ETV Bharat / bharat

ଗୁପ୍ତ ବେସମେଣ୍ଟରେ ଲୁଚିଥିଲେ 17 ବାର ଡ୍ୟାନ୍ସର, ଆଇନା ଭାଙ୍ଗି ଗିରଫ କଲା ପୋଲିସ - ଅନ୍ଧେରୀ ବାର ଉପରେ ପୋଲିସର ୧୫ ଘଣ୍ଟା ଜେରା

ମହାରାଷ୍ଟ୍ର ଅନ୍ଧେରୀରେ କୋଭିଡ଼ ନିୟମ ଉଲ୍ଲଘଂନ ଅଭିଯୋଗରେ ଏକ ବାର୍‌ ଉପରେ ୧୫ ଘଣ୍ଟା ଜେରା । ଗୁପ୍ତ ବେସମେଣ୍ଟରେ ଲୁଚିଥିବା ୧୭ ବାର୍‌ ଡ୍ୟାନ୍ସରଙ୍କୁ ଗିରଫ କଲା ପୋଲିସ । ବଡ଼ ଆଇନା ଥିଲା ବେସମେଣ୍ଟର ପ୍ରବେଶ ପଥ । ଅଧିକ ପଢନ୍ତୁ

ଗୁପ୍ତ ବେସମେଣ୍ଟରେ ଲୁଚିଥିଲେ 17 ବାର ଡ୍ୟାନ୍ସର, ଆଇନା ଭାଙ୍ଗି ଗିରଫ କଲା ପୋଲିସ

author img

By

Published : Dec 13, 2021, 7:57 PM IST

ମୁମ୍ବାଇ: ମହାରାଷ୍ଟ୍ର ମୁମ୍ବାଇର ଅନ୍ଧେରୀରେ ଥିବା ଏକ ସ୍ଥାନୀୟ ବାର୍‌ରେ ମୁମ୍ବାଇ ପୋଲିସର ୧୫ ଘଣ୍ଟା ଜେରା । ଶନିବାର ଏହି ଜେରା ପରେ ଉକ୍ତ ସ୍ଥାନରୁ ୧୭ ଜଣ ବାର୍‌ ଡ୍ୟାନ୍ସରଙ୍କ ସହିତ ୩ଟି କର୍ମଚାରୀଙ୍କୁ ଗିରଫ କରାଯାଇଛି । ଏଠାରେ କୋରୋନା ନିୟମାବଳୀର ଉଲ୍ଲଘଂନ କରାଯାଉଥିବା ଏକ NGO ସଂସ୍ଥାର ଅଭିଯୋଗ କ୍ରମେ ପୋଲିସ ଚଢାଉ କରିଥିଲା । ଚଢାଉ ସମୟରେ ଗୁପ୍ତ ବେସମେଣ୍ଟ(Secret Basement)ରେ ଲୁଚିଥିବା ଏହି ବାର ଡ୍ୟାନ୍ସରଙ୍କୁ ପୋଲିସ ଗିରଫ କରିଛି ।

ଗୁପ୍ତ ବେସମେଣ୍ଟରେ ଲୁଚିଥିଲେ 17 ବାର ଡ୍ୟାନ୍ସର, ଆଇନା ଭାଙ୍ଗି ଗିରଫ କଲା ପୋଲିସ

ଏହି ବାର୍‌ରେ ଖୁଲମଖୁଲା କୋଭିଡ଼ ନିୟମର ଉଲ୍ଲଘଂନ ହେଉଥିଲା । ସାରା ରାତି ବାର ଡ୍ୟାନ୍ସରମାନେ ଅନେକଙ୍କ ସଂସ୍ପର୍ଶରେ ଆସୁଥିବା ବେଳେ କୋଟି କୋଟି ଟଙ୍କାର ଲାଭ ହେଉଥିଲା । ଏ ସମ୍ପର୍କରେ ଏକ NGO ସଂସ୍ଥା ପୋଲିସକୁ ଖବର ଦେଇଥିଲା । ପୋଲିସ ଖବର ପାଇବା ମାତ୍ରେ ରାତି ପ୍ରାୟ ସାଢେ ୧୧ଟା ସମୟରେ ଉକ୍ତ ବାର୍‌ ଉପରେ ଚଢାଉ କରିଥିଲା । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ଚଢାଉ ବେଳେ ଗୋଟିଏ ବି ବାର୍‌ ଡ୍ୟାନ୍ସରଙ୍କୁ ପ୍ରଥମେ ଠାବ କରିପାରିନଥିଲା ପୋଲିସ । ବାର୍‌ର ଷ୍ଟୋରେଜ ରୁମ ସମେତ ବାଥରୁମ, ରୋଷେଇ ଘର ଆଦି ସମସ୍ତ ଥାନାରେ ଯାଞ୍ଚ କରିଥିଲା । ଏହାପରେ ବାର ମ୍ୟାନେଜର, କ୍ୟାସିଅର ଓ ୱେଟରଙ୍କୁ ଡ୍ୟାନ୍ସରଙ୍କ ସମ୍ପର୍କରେ ପଚାରିଥିଲା । କିନ୍ତୁ ସେମାନେ ଏଠାରେ ବାର ଡ୍ୟାନ୍ସର ନାହାନ୍ତି ବୋଲି କହିଥିଲେ ।

ସୁଡ଼ଙ୍ଗରେ ଲୁଚିଥିଲେ ଡ୍ୟାନ୍ସର:-

ପୋଲିସ ଏହାକୁ ସତ ମାନିବାକୁ ବସିଥିବା ବେଳେ NGO ଟିମ ମେକ-ଅପ ରୁମରେ ଥିବା ଏକ ବଡ଼ ଆଇନା(Huge Mirror in Make-up Room)କୁ ସନ୍ଦେହ କରି ଏହାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏହି ଆଇନାଟି ଗୁପ୍ତ ରାସ୍ତାର ପ୍ରବେଶ ପଥ ରହିଥିଲା । ଏହାପରେ ଉକ୍ତ ସ୍ଥାନରେ ଲୁଚି ରହିଥିବା ବାର୍‌ ଡ୍ୟାନ୍ସରକୁ ପୋଲିସ ଗିରଫ କରିବାରେ ହୋଇଥିଲା ସକ୍ଷମ । ଏହି ଘଟଣାରେ ପୋଲିସ ବାର ଡ୍ୟାନ୍ସରଙ୍କ ସମେତ ୩ କର୍ମଚାରୀଙ୍କୁ ଗିରଫ କରିଛି । ଏହାସହିତ ୨୦ ଜଣଙ୍କ ନାମରେ ଏତଲା ଦାଏର କରାଯାଇଛି ।

କୋଭିଡ଼ ନିୟମ ଉଲ୍ଲଘଂନ କରୁଥିବା ଏହି ବାର୍‌କୁ ବର୍ତ୍ତମାନ ସିଲ୍‌ କରାଯାଇଛି । ଏଯାବତ୍‌ ପୋଲିସ ଉକ୍ତ ଗୁପ୍ତ ବେସମେଣ୍ଟର ରିମୋଟ କଣ୍ଟ୍ରୋଲ ସମ୍ପର୍କରେ କୌଣସି ତଥ୍ୟ ପାଇବାରେ ସକ୍ଷମ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.