ETV Bharat / bharat

ଅଗ୍ନିଭେଶଙ୍କ କମାଲ, ୟୁଟ୍ୟୁବ ଦେଖି ତିଆରି କଲେ କାର

ଫେରାରିସ୍ ଏବଂ ଲମ୍ବୋର୍ଗିନିସ ଭଳି ଦାମୀ କାର ସାଧାରଣ ଲୋକଙ୍କ ପାଇଁ ଏକ ସ୍ବପ୍ନ ହୋଇଥାଇପାରେ । କିନ୍ତୁ ୟୁଟ୍ୟୁବ ଦେଖି ଏହି କାର ତିଆରି କରିଛନ୍ତି ଜଣେ ୧୫ ବର୍ଷୀୟ ବାଳକ । ଅଧିକ ପଢନ୍ତୁ

ଅଗ୍ନିଭେଶଙ୍କ କମାଲ, ୟୁଟ୍ୟୁବ ଦେଖି ବନେଇଲେ କାର

author img

By

Published : Feb 21, 2022, 7:00 PM IST

ଥିରୁଅନନ୍ତପୁରମ: ଫେରାରିସ୍ ଏବଂ ଲମ୍ବୋର୍ଗିନିସ୍ ଭଳି ଦାମୀକାର ସାଧାରଣ ଲୋକଙ୍କ ପାଇଁ ଏକ ସ୍ବପ୍ନ ହୋଇ ଥାଇପାରେ । କିନ୍ତୁ ୟୁଟ୍ୟୁବ ଦେଖି ଏହି କାର ତିଆରି କରିଛନ୍ତି ଜଣେ ୧୫ ବର୍ଷୀୟ ନାବାଳକ । କଥାରେ ଅଛି ଇଚ୍ଛାଶକ୍ତି ଆଗରେ ସବୁ କିଛି ସମ୍ଭବ । ଏହି ଉକ୍ତିକୁ କାର୍ଯ୍ୟରେ ପରିଣତ କରିଛନ୍ତି ଆଲାପୁଜାସ୍ଥିତ ଶ୍ଲିପି ଗ୍ରାମର ୧୫ ବର୍ଷୀୟ ନାବାଳକ ଅଗ୍ନିଭେଶ । ଅଗ୍ନିଭେଶ ନିଜର ଇଚ୍ଛାଶକ୍ତି ବଳରେ ଫେରାରିସ୍ ଏବଂ ଲମ୍ବୋର୍ଗିନିସ୍ ଭଳି ଏକ ଦାମୀ କାର ବନେଇବାରେ ସଫଳ ହୋଇଛନ୍ତି ।

ବର୍ତ୍ତମାନ ଏମିତି ଦାମୀ କାର ତିଆରି କରି ଅଗ୍ନିଭେଶ ନିଜ ଗାଁ ଭାଲାଭାନାଡରେ ଜଣେ ହିରୋ ସାଜିଛନ୍ତି ଏବଂ ତାଙ୍କ ସ୍ୱପ୍ନର କାର ଦେଖିବା ପାଇଁ ଛୁଟୁଛି ସାଧାରଣ ଲୋକଙ୍କ ସୁଅ । ଅଗ୍ନିଭେଶଙ୍କ ପିତା ସତ୍ୟପ୍ରକାଶ ସ୍ଥାନୀୟ ପ୍ରଶାସନ ବିଭାଗ ଏବଂ ମାତା ଏସ ସୁଧା ଜିଏସଟି ବିଭାଗରେ କାର୍ଯ୍ୟ କରୁଛନ୍ତି। ଅଗ୍ନିଭେଶ କାଲାଭୋର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢିବା ସମୟରେ ୟୁଟ୍ୟୁବ ସାହାଯ୍ୟରେ କାର ତିଆରି କରିବାର ଯାନ୍ତ୍ରିକ କୌଶଳ ଶିଖିଥିଲେ। ଏହି ଇଚ୍ଛାଶକ୍ତି ହିଁ ଅଗ୍ନିଭେଶକୁ ଏକ ସଫଳ ଦାମୀ କାର ବନେଇବାରେ ସଫଳତା ଦେଇଛି ।

ଅଗ୍ନିଭେଶଙ୍କ ନିର୍ମିତ ଏହି କାର ୧୦୦ ସିସି ସ୍କୁଟର ଇଞ୍ଜିନ ସହ ସମାନ । ଏକ ଲିଟର ପେଟ୍ରୋଲ ୩୫ କିଲୋମିଟର ମାଇଲେଜ ଦିଏ ଏହି କାର । ଜଣେ ବ୍ୟକ୍ତି ଏହି କାରରେ ଆରାମରେ ଯାତ୍ରା କରିପାରିବେ । ଅଗ୍ନିଭେଶ ତାଙ୍କ ପିତାଙ୍କ ପୁରୁଣା ସ୍କୁଟରର ଇଞ୍ଜିନ ବ୍ୟବହାର କରିବା ସହ ଫିଟିଂଠାରୁ ଆରମ୍ଭ କରି ୱେଲଡିଂ କରିବା ପାଇଁ ସମସ୍ତ କାର୍ଯ୍ୟ ନିଜେ କରିଛନ୍ତି | ଅଗ୍ନିଭେଶ ପୂର୍ବରୁ ମଧ୍ୟ ଯାନବାହନ ନିର୍ମାଣ କରିଥିଲେ ଏବଂ ଏହା ହେଉଛି ତାଙ୍କର ତୃତୀୟ କାର । ସେ ପୂର୍ବରୁ ତିଆରି କରିଥିବା ଗାଡିଗୁଡିକ ଚାଷ ପାଇଁ ବ୍ୟବହାର କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.