ETV Bharat / bharat

Complex surgery: ମହିଳାଙ୍କ ପେଟରୁ ବାହାରିଲା 15KG ଟ୍ୟୁମର

author img

By

Published : Aug 13, 2023, 5:45 PM IST

ମଧ୍ୟପ୍ରଦେଶ ଇନ୍ଦୋର ସ୍ଥିତ ଏକ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର । ମହିଳାଙ୍କୁ ପେଟରୁ ବାହାରିଲା 15 କେଜି ଓଜନର ଟ୍ୟୁମର । ଅଧିକ ପଢନ୍ତୁ

Etv Bharat
Etv Bharat

ଭୋପାଳ: ମହିଳାଙ୍କ ପେଟରୁ ବାହାରିଲା ବିରାଟ ବଡ଼ ଟ୍ୟୁମର । ଯାହାର ଓଜନ 15 କେଜି ଥିବା ଜଣାପଡ଼ିଛି । ମଧ୍ୟପ୍ରଦେଶ ଶେହୋର ଜିଲ୍ଲା ସ୍ଥିତ ଇଣ୍ଡେକ୍ସ ହସ୍ପିଟାଲରେ ଏହି ବିରଳ ସର୍ଜରୀ କରିଛନ୍ତି ଡାକ୍ତର । ଏହି ସର୍ଜରୀ ପରେ 41 ବର୍ଷୀୟ ମହିଳାଙ୍କୁ ମିଳିଛି ନୂଆ ଜୀବନ । ଡାକ୍ତରମାନଙ୍କୁ ଏହି ସର୍ଜରୀ କରିବା ଲାଗି ପ୍ରାୟ 2 ଘଣ୍ଟା ସମୟ ଲାଗିଥିବା ଜଣାପଡ଼ିଛି । ରୋଗୀ ଏବେ ସୁସ୍ଥ ଥିବା କହିଛନ୍ତି ଡାକ୍ତର ।

ଗତ ଅଗଷ୍ଟ 8 ତାରିଖରେ ଇଣ୍ଡେକ୍ସ ହସ୍ପିଟାଲର ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଏହି କ୍ରିଟିକାଲ ସର୍ଜରୀ କରିଛନ୍ତି । ରୋଗୀଙ୍କ ଶରୀରରେ ଗତ କିଛି ମାସ ଧରି ଏହି ମାଂସ ପିଣ୍ଡୁଳା ବା ଟ୍ୟୁମରଟି ବଢୁଥିଲା । ଯାହାଦ୍ବାରା ମହିଳାଙ୍କୁ ବସିବା ଉଠିବାରେ ବେଶ କଷ୍ଟ ହେଉଥିଲା । ଏହାପରେ ଶରୀରରୁ ଏହି ବିରାଟ ବଡ଼ ମାଂସ ପିଣ୍ଡୁଳାକୁ ବାହାର କରିବା ଲାଗି ଡାକ୍ତର ସର୍ଜରୀ କରିଥିଲେ । ଏହି ସର୍ଜରୀ ଟିମ ରହିଥିଲେ ଡ. ମିନାଲ ଝଲା, ଡକ୍ଟର ବିଧି ଦେଶାଈ, ଡ. ୟଶ ଭରଦ୍ବାଜ ଓ ଡକ୍ଟର ରାଜ କେଶାରୱାନି । ସେହିପରି ଆନାସ୍ଥେସିଆ ଟିମ୍‌ରେ ରହିଥିଲେ 7 ଜଣ ଡାକ୍ତର ।

ଏହା ବି ପଢନ୍ତୁ- କେନ୍ଦ୍ରାପଡା ଚିକିତ୍ସା ଇତିହାସରେ ପ୍ରଥମ, ମହିଳାଙ୍କ ପେଟରୁ ବାହାରିଲା 5 କେଜିର ଟ୍ୟୁମର

ଏନେଇ ଇଟିଭି ଭାରତକୁ ସୂଚନା ଦେଇ ସର୍ଜରୀ ବିଭାଗର ଆସିଷ୍ଟାଣ୍ଟ୍‌ ପ୍ରଫେସର ଡକ୍ଟର ଗୌରବ ସକ୍ସେନା କହିଛନ୍ତି, "ମହିଳାଙ୍କ ଶରୀରରେ ହୋଇଥିବା ଏହି ଟ୍ୟୁମରକୁ ଯଦି ବାହାର କରାଯାଇନଥାନ୍ତା ତେବେ ପରବର୍ତ୍ତୀ ସମୟରେ ଏହା କ୍ୟାନ୍ସର ସେଲ୍‌ରେ ପରିଣତ ହୋଇଥାଆନ୍ତା । ଏହାପରେ ମହିଳାଙ୍କ ୟୁରିନାରି ଟ୍ରାକ୍ଟ ଉପରେ ଟ୍ୟୁମର ପ୍ରଭାବ ପକାଇଥାନ୍ତା । ମହିଳାଙ୍କୁ ପରିସ୍ରାରେ ଅସୁବିଧା ହୋଇଥାନ୍ତା ଏବଂ ଅନ୍ୟାନ୍ୟ ରୋଗ ମଧ୍ୟ ବାହାରିଥାନ୍ତା । ଆମେ ଯେତେବେଳେ ଏହାକୁ ସର୍ଜରୀ ମାଧ୍ୟମରେ ବାହାର କରିଥିଲୁ, ସେତେବେଳେ ରୋଗୀ ଏହାକୁ ଦେଖି ଆଶ୍ଚଯ୍ୟ ହୋଇଯାଇଥିଲେ ।"

ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ୍‌ ଡକ୍ଟର ସ୍ବାତି ପ୍ରଶାଦ କହିଛନ୍ତି, "ଏହି ଟ୍ୟୁମର କାରଣରୁ ମହିଳାଙ୍କୁ ପେଟ ବଡ଼ ହୋଇଯାଇଥିବା ବେଳେ ତାଙ୍କୁ ବହୁ କଷ୍ଟ ହେଉଥଇଲା । ଡାକ୍ତରୀ ପରୀକ୍ଷା ପରେ ତାଙ୍କ ଶରୀରରେ ଏକ ଓଭାରିଆନ ଟ୍ୟୁମର୍‌ ହୋଇଥିବା ଜାଣିବାକୁ ପାଇଥିଲୁ । ଏହାକୁ ସର୍ଜରୀ କରି ଶରୀରରୁ ବାହାର କରିଥିଲୁ । ଯାହାର ଓଜନ 15 କେଜି ରହିଛି । ମଧ୍ୟପ୍ରଦେଶରେ ସର୍ଜରୀ ହୋଇଥିବା ଟ୍ୟୁମର ମଧ୍ୟରୁ ଏହା ହୁଏତ ସବୁଠୁ ବଡ଼ ଥିଲା । ଏବେ ରୋଗୀ ସୁସ୍ଥ ଅଛନ୍ତି । ତାଙ୍କୁ କୌଣସି ବିପଦ ନାହିଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.