରୀ ସର୍ଗାଇ ଲାବରୋବଙ୍କ ଦ୍ବାରା ଜାନୁଆରୀ 26 ତାରିଖରେ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା ହୋଇଛି । ବ୍ରିକ୍ସକୁ ବିଶ୍ବର ବଡ ସମ୍ମିଳନୀ କହି ଲାବରୋବ କହିଛନ୍ତି ଦୁନିଆର ବିକାଶଶୀଳ କ୍ଷେତ୍ରରେ ପରିଚୟକୁ ମଜବୁତ କରିବାମାନେ ଏହି ଅର୍ଥ ନୁହେଁ ଯେ ବିଶ୍ବସ୍ତରରେ ମଲ୍ଟି-ପୋଲାରିଟି ହେଉନାହିଁ । ଏହି ସଂଗଠନ 5 ଦେଶକୁ ଏକଜୁଟ କରିଥାଏ । ଯେଉଁଥିରେ 12ରୁ ଅଧିକ ଅନ୍ୟ ଦେଶର ଲୋକ ମଧ୍ୟ ଯୋଡି ହେବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ବ୍ରିକ୍ସ ଏବଂ ଅନ୍ୟଦେଶ ମଧ୍ୟରେ ସମ୍ପର୍କ ବିକଶିତ କରିବା ଆଗାମି ଶିଖର ସମ୍ମିଳନୀରେ ଏକ ମୁଖ୍ୟ ବିଷୟ ହେବ । ଏହା ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାର ଡରବାନରେ ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ...31 ଆସାମ ରାଇଫଲ୍ସ ସେନାଙ୍କୁ ଅଟକ ପରେ ଛାଡିଲେ ନାଗା ମିଲିଟାଣ୍ଟ

ଏହା ବି ପଢନ୍ତୁ...Tripura Assembly Election: ପାର୍ଥୀ ଘୋଷଣା କଲେ ବିଜେପି ଓ କଂଗ୍ରେସ

ପୂର୍ବରୁ 2011 ଏପ୍ରିଲରେ ଚୀନର ସନ୍ୟାରେ ଅନୁଷ୍ଠିତ ତୃତୀୟ ବ୍ରିକ୍ସ ସମ୍ମିଳନୀରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାର ଅଂଶଗ୍ରହଣ କରିଥିଲା । 2009ରେ ବ୍ରିକ୍ସ ନେତାଙ୍କ ମଧ୍ୟରେ 14ଟି ଔପଚାରିତ ବୈଠକ ଓ 9ଟି ଅଣଔପଚାରିକ ବୈଠକ ବସିଥିଲା । ଏହାପୂର୍ବରୁ 2013ରେ ପଞ୍ଚମ ବ୍ରିକ୍ସ ଶିଖର ସମ୍ମିଳନୀ ଦକ୍ଷିମ ଆଫ୍ରିକାର ଡରବାନରେ ଆୟୋଜିତ ହୋଇଥିଲା । ଏଥିରେ 5 ଦେଶ ସଦସ୍ୟ ବ୍ରାଜିଲ, ଋଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକାର ପ୍ରମୁଖ ଭାଗ ନେଇଥିଲେ । ଜୁନ 2009ରେ ବ୍ରିକ୍ସ ନେତା ଋଷର ନିଜର ପ୍ରଥମ ବୈଠକ ଆୟୋଜିତ କରିଥିଲେ । ଯେଉଁଥିଲେ ବ୍ରିକ୍ସ ସହଯୋଗକୁ ଶିଖର ସ୍ତରରେ ପହଞ୍ଚା ଗଲା । ବ୍ରିକ୍ସ ନେତାଙ୍କ ମଧ୍ୟରେ ପ୍ରଥମ ଥର ଜୁନ 2009ରେ ଋଷରେ ସାକ୍ଷାତ ହୋଇଥିଲା ।

ପ୍ରକାଶ ଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 23-24 ଜୁନ 2022ରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଅଧକ୍ଷତାରେ ଆୟୋଜିତ 14ତମ ବ୍ରିକ୍ସ ସମ୍ମିଳନୀରେ ଭର୍ଚୁଆଲରେ ଭାରତ ପକ୍ଷରୁ ଅଧକ୍ଷତା କରିଥିଲେ । ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲ୍ସିନାରୋ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ମାରଫୋସ 23 ଜୁନ 2022 ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.