ETV Bharat / bharat

ବିନା ଦୋଷରେ ଭୋଗିଥିଲେ 14 ବର୍ଷ ଜେଲଦଣ୍ଡ, ସ୍ବପ୍ନ ପୂରଣ ପାଇଁ ବ୍ୟଗ୍ର ଡାକ୍ତରୀ ଛାତ୍ର - ପ୍ରେମିକାଙ୍କ ହତ୍ୟା ଅଭିଯୋଗରେ 14 ବର୍ଷ ଜେଲଦଣ୍ଡ

ଇଚ୍ଛା ଥିଲା ଡାକ୍ତର ହୋଇ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ କରିବେ । ସ୍ବପ୍ନ ପୂରଣ ହେବା ଆଗରୁ ସବୁକିଛି ଶେଷ ହୋଇଗଲା । ବିନା ଦୋଷରେ ପ୍ରେମିକାଙ୍କ ହତ୍ୟା ଅଭିଯୋଗରେ 14 ବର୍ଷ ଜେଲଦଣ୍ଡ ଭୋଗିଲେ । ଜେଲରୁ ମୁକୁଳି ପୁନଃ ପାଠ ପଢ଼ି ଡାକ୍ତର ହେବାକୁ ମନସ୍ଥ କରିଛନ୍ତି । ଅଧିକ ପଢ଼ନ୍ତୁ

mbbs student chandresh marskole
ଏମବିବିଏସ ଛାତ୍ର ଚନ୍ଦ୍ରେସ ମାର୍ସକୋଲ
author img

By

Published : Dec 19, 2022, 12:46 PM IST

ଭୋପାଳ: ସ୍ବପ୍ନ ଥିଲା ଜଣେ ଡାକ୍ତର ହେବେ । ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ କରିବା ସହ ନିଜ ସମ୍ପ୍ରଦାୟକୁ ଗର୍ବ ଅନୁଭବ କରାଇବେ । ବହୁ ପରିଶ୍ରମ କରି ଡାକ୍ତରୀ କଲେଜରେ ନାମ ଲେଖାଇଥିଲେ । ଏମବିବିଏସର ଚତୁର୍ଥ ବର୍ଷରେ ଥିବାବେଳେ ଖୁବଶୀଘ୍ର ଡାକ୍ତର ହୋଇଥାନ୍ତେ । କିନ୍ତୁ ସୁନେଲି ସ୍ବପ୍ନ ପୂରଣ ହେବା ଆଗରୁ ସବୁ କିଛି ଚୁରମାର ହୋଇଯାଇଥିଲା । ଗୋଟିଏ ଦୁର୍ଘଟଣା ସବୁକିଛି ଓଲଟପାଲଟ କରିଦେଲା । ଡାକ୍ତର ହେବା ପରିବର୍ତ୍ତେ ବନିଗଲେ କଏଦୀ । ବିନା ଦୋଷରେ ପ୍ରେମିକାଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ 14 ବର୍ଷ ଜେଲରେ ସଜା କାଟିଲେ । ଜେଲରୁ ମୁକୁଳିବା ପରେ ବର୍ତ୍ତମାନ ପୁଣି ଥରେ ସେ ଡାକ୍ତର ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଆମେ କହୁଛୁ ମଧ୍ୟପ୍ରଦେଶର ବାଲଘାଟ ଜିଲ୍ଲା ୱାରାସୋନିର ଗୋଣ୍ଡ ଆଦିବାସୀ ସମ୍ପ୍ରଦାୟର ଚନ୍ଦ୍ରେସ ମାର୍ସକୋଲଙ୍କ କଥା।

2008 ମସିହାରେ ପ୍ରେମିକାଙ୍କ ହତ୍ୟା ଅଭିଯୋଗରେ ଚନ୍ଦ୍ରେସ ମାର୍ସକୋଲ ଗିରଫ ହୋଇଥିଲେ । ତଦନ୍ତ ପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏଥିପାଇଁ ସେ 4,979 ଦିନର ଜେଲଦଣ୍ଡ ଭୋଗିଛନ୍ତି । କିନ୍ତୁ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ଚନ୍ଦ୍ରେସ ସବୁ ପ୍ରକାର ପ୍ରଚେଷ୍ଟା କରିଥିଲେ । ମଧ୍ୟପ୍ରଦେଶ ହାଇକୋର୍ଟ ତଦନ୍ତରେ ତ୍ରୁଟି ଥିବାନେଇ ଜାଣିବା ପରେ ନିର୍ଦ୍ଦୋଷ ଭାବେ ଘୋଷଣା କଲେ । ମେ 9 ତାରିଖରେ ଚନ୍ଦ୍ରେସ ନିର୍ଦ୍ଦୋଶ ସାବ୍ୟସ୍ତ ହୋଇ ଭୋପାଳ କେନ୍ଦ୍ରୀୟ ଜେଲରୁ ମୁକୁଳିଥିଲେ । ଚନ୍ଦ୍ରେସଙ୍କୁ 42 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

90 ଦିନ ମଧ୍ୟରେ କ୍ଷତିପୂରଣ ନଦେଲେ 9 ପ୍ରତିଶତ ସୁଧହାରରେ ଟଙ୍କା ଦେବାକୁ କହିଥିଲେ । ତେବେ ଏହି ଘଟଣାକୁ 6 ମାସ ପୂରଣ ହୋଇଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଚନ୍ଦ୍ରେସ ଅଭିଯୋଗ କରିଛନ୍ତି । ସଂଘର୍ଷ ମଧ୍ୟ ଦେଇ ଜୀବନ ଗତି କରୁଥିଲେ ମଧ୍ୟ ସ୍ବପ୍ନରୁ ବିରତ ହୋଇନାହାନ୍ତି ଚନ୍ଦ୍ରେସ । ପୁନଃ ପାଠପଢ଼ି ଡାକ୍ତର ହେବାକୁ ମନସ୍ତ କରିଛନ୍ତି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ତାଙ୍କ ପ୍ରେମିକାଙ୍କ ହତ୍ୟାକାରୀ ଧରାପଡ଼ିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.